xmas

ଭୋକେସନାଲ ଟ୍ରେନର ମାନଙ୍କର ମହାଆନ୍ଦୋଳନ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସରକାରୀ ମାଧ୍ୟମିକ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କାମ କରୁଥିବା ୧୦୨୨ ସ୍କୁଲର ୨୦୪୪ ଭୋକେସନାଲ ଟ୍ରେନର ଦୀର୍ଘ ଦିନ ହେଲା ସ୍କୁଲରେ ପ୍ରାଇଭେଟ କମ୍ପାନୀ (ଭି.ଟି.ପି.) ମାଧ୍ୟମରେ ନିଯୁକ୍ତି ପାଇଛନ୍ତି । ଦୀର୍ଘ ଦିନ ହେବ ଦାବି ଆସୁଥିବା ଚାକିରୀର ସର୍ତ୍ତାବଳୀ, ଦରମା ବୁଦ୍ଧି, କମ୍ପାନୀର ଅତ୍ୟଧିକ ଅତ୍ୟାଚାର ଓ ସରକାରୀ ସ୍କୁଲସ୍ତରରେ ପିଲାମାନଙ୍କ ଭାଗ୍ୟ ଓ ଭବିଷ୍ୟତ ସହ ଖେଳୁଥିବା ସରକାର ଭୋକେସନାଲ ଟ୍ରେନର ପାଇଁ ନିଦ୍ଧିଷ୍ଟ ଶିକ୍ଷାନୀତି ଆଣିବା ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ୨୦୪୪ ଭୋକେସନାଲ ଟ୍ରେନର ଶାନ୍ତିପୂର୍ଣ୍ଣ ଧାରଣାରେ ବସିବା ସହ କୌଣସି ସରକାରୀ କାର୍ଯ୍ୟରେ ସହଯୋଗ କରିବେ ନାହିଁ ବୋଲି ସଙ୍ଘର ସଭାପତି ଶ୍ରୀଯୁକ୍ତ ସୁନୀଲ କୁମାର ଦେବତା ଆହ୍ବାନ ଦେଇଛନ୍ତି । ତା ୩୧.୧୦.୨୦୨୨ରିଖ ଠାରୁ ସମସ୍ତ ଧନ୍ଦାମୂଳକ ପ୍ରଶିକ୍ଷକ ନିଜ ନିଜ କର୍ମସ୍ଥଳୀରେ ସଂକଳ୍ପ ନେବା ସହ ସରକାରଙ୍କ ଏହିଭଳି ବୈମାତୃକ ମନୋଭାବକୁ ବିରୋଧ କରି ଏହି ଗଣଧାରଣାରେ ବସିବା ସହ ସମସ୍ତ ଦାବିକୁ ପୁରାଣ କରିବାକୁ ଆପଣଙ୍କ ମାଧ୍ୟମରେ ନିବେଦନ କରାଗଲା ।

Leave A Reply

Your email address will not be published.