xmas

ଆଦିବାସୀଙ୍କ ପାଇଁ ଉଦିଷ୍ଟ ହାଟ ଜବରଦଖଲକାରୀଙ୍କ କବଜାରେ; ଉଛେଦ କର, ନଚେତ ଆନ୍ଦୋଳନ

ଫୁଲବାଣୀ, ୩୧/୧୦: ଫୁଲବାଣୀ ସହର ନିକଟବର୍ତୀ ପଞ୍ଚାୟତର ଆଦିବାସୀ ଚାଷୀମାନଙ୍କ ଉତ୍ପାଦିତ ପନିପରିବା ଓ ଅନ୍ୟାନ୍ୟ ଜଙ୍ଗଲ ଜାତ ଦ୍ରବ୍ୟ ବିକ୍ରୀ କରିବା ପାଇଁ କାହିଁ କେଉଁ ଆବହମାନ କାଳରୁ ସହର ମଧ୍ୟ ଭାଗରେ ସାପ୍ତାହିକ ହାଟ ପାଇଁ ପ୍ରଶାସନ ପକ୍ଷରୁ ପ୍ରାୟ ଦଶ ଏକର ଯାଗା ପ୍ରଦାନ କରାଯାଇଥିଲା ଆଦିବାସୀ ଚାଷୀ ବେଶ ଆରାମରେ ସେମାନଙ୍କ ଜିନିଷ ପତ୍ର ଆଦି ବିକ୍ରୀ କରୁଥିଲେ ହେଲେ ଧୀରେ ଧୀରେ ସହରର କିଛି ବ୍ୟବସାୟୀ ଜବରଦଖଲକାରୀ ଘର କରିବା ଫଳରେ ଆଉ ଏବେ ମାତ୍ର ଏକ ଏକର ଯାଗା ରହିଛି l ଆଉ ସେଇ ସ୍ଥାନରେ ଆଉ କିଛି ପରିବା ବ୍ୟବସାୟୀ ସେଠାରେ ପରିବା ବିକ୍ରୀ କରିବା ଫଳରେ ଗ୍ରାମାଞ୍ଚଳ ଚାଷୀଖରା ବର୍ଷାରେ ରାସ୍ତାଉପରେ ବସି ବିକ୍ରୀ କରୁଛନ୍ତି l ତେବେ ସେହି ସ୍ଥାନର ଚାରିପଟେ ମୁନିସିପାଲିଟି ଦୋକାନ ଘର କରି ଅଣ ଆଦିବାସୀ ବ୍ୟବସାୟୀଙ୍କୁ ଛୋଟ ଛୋଟ ଦୋକାନ ଘର କରି ଦେବା ଲାଗି ଘର ନିର୍ମାଣ କରୁଥିବାରୁ ଏହାକୁ ବିରୋଧ କରିଛନ୍ତି ଆଦିବାସୀମାନେ l ଏ ସ୍ଥାନ ସବୁ ମୁକ୍ତ କରି କେବଳ ଆଦିବାସୀଙ୍କ ପରିବା ପତ୍ର ବିକ୍ରୀ ପାଇଁ ଦେବା ଲାଗି ଦାବୀ କରିଛନ୍ତି ଅନେକ ସରପଞ୍ଚ l ନଚେତ ଆଗକୁ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି l ପୂର୍ଵରୁ କୁଇସମାଜ ସମନ୍ୱୟ ସମିତି ସାଧାରଣ ସମ୍ପାଦକ ଲମ୍ବ ଦୋର କହଁର ମଧ୍ୟ ହାଟ ସ୍ଥାନରୁ ଜବରଦଖଲକାରୀଙ୍କୁ ଉଛେଦ ଦାବି କରିଥିଲେ l
ଆଜି ଏହି ହାଟ ସ୍ଥାନ ମୁକ୍ତ କରିବା ପାଇଁ ଆଲlମୀ ସରପଞ୍ଚ ଭରତ କହଁର, କେରେଡ଼ି ସରପଞ୍ଚ ବିନିତା ପ୍ରଧାନ, ଗନଯୁଗୁଡା ସରପଞ୍ଚ ଆଲୋକ କହଁର, ଡଡିକି ସରପଞ୍ଚ ନମିତା ମଲ୍ଲିକ, ଗୁମଗଡ଼ ସରପଞ୍ଚ ପ୍ରତାପ କହଁର, ଡୁଡୁକି ସରପଞ୍ଚ ସୁରେନ୍ଦ୍ର କହଁର, ବିଶିପଡା ସରପଞ୍ଚ ସାକାଳୀ କହଁର, ମିଣିଆ ସରପଞ୍ଚ ଗୌତମ ମଲିକ, କଟ୍ରିଙ୍ଗିଆ ସରପଞ୍ଚ ପ୍ରତିଭା କହଁର, ତୁଡିପାଜୁ ସରପଞ୍ଚ କୌଶଲ୍ୟା କହଁର ପ୍ରମୁଖ କନ୍ଧମାଳ ଜିଲାପାଳଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି l ସେହିପରି ମୁନିସିପାଲିଟି ଅଧ୍ୟକ୍ଷା ଆଦିବାସୀ ଚାଷୀଙ୍କ ସ୍ୱାର୍ଥ ରକ୍ଷା ପ୍ରତି ଦ୍ରୁଷ୍ଟି ଦେବା ଲାଗି ଅନୁରୋଧ କରାଯାଇଛି l

Leave A Reply

Your email address will not be published.