xmas

କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ,ଫୁଲବାଣୀ ପକ୍ଷରୁ ସ୍ୱଚ୍ଛତା ହିଁ ସେବା

ଫୁଲବାଣୀ, ୦୧/୧୧: ଭାରତ ସରକାରଙ୍କର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ କ୍ଷେତ୍ରୀୟ କାର୍ଯ୍ୟାଳୟ, ଫୁଲବାଣୀ ଆନୁକୂଲ୍ୟରେ କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଲକ ଅନ୍ତର୍ଗତ ଶଙ୍କରାଖୋଲ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ “ସ୍ୱଚ୍ଛତା ହିଁ ସେବା ଏବଂ ଏକକ ପ୍ଲାଷ୍ଟିକ ବ୍ୟବହାର ବର୍ଜନ” ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ଶଙ୍କରାଖୋଲ ବଜାରକୁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ସଫେଇ କରିଥିଲେ ଏବଂ ସେମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମଟି ଏକ ଜନ ସଚେତନତା ପଦଯାତ୍ରାରୁ ଆରମ୍ଭ ହୋଇଥିଲା।  ଶ୍ରୀମତୀ ଜାନକୀ ପ୍ରଧାନ, ସ୍ଥାନୀୟ ସରପଞ୍ଚ ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ।  ଅନୀଲ କୁମାର ପଟ୍ଟନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଚକାପାଦ ବ୍ଲକ ମୁଖ୍ୟ ଅତିଥି ଭାବରେ କାର୍ଯ୍ୟକ୍ରମକୁ  ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ସମ୍ମାନିତ ଅଟିଥି ଭାବରେ ଶ୍ରୀମତୀ ପ୍ରତିମା ପ୍ରଧାନ, ସିଡ଼ିପିଓ, ଚକାପାଦ ବ୍ଲକ, ବସନ୍ତ କୁମାର ରଥ, ପ୍ରଧାନ ଶିକ୍ଷକ, ସରକାରୀ ଉଚ୍ଚ ବିଦ୍ୟାଳୟ, ଶଙ୍କରାଖୋଲ ପ୍ରମୁଖ ଯୋଗ ଦେଇଥିଲେ। ରାଜ ପ୍ରସାଦ ନାୟକ, ଜିଲ୍ଲା ପରିମଳ ପରାମର୍ଶଦାତା ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ସ୍ୱଚ୍ଛ ଭାରତ ୨.୦ର ବିଭିନ୍ନ ଦିଗ ଉପରେ ସଚେତନ କରାଇଥିଲେ। ସତ୍ୟନାରାୟଣ ନନ୍ଦ, କ୍ଷେତ୍ରୀୟ ପ୍ରଚାର ସହାୟକ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଆଞ୍ଚଳିକ ସଞ୍ଚାର ବ୍ୟୁରୋ, ଭୁବନେଶ୍ୱର ତରଫରୁ ବିମଲ କୁମାର ବିଶ୍ବାଳ ମ୍ୟାଜିକ ପ୍ରଦର୍ଶନ କରିଥିଲେ। ପରିଶେଷରେ ଆୟୋଜିତ ହୋଇଥିବା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ଓ ମାନପତ୍ର  ପ୍ରଦାନ କରାଯାଇଥିଲା। କୁମାରୀ ସତବନ୍ତି ଦିଗାଲ, ସ୍ଥାନୀୟ ସମାଜସେବୀ ଏଥିରେ ସହଯୋଗ କରିଥିଲେ l

Leave A Reply

Your email address will not be published.