xmas

ଫୁଲବାଣୀରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

ଫୁଲବାଣୀ, ୦୧/୧୧: ଫୁଲବାଣୀ ସମେତ ସମଗ୍ର ଜିଲ୍ଲାରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହପାଳିତ ହେଉଛି l ୩୧ ଅକ୍ଟୋବରରୁ ୬ ନଭେମ୍ବର ଯାଏ ଏହି ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଛି l ଏହି ଅବସରରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମସ୍ତ ଅଧିକାରୀ ମାନେ ପ୍ରତ୍ୟେକ କ୍ଷେତ୍ରରେ ସଚୋଟତା ଅବଲମ୍ବନ କରିବା ସହ ଆଇନର ଶାସନକୁ ଅନୁପାଳନ କରିବା ଲାଗି ଶପଥ ନେଇଥିଲେ l ଏହି ଅବସରରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ସଭାରେ ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ ଯୋଗ ଦେଇ ସମସ୍ତ କର୍ମଚାରୀ ଓ ଅଧିକାରୀ ମାନେ ନିଷ୍ଠା, ଆନ୍ତରିକତା ଓ ସୋଚୋଟତାର ସହ କାର୍ଯ୍ୟ କରିବା ଲାଗି ପରାମର୍ଶ ଦେଇଥିଲେ l ସେହିପରି ପ୍ରତ୍ୟେକ ଜିଲ୍ଲାସ୍ତରୀୟ ଓ ବ୍ଲକ କାର୍ଯ୍ୟାଳୟରେ କର୍ମଚାରୀ ମାନେ ସଚୋଟ ଭାବେ କାର୍ଯ୍ୟ କରିବା ଲାଗି ଶପଥ ନେଇଥଲେ l କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଭାକର ମହାରଣା ଉପସ୍ଥିତ ଥିଲେ l

Leave A Reply

Your email address will not be published.