ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସାଧୁତାର ଶପଥ ପାଠ

ବରଗଡ: ଆଜି ଦୁର୍ନୀତି ନିବାରଣ ସଚେତନତା ସପ୍ତାହର ପ୍ରାରମ୍ବିକ ଦିବସରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଭିଡ଼ିଓ କନଫରେନସିଂ ମାଧ୍ୟମରେ ରାଜ୍ୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ସାଧୁତାର ଶପଥ ପାଠ କରାଇଥିଲେ । ତୃଣମୂଳ ସ୍ତରରେ ଲୋକମାନଙ୍କୁ ସମସ୍ତ ସେବା, ସମସ୍ତ ପ୍ରକାରର ସରକାରୀ ଯୋଜନାର ସୁବିଧା ବିନା ପ୍ରତିବନ୍ଧକରେ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ ସହିତ ଦୁର୍ନୀତିମୁକ୍ତ ଓଡିଶା ଗଠନରେ ସହାୟକ ହେବ ପାଇଁ ଆହ୍ବାନ ଦେଇଥିଲେ ।

ଏହି ଶପଥ ପାଠ ଅବସରେ ଜିଲ୍ଲାପାଳ, ଶ୍ରୀମତୀ ମୋନିଷା ବାନାର୍ଜୀ ଝାରବନ୍ଧ ବ୍ଲକ କାର୍ଯ୍ୟାଳୟରୁ ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମିର୍ଦ୍ଧା ଟପ୍ପୋ ଜିଲ୍ଲା ଓସ୍ବାନ ହଲ ଠାରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀଙ୍କ ଉପସ୍ଥିତିରେ ଶପଥ ପାଠ କରିଥିଲେ । ଜିଲ୍ଲା, ବ୍ଲକ ଓ ପଞ୍ଚାୟତସ୍ତରର ଅନ୍ୟାନ୍ୟ ସରକାରୀ, ବେସରକାରୀ ଅନୁଷ୍ଠାନର ମୁଖ୍ୟମାନେ ମଧ୍ୟ ୧୧.୦୦ ଘଟିକା ସମୟରେ ସେମାନଙ୍କର ଅଧିକାରୀ ଓ କର୍ମଚାରୀମାନଙ୍କୁ ନେଇ ସାଧୁତାର ଶପଥ ପାଠ କରିଥିଲେ । ଏହା ଦ୍ୱାରା ଶାସନତନ୍ତ୍ରରୁ ଦୁର୍ନୀତିର ମୂଲୋପାଟନ ହେବ ସହିତ ସ୍ୱଛତା ଓ ସଚୋଟତର ସହ ଜନସାଧାରଣଙ୍କୁ ସେବା ପ୍ରଦାନ କରାଯାଇ ପାରିବ ।

ଆଜି ମଧ୍ୟ ଲୌହ ମାନବ ସର୍ଦାର ବଲ୍ଲବ ଭାଇ ପଟେଲଙ୍କର ଜନ୍ମ ଜୟନ୍ତୀକୁ ରାଷ୍ଟ୍ରୀୟ ଏକତା ଦିବସ ଭାବରେ ସାରା ଦେଶରେ ପାଳନ କରାଯାଉଛି । ଏହି ଅବସରରେ ବରଗଡ ଜିଲ୍ଲା ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ଏକତା ଦିବସର ଶପଥ ପାଠ ଉତ୍ସବ ଅତିରିକ୍ତ ଜିଲ୍ଲାପାଳ, ଶ୍ରୀ ମିର୍ଦ୍ଧା ଟପ୍ପୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାସ୍ତରୀୟ ସମସ୍ତ ଅଧିକାରୀ ଓ କର୍ମଚାରୀ ରାଷ୍ଟ୍ରର ଏକତା, ଅଖଣ୍ଡତା ଓ ସୁରକ୍ଷା ପାଇଁ ନିଜକୁ ସମପିତ କରିବା ଉଦେଶ୍ୟରେ ଶପଥ ପାଠ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ଡିଏସପି (ଭିଜିଲାନ୍ସ ), ଶ୍ରୀ ସତ୍ୟବାନ ମହାନନ୍ଦ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଶ୍ରୀ କଲ୍ୟାଣୀ ଦାଶ ପରିଚାଳନା କରିଥିଲେ।

Leave A Reply

Your email address will not be published.