xmas

ନିର୍ଦେଶକ ସ୍ୱତନ୍ତ୍ର ପ୍ରକଳ୍ପ ତଥା ଅବଜରଭରଙ୍କ କନ୍ଧମାଳ ଗସ୍ତ, ବିଭିନ୍ନ ଉନ୍ନୟନ କାର୍ଯ୍ୟ ତଦାରଖ

ଫୁଲବାଣୀ, ୦୪/୧୧: ନିର୍ଦେଶକ ସ୍ୱତନ୍ତ୍ର ପ୍ରକଳ୍ପ ତଥା କନ୍ଧମାଳ ଜିଲ୍ଲା ଦାୟିତ୍ୱରେ ଥିବା ଅବଜରଭର ବରିଷ୍ଠ ଆଇଏଏସ ଅଧିକାରୀ ଅରିନ୍ଦମ ଡାକୁଆ କନ୍ଧମାଳ ଗସ୍ତରେ ଆସି ଶୁକ୍ରବାର ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଚାଲିଥିବା କେତକ ଉନ୍ନୟନ ମୂଳକ କାର୍ଯ୍ୟମାନ ବୁଲି ଦେଖିବା ସହ ଲୋକଙ୍କୁ ପଚାରି ବୁଝିଥିଲେ l କାର୍ଯ୍ୟର ମାନ କିଭଳି ରହିଛି, ଲୋକେ ସରକାରୀ ଯୋଜନାର ସୁଫଳ ପାଉଛନ୍ତି କି ନାହିଁ, ମନରେ ଗାଜବ କାର୍ଡଧାରୀ ଙ୍କୁ କାମ ମିଳୁଛିକି ନାହିଁ, କାମ କଲେ ପାଉଣା ଠିକ ଭାବେ ଠିକ ସମୟରେ ମିଳୁଛି କି ନାହିଁ ଅନୁଧ୍ୟାନ କରିଥିଲେ ଅବଜଭର ଡାକୁଆ l ଫିରିଙ୍ଗିଆ ବ୍ଲକ ଦ୍ୱାରା ବନ୍ଧଗଡ଼ ପଞ୍ଚାୟତ ଅନ୍ତର୍ଗତ ତିରାମାହା ଗ୍ରାମରେ ମନରେଗାରେ ୯ ଲକ୍ଷ ପଚାଶ ହଜାର ଟଙ୍କା ବ୍ୟୟରେ ନିର୍ମିତ ଅମ୍ରିତ ସରବର ପ୍ରକଳ୍ପ ବୁଲି ଦେଖି ସନ୍ତୋଷ ବ୍ୟକ୍ତ କରିଥିଲେ l ବନ୍ଧଗଡ଼ ପଞ୍ଚାୟତ ତେଲlପାଲି ଠାରେ ଜଙ୍ଗଲ ବିଭାଗ ନର୍ସରୀ ଦେଖିବା ସହ ବୃକ୍ଷରୋପଣ କରିଥିଲେ l ରତଙ୍ଗ ପଞ୍ଚାୟତ ଅନ୍ତର୍ଗତ ରତଙ୍ଗ ଟେଙ୍କ ଆଦି ବୁଲି ଦେଖିଥିଲେ l ପରେ ମଙ୍ଗଳ ବିଭାଗ ଅଧୀନ ନେଡ଼ିପଦର ସ୍କୁଲ ଯାଇ ସେଠାରେ ଛାତ୍ର ଛାତ୍ରୀଙ୍କ ସହ ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିବା ସହ ମଧ୍ୟାହ୍ନ ଭୋଜନ ଖାଇ ମାନ ପରିକ୍ଷା କରିଥିଲେ l ସେଠାକାର ପରିଷ୍କାର ପରିବେଶ ଓ ସୁନ୍ଦର ଶୈଖିକ ବାତାବରଣ ଓ ଆତିଥ୍ୟ ଦେଖି ଖୁସିବ୍ୟକ୍ତ କରିଥିବା ଦେଖା ଯାଇଥିଲା l ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦେଶକ ତଥା ଜିଲ୍ଲା ଦାୟିତ୍ୱରେ ଥିବା ଅବଜରଭର ଅରିନ୍ଦମ ଡାକୁଆଙ୍କ ସହ ବିଡ଼ିଓ ରଶ୍ମି ରଞ୍ଜନ ମହନ୍ତ ଓ ବହୁ କର୍ମଚାରୀ ଉପସ୍ଥିତ ଥିଲେ l

Leave A Reply

Your email address will not be published.