xmas

ସଲମା ବେଗମ୍ ରାଜ୍ୟ କଂଗ୍ରେସ କମିଟିର ରାଜ୍ୟ ସମ୍ପାଦକ

କୋଟପାଡ: ଗତକାଲି ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ କୋଟପାଡର ୮ ନମ୍ବର ୱାର୍ଡର କାଉନସିଲର ସଲମା ବେଗମଙ୍କୁ ରାଜ୍ୟ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦେଇଛନ୍ତି l ଏହା ଶୁଣିବା ପରେ କୋଟପାଡ କଂଗ୍ରେସରେ ଖୁସିର ଲହରୀ ଖେଳି ଯାଇଛି l ଓଡ଼ିଶା ପ୍ରଦେଶ କଂଗ୍ରେସର ସଭ୍ୟ ମଣି ପ୍ରସାଦ ପଟ୍ଟନାୟକ, ସଭ୍ୟ ମନହର ବିଶୋଇ, ବ୍ଲକ୍ କଂଗ୍ରେସ ସଭାପତି ପ୍ରକାଶ ଚନ୍ଦ୍ର ମହାନ୍ତି, ଟାଉନ କଂଗ୍ରେସ ସଭାପତି ବାପୁନ୍ ତ୍ରିପାଠୀ, ନଗରପାଳ ଏମ ଶଙ୍କର ରାଓ, ଟାଉନ ଯୁବ କଂଗ୍ରେସ ସଭାପତି ଶଙ୍କର ପଣ୍ଡା, ବ୍ଲକ୍ କଂଗ୍ରେସ ଉପ ସଭାପତି ହରିଶ ପଟ୍ଟନାୟକ, ବ୍ଲକ୍ ଯୁବ କଂଗ୍ରେସ ସଭାପତି ଘନ ବିଶୋଇ, ବିଧାନସଭା ଯୁବ କଂଗ୍ରେସ ସଭାପତି ନବୀନ ବିଶୋଇ, ଯୁବ ନେତା ସନ୍ତୋଷ ମିଶ୍ର, ବୁଲୁ ହୋତା, ଯୁବ କାଉନସିଲର ଟିକୁ ବିଶୋଇ, କଲୁ ମାଝୀ ଓ ଅନ୍ୟ ନେତ୍ରୁ ବର୍ଗ ଅଭିନନ୍ଦନ ଜଣାଇଛନ୍ତି l

Leave A Reply

Your email address will not be published.