ସମ୍‌ରେ ପେଡିଆଟ୍ରିକ୍ ସଲିଡ ଟ୍ୟୁମର୍ କର୍ମଶାଳା

ଭୁବନେଶ୍ୱର, ୫/୧୧ : ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ଆଇ.ଏମ୍‌.ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଅଙ୍କୋଲୋଜି ସାଇନ୍‌ସେସ୍ ବିଭାଗ ଆନୁକୂଲ୍ୟରେ ଏକ ଦୁଇ ଦିନିଆ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଅଛି । ଅକ୍ଟୋବର ୪ ଓ ୫ ତାରିଖ ଦୁଇଦିନ ଧରି ‘ମ୍ୟାନେଜମେଂଟ ଅଫ୍ ଉଇଲମସ ଟ୍ୟୁମର୍ ଆଣ୍ଡ ନ୍ୟୁରୋବ୍ଳାଷ୍ଟୋମା’ ଶୀର୍ଷକ ଏହି କର୍ମଶାଳାଟି ଆୟୋଜିତ ହୋଇଥିଲା ।

ମେଡିକାଲ ଅଙ୍କୋଲୋଜି, ପେଡିଆଟ୍ରିକ୍ ସର୍ଜରୀ ଓ ପେଡିଆଟ୍ରିକ୍ ଅଙ୍କୋଲୋଜି ବିଭାଗରେ କାର୍ଯ୍ୟରତ ଓଡିଶାର ବିଭିନ୍ନ ସ୍ଥାନରୁ ୬୦ରୁ ଉର୍ଦ୍ଧ୍ୱ ଡାକ୍ତର ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଜନ୍ମରୁ ୧୫ ବର୍ଷ ବୟସର ପିଲାମାନଙ୍କଠାରେ ଦେଖାଯାଉଥିବା ବୃକକ୍ ମଧ୍ୟରେ ହେଉଥିବା ଉଇଲମସ ଟ୍ୟୁମର୍ ଓ ପେଟର ଭିତର ଭାଗରେ ନ୍ୟୁରୋବ୍ଲାଷ୍ଟୋମା ଟ୍ୟୁମର୍ ଜାତୀୟ କର୍କଟ ରୋଗ ନିମନ୍ତେ ଅସ୍ତ୍ରୋପଚାର, ରେଡିଓଥେରାପି ଓ କେମୋଥେରାପି ମାଧ୍ୟମରେ କିପରି ସଫଳ ଚିକତ୍ସା ଦିଆଯାଇପାରୁଛି ତାହା ଥିଲା ଆଲୋଚନାର ମୁଖ୍ୟ ବିଷୟ । ଟାଟା ମେମୋରିଆଲ ହସ୍ପିଟାଲ, ମୁମ୍ବାଇର ସଫଳ ଓ ସ୍ୱନାମଧନ୍ୟ ପେଡିଆଟ୍ରିକ୍ ଅଙ୍କୋସର୍ଜନ ପ୍ରଫେସର (ଡାକ୍ତର) ସାଜିଦ୍ କ୍ୟୁରେସି ୫ଜଣ ରୋଗୀଙ୍କ ଅତ୍ସୋପଚାର କରି ବିଶେଷଜ୍ଞ ମାନଙ୍କ ନିକଟରେ ଏହି ଅତ୍ୟାଧୁନିକ ଶୈଳୀକୁ ପ୍ରଦର୍ଶନ କରିଥିଲେ ।

ଏହାଛଡା ଚିକିତ୍ସା ବିଜ୍ଞାନର ଉନ୍ନତି ଓ ନୂତନଶୈଳୀ ପ୍ରୟୋଗରେ ପ୍ରଥମ ଅବସ୍ଥାରେ ରୋଗର ନିରୂପଣ , ନିଦାନ ଓ ଚିକିତ୍ସା ମାଧ୍ୟମରେ ରୋଗୀ କିପରି ୮୦ ରୁ ୯୦ ପ୍ରତିଶତ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ସ୍ୱାଭାବିକ ଜୀବନ ପାଇ ପାରିବ ତାହା ପେଡିଆଟ୍ରିକ୍ ଅଙ୍କୋଲୋଜି ବିଭାଗର ସଫଳ ଯୁବ (ଡାକ୍ତର) ପ୍ରଫେସର ସରୋଜ ପଣ୍ଡା ଓ ଡାକ୍ତର ନିର୍ମାଲ୍ୟ ଡି.ପ୍ରଧାନ ବୁଝାଇଥିଲେ ଓ ଏହା ଉପରେ ନୂତନ ସନ୍ଦର୍ଭ ପାଠ କରିଥିଲେ ।

ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର, ପ୍ରଫେସର (ଡାକ୍ତର) ସୋମ୍ୟ ସୁରଥ ପଣ୍ଡା, ପ୍ରଫେସର (ଡାକ୍ତର) ସୁନିଲ ଅଗ୍ରୱାଲା, ପ୍ରଫେସର(ଡାକ୍ତର) ଅନ୍ତର୍ଯ୍ୟାମୀ ପ୍ରଧାନ, ଉପନିର୍ଦ୍ଦେଶକ ଶ୍ରୀ ପି.ଦାସ , ଉପନିର୍ଦ୍ଦେଶକ ଡଃ ଏଲ.ରଥ ଓ ଶ୍ରୀ କାହ୍ନୁ ଚରଣ ସେଠୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.