କୋରାପୁଟକୁ ହରାଇ ଭବାନୀପାଟଣା ଚାମ୍ପିଅନ

କୋଟପାଡ: କୋଟପାଡ ସହରରେ ଦୀର୍ଘ ୧୨ ଦିନ ଧରି ଚାଲିଥିବା ଆନ୍ତଃରାଜ୍ୟ ନକ ଆଉଟ୍ ଫୁଟବଲ ଟୁର୍ନାମେଣ୍ଟରେ ଆଜିର ଫାଇନାଲ ମ୍ୟାଚ୍ରେ କୋରାପୁଟକୁ ୨-୦ ଗୋଲରେ ଭବାନୀପାଟଣା ପରାସ୍ତ କରି ଚାମ୍ପିଅନ ହୋଇଛି । ଏଥିରେ କୋଟପାଡ, ନବରଙ୍ଗପୁର, ଜୟପୁର, କୋରାପୁଟ, ସୁନାବେଡ଼ା, ଜଗଡଳପୁର ,ବଚେଲି ପ୍ରଭୃତି ଭାଗ ନେଇଥିଲେ । ସାଧାରଣ ଫୁଟବଲ ପ୍ରେମୀ ଏହାର ଭରପୁର ମଜା ଉଠାଇଥିଲେ। ଆଜିର ଫାଇନାଲ ମ୍ୟାଚ୍ରେ ପ୍ରାୟ ୨୦୦୦୦ ଲୋକ ଉପସ୍ଥିତ ଥିଲେ। ଏନସିସିର ଛାତ୍ର ମାନେ ଖେଳର ପ୍ରାରମ୍ଭରୁ ସୁନ୍ଦର୍ ପ୍ୟାରେଡ ପରିବେଷଣ କରିଥିଲେ। ଏହି ମ୍ୟାଚରେ ଫାଇନାଲ ବିଜେତାଙ୍କୁ ଟ୍ରଫି ଶହ ୨୫୦୦୦ ଟଙ୍କା ସ୍ୱର୍ଗୀୟ ଡି, ନାରାୟଣ ରାଓଙ୍କ ସ୍ମୃତିରେ ପ୍ରଦାନ କରାଯାଇଥିଲା ଓ ରନଅର୍ସଅପକୁ ସ୍ୱର୍ଗୀୟ ବାସୁଦେବ ବିଶୋଇଙ୍କ ସ୍ମୃତି ଉଦ୍ଦେଶ୍ୟରେ ଟ୍ରଫି ସହ ୨୦୦୦୦ ଟଙ୍କା ପ୍ରଦାନ କରାଯାଇଥିଲା । ଏହି ମ୍ୟାଚ୍ ଗୁଡ଼ିକର ଆୟୋଜନ କୋଟପାଡ ସ୍ପୋତିଁଙ୍ଗ କ୍ଲବ ଦ୍ଵାରା ଆୟୋଜନ କରାଯାଇଥିଲା । ବିଜୟୀ ଟ୍ରଫି ରାଜ ଗିଫ୍ଟ ସେଣ୍ଟର୍, ରନରସଅଫକୁ ଭାରତ ସ୍ପୋର୍ଟସ ଜୟପୁର ପ୍ରଦାନ କରିଥିଲେ ଏବଂ ପ୍ରତିଦିନ ମ୍ୟାନ ଅଫ ଦି ମ୍ୟାଚ୍, ବେଷ୍ଟ୍ ଶ୍ରୁଙ୍ଖଲା ଟିମ୍, ବେଷ୍ଟ ସ୍କୋରର, ବେଷ୍ଟ ଗୋଲ କିପର, ବେଷ୍ଟ ଡିଫେନସ, ବେଷ୍ଟ ହାପ, ବେଷ୍ଟ ମିଡଫିଲ୍ଡର, ଟିମ୍ ଜର୍ସି ବିଭିନ୍ନ ଅନୁଷ୍ଠାନ ପ୍ରଦାନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଧାୟକ ଶ୍ରୀମତୀ ପଦ୍ମିନୀ ଦିଆନ, ସାଂସଦ ରମେଶ ମାଝୀ, ଆଦିବାସୀ ଉନ୍ନୟନ ପରିଷଦ ଚେୟାରମ୍ୟାନ ଚନ୍ଦ୍ର ଶେଖର ମାଝୀ, ନଗରପାଳ ଏମ ଶଙ୍କର ରାଓ, ସମାଜସେବୀ ଗଣେଶ ପଣ୍ଡା, ପିସିସି ସଭ୍ୟ ମଣି ପ୍ରସାଦ ପଟ୍ଟନାୟକ, ମନୋହର ବିଶୋଇ, କାଉନସିଲର ଟିକୁ ବିଶୋଇ, ଟୁର୍ନାମେଣ୍ଟର ସଭାପତି ଏମ ଡି ସଲିମ, ସମ୍ପାଦକ ସିତ୍ତାନାଥ ବିଶ୍ଵାଳ, ଏମ ଡି ଅସିଫ, ଉମେଶ ମଲ୍ଲିକ, ଏମ ଡି ଅରିଫ୍, ପରିଚାଳକ ଭାବରେ ଏମ ଡି ଆସୁ, ସୁଶୀଲ ନାୟକ, ଧାରା ବିବରଣୀ ଏମ ଡି ଆସୁ, ହେମନ୍ତ ପାତ୍ର, ପ୍ରଶାନ୍ତ ପଣ୍ଡା ପ୍ରମୁଖ ଥିଲେ।

Leave A Reply

Your email address will not be published.