ଜିଲ୍ଲାସ୍ତରୀୟ ମେଗା ଆଇନ ସଚେତନତା ଶିବିର, ୨୨୮ଜଣ ହିତାଧିକାରୀଙ୍କ ସରକାରୀ ଯୋଜନାର ସହାୟତା ପ୍ରଦାନ

ମାଲକାନଗିରି ,୬।୧୧ ଆଜି ମାଲକାନଗିରି ସଂସ୍କୃତି ଭବନଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣର ପକ୍ଷରୁ ମିଳିତ ଆଇନ ସଚେତନତା ଓ ପ୍ରସାରଣ ମାଧ୍ୟମରେ ନାଗରିକଙ୍କୁ ସଶକ୍ତିକରଣ କରିବା ନିମନ୍ତେ ମେଗା ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଚାରପତି ଶ୍ରୀମତି ଅଜନ୍ତା ଷଡଙ୍ଗୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏହି ଅବସରରେ ୬ଟି ବିଭାଗର ୨୨୮ ଜଣ ହିତାଧ୍ୟାକାରୀଙ୍କୁ ବିଭିନ୍ନ ସରକାରୀ ଯୋଜନାର ସହାୟତା ପ୍ରଦାନ କରାଯାଇଛି , ଜିଲ୍ଲା ବିଚାରପତି ଶ୍ରୀମତି ଷଡଙ୍ଗୀ କହିଛନ୍ତି ଯେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଆଇନ ବିଷୟରେ ଆଇନ ବିଭାଗ ଅବଗତ ରହି ସରକାରଙ୍କ ପ୍ରତ୍ୟେକ ଯୋଜନାକୁ ହିତାଧ୍ୟାକାରୀଙ୍କ ପାଖରେ ପହଞ୍ଚାଇବା ପାଇଁ ଆଇନ ସେବା ପ୍ରାଧ୍ୟାକରଣ କାର୍ଯ୍ୟ କରୁଛି ଏବଂ ଏଥି ନିମନ୍ତେ ସେ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ । ଏହି ଶିବିରରେ ରାଜସ୍ବ ବିଭାଗ ପକ୍ଷରୁ ୧୩୨ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଛି । ଶ୍ରମ ବିଭାଗ ତରଫରୁ ୫୪ ଜଣ ହିତାଧ୍ୟାକାରୀଙ୍କୁ ନିର୍ମାଣ ଶ୍ରମିକ ସହାୟତା ଦିଆଯାଇଛି । କୃଷି ବିଭାଗ ତରଫରୁ ୭ ଜଣଙ୍କୁ କୃଷି ଉପକରଣ ବଣ୍ଟନ ସହ ଓଏଲଏମ ପକ୍ଷରୁ ୧୦ ଜଣ ଏସଏଚଜିଙ୍କୁ ସହାୟତା ସେହିପରି ସାମାଜିକ ସୁରକ୍ଷା ବିଭାଗ ତରଫରୁ ୧୫ ଜଣଙ୍କୁ ଏବଂ ଶିଶୁ ସୁରକ୍ଷା ବିଭାଗରୁ ଶିଶୁଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ ଓ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବଳଭଦ୍ର ଦୀପ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ରାକେଶ କୁମାର ମୁଦୁଲି , ସିଜେଏମ୍ ସତ୍ୟପ୍ରିୟ ଦାସ,ବରିଷ୍ଠ ସିଭିଲ ଜଜ ବିଜୟ କୁମାର ଦାସ, ଏସଡିଜେଏମ୍ ରୁଦ୍ରପ୍ରକାଶ ନାୟକ, ଜେ ଏମସି ଦେବେନ୍ଦ୍ର ନାଥ ବାଗ,ସବ୍ ଜଜ୍ ପ୍ରମୁଖ ଉପସ୍ଥିତ ଥିଲେ , ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଅଶୋକ କୁମାର ପଟ୍ଟନାୟକ ବିଭିନ୍ନ ଆଇନର କିପରି ସଦୁପଯୋଗ ହୋଇ ଲୋକାଭିମୁଖୀ ହେବ ସେ ସମ୍ପର୍କରେ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମଙ୍ଗଳ ଅଧିକାରୀ କୃପା ସିନ୍ଧୁ ବେହେରା, ଜିଲ୍ଲା ଶ୍ରମ ଅଧିକାରୀ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏବଂ ବିଭିନ୍ନ ବିଭାଗର ଜିଲ୍ଲାସ୍ଥରୀୟ ଅଧିକାରୀ ଉପସ୍ଥିତ ରହି ନିଜ ନିଜ ବିଭାଗର ବିଭିନ୍ନ ଲୋକା ଭିମୁଖୀ କାର୍ଯ୍ୟ ସମ୍ପର୍କରେ କହିଥିଲେ।

Leave A Reply

Your email address will not be published.