xmas

କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରଦ୍ଧାଳୁଙ୍କ ଜନ ସମାଗମ

କୋଟପାଡ: ଆଜି କୋଟପାଡ ସହରର ସମସ୍ତ ମନ୍ଦିରରେ ଭକ୍ତଙ୍କ ଆଗମନ ସହିତ ହିନ୍ଦୁ ଧର୍ମର ଲୋକ ମାନେ ମନ୍ଦିର ଯାଇ ଦେବତାଙ୍କ ଦର୍ଶନ ସହ ବୋଇତ ବନ୍ଦାଣ ଛୋଟ ଠାରୁ ବଡ ସମସ୍ତେ ଏକତ୍ରିତ ହୋଇଥିଲେ। ସହରରେ ଅଲଗା ଏକ ବାତାବରଅଣ ସୃଷ୍ଟି ହୋଇଥିଲା ସଙ୍କୀର୍ତ୍ତନ ସହରକୁ ଭାବ ବିହ୍ୱଳ କରି ଦେଇଥିଲା । ଜଗନ୍ନାଥ ମନ୍ଦିର, ଶିବ ମନ୍ଦିର,ଚକ୍ରକୋଟ ମନ୍ଦିର, ଅମଡ଼ାମୁଣ୍ଡା ନୀଳକଣ୍ଠଇଶ୍ଵର ମନ୍ଦିର, ଗଣେଶ ମନ୍ଦିର, ଲକ୍ଷ୍ମୀ ମନ୍ଦିର ପ୍ରଭୃତିରେ ଜନ ସମାଗମ ହୋଇଥିଲା । ଜଗନ୍ନାଥ ମନ୍ଦିରରେ ପୂଜକ ରାମକୃଷ୍ଣ ମହାପାତ୍ର, ରାଜୁ ଅଧିକାରୀ, ଶିଶିର ଷଡ଼ଙ୍ଗୀ ଓ ଅନ୍ୟ ସହଯୋଗୀ ଉପସ୍ଥିତ ରହି ଭକ୍ତଙ୍କ କାର୍ଯ୍ୟ ସୁଚାରୁ ରୂପେ ତୁଲାଇଥିଲେ । କାଲି ଚନ୍ଦ୍ର ଗ୍ରହଣ କାରଣରୁ ଦେବ କାର୍ଯ୍ୟ ରୀତି ନୀତି ବନ୍ଦ ରହିବାରୁ ଆଜି ଠାକୁରଙ୍କ ଦର୍ଶନ ପାଇଁ ଲମ୍ବା ଧାଡ଼ି ଲାଗିବାର ଦେଖା ଯାଇଥିଲା ।

Leave A Reply

Your email address will not be published.