ରାସ୍ତା ଦୁର୍ଘଟଣାରେ ସ୍ଵାମୀ ମୃତ, ସ୍ତ୍ରୀ ଓ ପୁଅ ଆହତ

କାଲିମେଳା ତା ୮/୧୧ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କାଲିମେଳା ଓ ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥରେ ଆଜି ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମଟର ସାଇକେଲ ଓ ଟ୍ରକ୍ ସହିତ ଧକ୍କାରେ ମଟର ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କର ଆହାତ ହୋଇଥିବା ଜଣାପଡିଛି ଘଟଣାରୁ ମିଳିଥିବା ସୂଚନା ଅନୁଯାୟୀ ମାନ୍ଯମକୋଣ୍ଡା ଗ୍ରାମ ପଞ୍ଚାୟତ ଅଧୀନ ରାଜଗିରି ଗ୍ରାମର ନୀଳ ବଡ଼ନାୟକ ନିଜ ସ୍ତ୍ରୀ ଜେମା ଦେଇ ଓ ପୁଅ ସଲମାନ ସହିତ ମଟର ସାଇକେଲ ଯୋଗେ କୈାଣସି ଏକ କାମ ନେଇ ମାଲକାନଗିରି ଯାଇ ସନ୍ଧ୍ୟାରେ ଘରକୁ ଫେରୁଥିବା ବେଳେ ରାସ୍ତାରେ ଠିଆ ସୋଇଥିବା ଟ୍ରକ୍କୁ ପଛ ପଟୁ ଡାଲାକୁ ଧକ୍କା ଦେଇ ତିନି ଜଣ ଘଟଣାସ୍ଥଳରେ ପଡିଯାଇଥିଲା ବେଳେ କାଲିମେଳା ଅଞ୍ଚଳର ଜଣେ ଭଦ୍ରବ୍ୟକ୍ତି ଆହାତ ତିନିଜଣଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଆଣି କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଭର୍ତ୍ତି କରାଇଥିଲେ। ଏଠାରେ ଦାୟିତ୍ଵ ଥିବା ଡ଼ାକ୍ତର ମଟର ସାଇକେଲ ଚାଳକ ନୀଳ ବିନାୟକଙ୍କୁ ମୃତ ଘୋଷଣା କରିଥିଲେ । ଗୁରତର ଆହାତ ସ୍ତ୍ରୀ ଓ ପୁଅ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବାର ସୂଚନା ମିଳିଛି ।

ପ୍ରଶାନ୍ତ କୁମାର ବିହାରୀ
କାଲିମେଳା ବ୍ଲକ

Leave A Reply

Your email address will not be published.