ଆଜି ଛାଡଖାଇ, ଆମିଷ ବଜାରରେ ଲୋକଙ୍କ ହାଉଯାଉ

ଫୁଲବାଣୀ, ୦୯/୧୧: ଆଜି ଛାଡଖାଇ । ମାସ ଯାକ ଛାଡିଥିବା ଲୋକଙ୍କ ପାଟିରେ ଆମିଷ ଝୋଳ ଆଜି ପାଟିରେ ବାଜିବ । କାର୍ତ୍ତିକ ମାସ ଯାକ ହବିଷ କରିଥିଲେ । ଗତକାଲି ପୂର୍ଣ୍ଣମା ଥିଲା। ସଂଖ୍ୟାରେ ଲୋକେ ସକାଳୁ ସକାଳୁ ଡଙ୍ଗା ମଧ୍ୟ ଭସାଇଥିଲେ। ମନ୍ଦିରରେ ଦୀପ ଜାଳି ପରିବାରର ଶୁଭ ମନାସୀ ଥିଲେ। ହେଲେ ଆଜି ଛାଡଖାଇ ବୁଧବାର ହୋଇଥିବାରୁ ଲୋକ ଭାରି ଖୁସ I ତେବେ ମାର୍ଗଶୀର ଗୁରୁବାର ଥିବାରୁ କେହି କେହି ସେମାନଙ୍କୁ ଅପେକ୍ଷା କରିବାକୁ ପଡିବ ବୋଲି କହିଛନ୍ତି । ହେଲେ ଅଧିକାଂଶ ଆଜି ଛାଡଖାଇ କରୁଛନ୍ତି। ଆଉ ଧର୍ଯ୍ୟ ନାହିଁ ଅପେକ୍ଷା କରିବା ଲାଗି ଫଳରେ ଆଜି ସକାଳୁ ସକାଳୁ ଆମିଷ ବଜାରରେ ଭିଡ଼ ଦେଖିବାକୁ ମିଳିଥିଲା। ଆମିଷ ଖାଉଥିବା ଲୋକ ରାତି ନ ପାଉଣୁ ଫୁଲବାଣୀ ସହରରେ ଥିବା ବିଭିନ୍ନ ଆମିଷ ଦୋକାନରେ ଲାଇନ ଲଗାଇ ଦେଇଥିଲେ। କିଏ ମଟନ ପାଇଁ ତ ଆଉ କିଏ ଚିକେନ ଦୋକାନରେ ଭିଡ଼ ଜମାଇଥିଲା। ସେହିପରି ମାଛ ଖାଉଥିବା ଲୋକ ମାଛ ମାର୍କେଟରେ ଆଜି ଭିଡ଼ ଜମାଇଥିଲେ । ଭଲ ବାର ଥିବାରୁ ଆଜି ବେପାର ଜମିବ ବୋଲି ଆମିଷ ବ୍ୟବସାୟିମାନେ କହିଛନ୍ତି। ମାସ ଯାକ ହବିଷାନ୍ନ ଖାଇ ସତେ ଯେପରି ପାଟିଟା ଟିକିଏ ହଡସିଆ ହୋଇ ଯାଇଥିଲା। ମାସ ଯାକ ପାଟିରେ ଟିକିଏ ମଟନ ଝୋଳ କି ଚିକେନ କଷା ,କି ମାଛ ବେସର ଟିକିଏ ବାଜି ନଥିଲା। ଆଜି ଛାଡ଼ଖାଇରେ ଯେମିତି ହେଲେ ଘରକୁ ଆମିଷ ଟିକିଏ ଯିବ। ଆଗରୁ ଘରଣୀ ଫରମାଇସ କରିଛନ୍ତି । ଲୋକଙ୍କ ଡିମାଣ୍ଡକୁ ଦେଖି ବ୍ୟବସାୟୀମାନେ ଚିକଣିଆ ଖାସୀ, ଚିକେନ ,ବିଭିନ୍ନ ଭେରାଇଟିର ମାଛ, ଚିଙ୍ଗୁଡ଼ି ଆଦି ମହଯୁଦ ରଖିଛନ୍ତି ମଧ୍ୟ। ତା ସାଙ୍ଗରେ ଚାହିଦା ଦେଖି ଦର ମଧ୍ୟ କଷି ଥିଲେ। ହେଲେ ଦରପ୍ରତି କାହାର ଖାତିର ନାହିଁ। ଯେତେ ଟଙ୍କା ପଡ଼ିଲେ ବି ଆଜି ଛାଡଖାଇରେ ଆର୍ମିଷ ପାଟିରେ ବାଜିବ । ଏହାର ଫାଇଦା ଉଠାଇଥିଲେ ବେପାରୀ, ମାସେ ହେଲା ହାତ ବାନ୍ଧି କସିଥିଲେ। କାଂ ଭା ମଝିରେ ମଝିରେ ବେପାର ଟିକିଏ ହେଉଥିଲା ଅଂଳା ନବମୀରୁ ପୁରାପୁରି ବନ୍ଦ ଥିଲା ବେପାର। ଆଜି ଛାଡଖାଇରେ ଭଲ ବେପାର ହେଉଥିବାରୁ ଆମିଷ ବେପାରୀ ବେଶ ଖୁସି । ତେବେ ଆଜି ପରିବା ମାର୍କେଟ ପୂରା ଖାଁ ଖାଁ ଲାଗିଥିଲା । ନିରାମିଷ ଲୋକେ ପନୀର ଓ ଛତୁ ଘରକୁ ନେଇଥିଲେ। ତେବେ କାର୍ତ୍ତିକ ମାସରେ ମାସ ଯାକ ହବିଷ ବ୍ରତ କରି ନିଷ୍ଠାର ସହ ପୂଜାର୍ଚନା କରି ପରିବାରର ସୁଖ ସମୃଦ୍ଧି କାମନା କରୁଥିଲେ ସମସ୍ତେ ,ହେଲେ ଆଜିର ଆମିଷ ବଜାରକୁ ଦେଖିଲା ପରେ ସତେ ଯେପରି ଆଖି ପିଛୁଳାକେ ସବୁ କିଛି ଓଲଟପାଲଟ ହୋଇଗଲା ପରି ମନେ ହେଉଥିଲା।

Leave A Reply

Your email address will not be published.