ଦ୍ୱିତୀୟ ଥର ଗିନିଚ ବୁକ ଅଫ ୱାର୍ଲଡ ବିଜେତା ହେଲେ କନ୍ଧମାଳର ସନ୍ଧ୍ୟାରାଣୀ

ଫୁଲବାଣୀ, ୦୯/୧୧: କନ୍ଧମାଳ ଜିଲ୍ଲା ଚକାପାଦ ଅଞ୍ଚଳର ସନ୍ଧ୍ୟାରାଣୀ ବେହେରା ପୁଣି ଥରେ ଗିନିଚ ୱାର୍ଲଡ ଅଫ ରେକର୍ଡରେ ସ୍ଥାନ ପାଇଁ କନ୍ଧମାଳ ଓ ଓଡିଶା ପାଇଁ ଗୌରବ ଆଣିଦେଇଛନ୍ତି l ପୂର୍ବରୁ ଆକର୍ଷଣୀୟ ବୁଣାକୌଶଳ ପାଇଁ ୨୦୧୯/୨୦ରେ ଗିନିଚ ୱାର୍ଲଡ ଅଫ ରେକର୍ଡରେ ସ୍ଥାନ ପାଇଥିଲେ lଚଳିତ ବର୍ଷ ସେପ୍ଟେମ୍ବର ୧୮ରେ ବିଶାଖପାଟନାରେ ଅନୁଷ୍ଠିତ ପଶମ ସୁତାରେ ନିର୍ମିତ ଟୋପି ଉପରେ ହୋଇ ଥିବା ଭାଗ ନେଇ ଏହି କୃତିତ୍ୱ ଅର୍ଜନ କରିଥିଲେ ସନ୍ଧ୍ୟା l ଏହି ପ୍ରତିଯୋଗିତାରେ ଦୁଇଶହ ଚାଳିଶ କିସମର ରଙ୍ଗ ବେରଂଗ ପଶମ ଟୋପି ପ୍ରଦର୍ଶିତ କରି ବିଚାରକ ମାନଙ୍କମନ ଓ ହୃଦୟ ଜିଣିଥିଲେ l ଏହା କରିବାକୁ ତାଙ୍କୁ ଏକ ମାସ ସମୟ ଲାଗିଥିବା କହିଛନ୍ତି ସନ୍ଧ୍ୟା l
ଓଡିଶାରୁ ଚାରି ଜଣ ଅଂଶଗ୍ରହଣ କରିଥିଲେ l ସନ୍ଧ୍ୟାରାଣୀଙ୍କୁ ଗିନିଚ ବୁକ ଅଫ ୱାର୍ଲଡ ପକ୍ଷରୁ ପ୍ରମାଣ ପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା l ଗିନିଚ ବୁକରେ ସ୍ଥାନ ପାଇବା ପରେ ବେଶ ଖୁସି ବ୍ୟକ୍ତ କରିଛନ୍ତି ସନ୍ଧ୍ୟା l ଏହା ତାଙ୍କର ଆଗ୍ରହ, ନିଷ୍ଠା, ପରିଶ୍ରମର ଫଳ ବୋଲି କହିଛନ୍ତି l ସନ୍ଧ୍ୟାଙ୍କ କଲେଜ ପଢୁଆ ଝିଅ ସୃତିସୁଧା ମଧ୍ୟ ମାଙ୍କୁ ବିଭିନ୍ନ କ୍ଷେତ୍ରରେ ସହଯୋଗ କରିଥିଲେ l ସନ୍ଧ୍ୟାରାଣୀ ରେଳ ବିଭାଗରେ ମହିଳା କନେଷ୍ଟବଳ ଭାବେ କାର୍ଯ୍ୟ କରୁଛନ୍ତି l ବରିଷ୍ଠ ସାମ୍ବାଦିକ ତଥା ଫୁଲବାଣୀ ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, ବରିଷ୍ଠ ସାମ୍ବାଦିକ ସନ୍ତୋଷ ଡିଗାଲ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଚକାପାଦ ବିଡ଼ିଓ ଅନିଲ ପଟନାୟକ ପ୍ରମୁଖ ସନ୍ଧ୍ୟାରାଣୀଙ୍କୁ ଅଭିନନ୍ଦନ ଜଣାଇବା ସହ ଉତରୋତର ଉନ୍ନତି କାମନା କରିଛନ୍ତି l

Leave A Reply

Your email address will not be published.