ଫୁଲବାଣୀ, ୦୯/୧୧: କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ବିଡ଼ିଓ ଆଶିଷ ତ୍ରିପାଠୀଙ୍କ ବିରୁଦ୍ଧରେ ଖୋଦ ବ୍ଲକ ଅଧ୍ୟକ୍ଷା ଓ ଅନ୍ୟ ଲୋକ ପ୍ରତିନିଧି ମାନେ ଦୁର୍ନୀତି, ପ୍ରିୟା ପ୍ରୀତି ତୋଷଣ, ନିର୍ବାଚିତ ଲୋକ ପ୍ରତିନିଧି ମାନଙ୍କୁ ଅଣଦେଖା, ମନମୁଖୀ କାରବାର ବିରୁଦ୍ଧରେ ମାଳ ମାଳ ଅଭିଯୋଗମାନ ଆଣି ତଦନ୍ତ ଦାବି କରିବା ସହ ଅନ୍ୟତ୍ର ବଦଳି ଦାବି କରିଥିଲେ ମଧ୍ୟ ସରକାର ଓ ପ୍ରଶାସନ ଚୁପ ବସିବା ନେଇ ସାଧାରଣରେ ଆଲୋଚନା ହେଉଛି l ବିଡ଼ିଓ ତ୍ରିପାଠୀ ମଧ୍ୟ ମୋର ଉପରେ ହାତ ଅଛି, କିଏ କିଛି କରିପାରିବେନି ବୋଲି କାର୍ଯ୍ୟାଳୟରେ କହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି l ବିଭାଗରେ ଏଭଳି ବିବାଦ ଲାଗି ରହିଥିବାରୁ ଉନ୍ନୟନ ମୂଳକ କାମ ମଧ୍ୟ ଧିମା ହୋଇଯାଇଛି l ବ୍ଲକର କିଛି କର୍ମଚାରୀ ଭିତିରିଆ ଅଧ୍ୟକ୍ଷାଙ୍କୁ ସମର୍ଥନ କରୁଥିବା ବେଳେ ଆଉ କିଛି ଚାକିରୀ ଭୟରେ ବିଡ଼ିଓ ଆଶିଷଙ୍କ ଆଶିଷ ଲାଭ କରିବା ପାଇଁ ସମର୍ଥନ କରୁଥିବା ନେଇ ଚର୍ଚା ହେଉଛି l ତେବେ କିଛି ଯନ୍ତ୍ରୀ ମଧ୍ୟ ବାବୁଙ୍କ କାର୍ଯ୍ୟକଳାପକୁ ନା ପସନ୍ଦ କରୁଥିବା ଜଣାପଡିଛି l ଜିଲ୍ଲାପାଳ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିଧାୟକ, ମନ୍ତ୍ରୀ ଏଥି ପ୍ରତି ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ l
Sign in
Sign in
Recover your password.
A password will be e-mailed to you.