ଫୁଲବାଣୀ ପୌର ଅଧିକାରୀଙ୍କ ଓଏଏସ ସ୍ତରକୁ ପଦୋନ୍ନତି

ଫୁଲବାଣୀ, ୧୦/୧୧: ଫୁଲବାଣୀ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ବଳଦେବ ବେହେରାଙ୍କୁ ରାଜ୍ୟ ସରକାର ଓ ଏଏସ ପାହ୍ୟାକୁ ପଦନ୍ନୋତି ଦେଇଛନ୍ତି l ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବେହେରାଙ୍କ କାର୍ଯ୍ୟଦକ୍ଷତା, ସଚୋଟତା, ଅଭିଜ୍ଞତାକୁ ଭିତ୍ତି କରି ସରକାର ଏହି ପଦୋନ୍ନତି ଦେଇଥିବା ଜଣା ପଡ଼ିଛି l ପଦୋନ୍ନତ୍ତି ପାଇଥିବାରୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ବେହେରା ଖୁସି ବ୍ୟକ୍ତ କରିଛନ୍ତି ଆଉ ଆଗକୁ ଲୋକଙ୍କ ପାଇଁ କାର୍ଯ୍ୟ କରିବା ପାଇଁ ମନୋବଳ ଓ ଅହେତୁକ ଆଗ୍ରହ ବଢିବ ବୋଲି କହିଛନ୍ତି l ଏଥି ପୂର୍ବରୁ ସେ ନିଜର ଦକ୍ଷତା ବଳରେ ଓ ଆରଏସ ପାଇଥିଲେ l ଫୁଲବାଣୀ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ସେ ସହରର ବିଦ୍ୟୁତ ଆଲୋକ, ଗମନାଗମନ, ପାନୀୟ ଜଳ ସୁବିଧା କରି ସହରବାସୀଙ୍କ ହୃଦୟ ଜିଣି ପାରିଥିଲେ l ସେହିପରି ଡ୍ରେନ ସମସ୍ୟାରେ ସୁଧାର ଆଣିବା ଦିଗରେ ପ୍ରୟାସ କରିଥିଲେ l ସହରରେ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ସହ ଅବସର ବିନୋଦନ ପାଇଁ ଦୁଇ ଦୁଇଟି ପାର୍କ ନିର୍ମାଣ, ଜିମ ନିର୍ମାଣ କରି ସହରବାସୀଙ୍କୁ ସୁସ୍ଥ ଓ ନିରୋଗ ରଖିବା ପାଇଁ ତାଙ୍କର ଉଦ୍ୟମ ପ୍ରଶଂସନୀୟ l ଓଏଏସ ପାଇବା ଖବର ମିଳିବା ପରେ ବିଭାଗୀୟ କର୍ମଚାରୀ, ବୁଦ୍ଧିଜୀବୀ, ଲୋକ ପ୍ରତିନିଧି, ବନ୍ଧୁମାନେ ଭେଟି ପୁଷ୍ପ ଗୁଛ ଦେଇ ଅଭିନନ୍ଦନ ଜଣାଇଥିଲେ l

Leave A Reply

Your email address will not be published.