ରାସ୍ତା ପାର୍ଶ୍ଵବନୀକରଣ ନାଁରେ ମିଳିମିଶି ଚଳୁ କରିଦେଲେ ?

ଫୁଲବାଣୀ, ୧୦/୧୧: ସରକାର ପରିବେଶ ସୁରକ୍ଷା ଓ ବୃକ୍ଷରୋପଣ ପାଇଁ କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି ହେଲେ କିଛି ଅସାଧୁ ଜଙ୍ଗଲ ବିଭାଗ କର୍ମଚାରୀଙ୍କ ଦୁର୍ନିତୀ ପୂର୍ଣ୍ଣକାର ବାର, ଦାୟୀତ୍ଵ ହୀନତା, ଅବହେଳା ଯୋଗୁଁ ଦିନକୁ ଦିନ ଜଙ୍ଗଲ ଧ୍ବଂସ ହେବାରେ ଲାଗିଛି । ଏଭଳି ଅଭିଯୋଗ ଆସିଛି ଫୁଲବାଣୀ ଜଙ୍ଗଲ ବିଭାଗ ଡିଭିଜନ ଅନ୍ତର୍ଗତ ରାଇକିଆ ରେଞ ଅଞ୍ଚଳରେ। ରାସ୍ତା ପାର୍ଶ୍ଵବନୀକରଣ ନାଂରେ ଏହିରେ ରେଞରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ ହୋଇଥିବା ନଜରକୁ ଆସିଛି। ଭିଜିଲ୍ଲାନ୍ସ ସ୍କାନରରେକୁ ଆଡେ ରହିଛି ଏହି ରେଞ୍ଜ । ସୂଚନାଯୋଗ୍ୟ ଯେ, ଗତ ୨୦୨୦-୨୧ ବର୍ଷରେ ଏହି ରେଞ୍ଜ ଅନ୍ତର୍ଗତ ମୁସୁମାହାଠାରୁ ଟଟମାହା ଯାଏ ରାସ୍ତା ପାର୍ଶ୍ଵରେ ବୃକ୍ଷରୋପଣ ଓ ଜାଲି ବାଡ଼ ପାଇଁ ଅର୍ଥ ଅନୁବାନ ଆସିଥିଲା। ହେଲେ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ମିଳିମିଶି ଗଛ ନଲଗାଇ ସବୁ ଅର୍ଥକୁ ଆଡେ ଚଳୁ କରି ଦେଇଥିବା ଶୁଣିବାକୁ ମିଳୁଛି । ଏହି ରାସ୍ତା କୁଆଡେ ରାଇକିଆଠାରୁ ଟିକେ ଭିତରକୁ ହୋଇଥିବା ଓ ଲୋକଙ୍କ ଯିବା ଆସିବା କମ ଥିବାରୁ ଦାୟିତ୍ଵରେ ଥିବା ଅଧିକାରୀମାନେ ବେଶ କାଗଜ କଲମରେ ଗଛ ଲଗାଇଥିବା ଦର୍ଶାଇ ଚଳୁ କରିଦେଇ ଥିବା କୁହାଯାଇଛି। କେବଳ ଏହି ଗୋଟିଏ ନୁହେଁ ଏହି ରେଞରେ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ, ନର୍ସରୀ ନାମରେ ବ୍ୟାପକ ଅନିୟମିତତା ଓ ହରି ଲୁଟ ହୋଇଥିବା ଅଭିଯୋଗ ହେଉଛି । ଏଣୁ ଦୁର୍ନୀତି ନିବାରଣ ବିଭାଗ ଅଧିକାରୀ, ବିଭାଗୀୟ ଡିଏଫଓ ପ୍ରଶାନ୍ତ ପାଟିଲ ଏଥିପତି ସ୍ଵତନ୍ତ୍ର ଦୃଷ୍ଟି ଦେଇ ଦୋଷୀ କର୍ମଚାରୀଙ୍କ ବିରୁଦ୍ଧରେ ଆବଶ୍ୟକ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।

Leave A Reply

Your email address will not be published.