ଯୌତୁକ ନିର୍ଯ୍ୟାତନାରେ ନବ ବିବାହିତାଙ୍କ ହତ୍ୟା ଅଭିଯୋଗ

କାଲିମେଳା ତା ୧୨/୧୧: ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଏମ୍. ପି. ଭି-୩୨ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା l କାଲିମେଳା ଥାନା ଅନ୍ତର୍ଗତ ଏମ ପି ଭି ୩୨ ଗ୍ରାମର ସ୍ବର୍ଗତ ଅଧିର ବୈରାଗୀଙ୍କ ପୁଅ ଅଜୟ ବୈରାଗୀଙ୍କୁ ମାନ୍ୟମକୋଣ୍ଡା ଗ୍ରାମ ପଞ୍ଚାୟତ ଅଧୀନ ଏମ ପି ଭି ୪୨ ଗ୍ରାମର କାକଲି ବିଶ୍ୱାସଙ୍କ ଝିଅ ପିନାକୀ ବିଶ୍ୱାସଙ୍କ ଝିଅକୁ ଆଜିକୁ ବର୍ଷେ ପୂର୍ବରୁ ବୈଦିକ ନୀତି ନିୟମରେ ବିବାହ କରିଥିଲେ l ଆଜିକୁ ସାତ ମାସ କାଳ ଯୌତୁକ ନିର୍ଯ୍ୟାତନା ଦେଇ ଆସୁଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ l ପୂର୍ବରୁ ଯୈାତୁକ ନିର୍ଯ୍ୟାତନା ଦେଇ ଏକ ଲକ୍ଷ ଟଙ୍କା ମଧ୍ୟ ନେଇ ଥିବା ନେଇ ଝିଅର ପରିବାର ଲୋକେ ଅଭିଯୋଗ କରିଛନ୍ତି। ସେଥିରେ ମଧ୍ୟ ସନ୍ତୁଷ୍ଟ ନ ହୋଇ ଶଶୁର ଘର ଲୋକମାନେ ବାରମ୍ବାର ବାରମ୍ବାର ଝିଅକୁ ନିର୍ଯ୍ୟାତନା ଦେଇ ଆସୁଥିଲେ ଓ ଶେଷରେ ଝିଅକୁ ମାରି ଦେଇ ଝୁଲାଇ ଦେଲେ ବୋଲି ଅଭିଯୋଗ କରିଛନ୍ତି। ଯାହା ଫଳରେ ଝିଅର ସଂସାର ନଷ୍ଟ ହୋଇଗଲା । ଯେ ବେକରେ ରଶି ଦେଇ ଝୁଲାଇ ଶଶୁର ଘରର ପରିବାର ଲୋକେ ମାରିଦେଇଛନ୍ତି ବୋଲି ଗଣମାଧ୍ୟମ ସମ୍ମୁଖରେ ଓ ଗ୍ରାମବାସୀ ସମ୍ମୁଖରେ ଅଭିଯୋଗ ଆଣିଛନ୍ତି। ଓ ନବ ବିବାହିତା ପିନାକୀ ବିଶ୍ୱାସଙ୍କ ବେକରେ ଦାଗ ମଧ୍ୟ ରହିଥିବା ଜଣାପଡିଛି। ଏ ନେଇ କାଲିମେଳା ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକେ l ଘଟଣାସ୍ଥଳରେ କାଲିମେଳା ଥାନା ପୋଲିସ ପହଞ୍ଚି ଶବ ଉଦ୍ଧାର କରିଛନ୍ତି ଏ ନେଇ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି ଶବ ବ୍ୟବଚ୍ଛେଦ ପରେ ଝିଅର ମରଶରୀର ପରିବାରବର୍ଗଙ୍କୁ ହସ୍ତତନ୍ତ କରିବେ ବୋଲି ପୋଲିସ ପ୍ରକାଶ କରଛନ୍ତି ଓ ନେଇ ଅଧିକ ତଦନ୍ତ ଜାରି ରଖିଛି କାଲିମେଳା ପୋଲିସ l

Leave A Reply

Your email address will not be published.