xmas

ନୟାଗଡ଼ ବିଜେପି ରାଜନୀତି ଘଡି଼କେ ଘୋଡ଼ା ଛୁଟୁଛି

ନୟାଗଡ଼: ନୟାଗଡ଼ ଜିଲ୍ଳାରେ ରାଜନୀତି ଘଡ଼ିକେ ଘୋଡ଼ା ଛୁଟୁଛି । ବିଜେଡ଼ି, ବିଜେପି, କଂଗ୍ରେସ ମଧ୍ୟରେ ରାଜନୈତିକ ଛକାପଞ୍ଝାକୁ ନେଇ ରାଜନୈତିକ ମହଲରେ ବେଶ୍ ଆଲୋଚନା ହେଉଛି । ଗୋଟିଏ ପଟେ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ରାଜନୈତିକ ପତିଆରାକୁ ନେଇ ଚର୍ଚ୍ଚା ହେଉଥିଲା ବେଳେ ଅନ୍ୟ ପଟେ ପୂର୍ବତନ କନ୍ଧମାଳ ବିଜେଡ଼ି ସାଂସଦ ପ୍ରତ୍ୟୁଷା ରାଜେସ୍ୱରୀ ସିଂଙ୍କୁ ନେଇ ନୟାଗଡ଼ ରାଜନୀତିରେ ଆଲୋଚନା ଚାଲିଛି । କିଏ କହୁଛି ପୂର୍ବତନ ବିଜେଡ଼ି କନ୍ଧମାଳ ସାଂସଦ ତଥା ବର୍ତ୍ତମାନ ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ସ୍ୱାମୀଙ୍କର ଶ୍ରାଦ୍ଧବାର୍ଷିକୀ ପରଠାରୁ ଜିଲ୍ଲା ବିଜେପି ଶିବିରରେ ମୃଦୁକମ୍ପନ ସୃଷ୍ଟି ହୋଇଛି । ଯେବେଠାରୁ ରାଣୀ ପ୍ରତ୍ୟୁଷା ଜିଲ୍ଲା ବିଜେପି ପାଇଁ ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି ଓ ତାଙ୍କର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି ସେବେଠାରୁ ବିଜେପିର ବିଧାୟିକା ପ୍ରାର୍ଥୀ ଇରାନୀ ରାୟ ଇର୍ଷାରେ ଜଳିବାକୁ ଆରମ୍ଭ କରିଛନ୍ତି । କାରଣ ଯେଉଁଦିନ ରାଣୀ ପ୍ରତ୍ୟୁଷା ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍‌ର ସାକେରୀ ଗ୍ରାମରେ ବିଜେପିର ଏକ ମିଶ୍ରଣ ପର୍ବରେ ଶତାଧିକ ବିଜେଡି କର୍ମୀ ବିଜେପିରେ ସାମିଲ ହେଲେ ଠିକ୍ ସେହିଦିନ ସନ୍ଧ୍ୟାରେ ଇରାନୀ ରାୟ ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀ କରି ସଫେଇ ଦେଲେ ଯେ ୨୦୨୪ ନିର୍ବାଚନ ପର୍ଯ୍ୟନ୍ତ ଆମେ ହେଲୁ ନୟାଗଡ଼ ଜିଲ୍ଲା ବିଜେପିର ପ୍ରତିନିଧି । ରାଣୀ ପ୍ରତ୍ୟୁଷା ଯେ କୌଣସି ସଂଗଠନ ବା ମିଟିଂ କରୁଛନ୍ତି ସେ ହେଉଛି ବିଜେପିର ।

ଏପଟେ ବିଜେପି ନାରୀନେତ୍ରୀ ତଥା ବିଧାୟିକା ପ୍ରାର୍ଥୀ ଇରାନୀ ରାୟଙ୍କ ପାଖରେ କିଛି ହାତଗଣତି ସମର୍ଥକ ଥିବା ବେଳେ ରାଣୀ ପ୍ରତ୍ୟୁଷାଙ୍କ ପାଖରେ ବିଜେପିର ପ୍ରମୁଖ ସମର୍ଥକ ରାଣୀ ପ୍ରତ୍ୟୁଷାଙ୍କ ପାଇଁ ଚାରିଆଡ଼େ କହି ବୁଲୁଛନ୍ତି ପ୍ରତ୍ୟୁଷା ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜେପି ବିଧାୟକ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଜୋର୍ ଧରିଛି । କିନ୍ତୁ ବିଜେପିର ପୁରୁଖା କର୍ମୀମାନେ ବିଜେପି ଜିଲ୍ଲା ସଭାପତି ଓ ନାରୀନେତ୍ରୀ ଇରାନୀଙ୍କ ପ୍ରତି ବୈମାତୃକ ମନୋଭାବ ସ୍ପଷ୍ଟ ବାରିହେଉଛି । କାରଣ କେବଳ ବିଜେପି ଶିବିରରେ କିଛି ହାତଗଣତି କର୍ମୀଙ୍କୁ ଛାଡିଦେଲେ ପୁରୁଖା ନେତାଙ୍କୁ ଦେଖିବାର ନଜିର ନାହିଁ । ବିଜେପି କର୍ମୀଙ୍କ ଅଭିଯୋଗ ହେଲା ବିଜେପି ନେତ୍ରୀ ଇରାନୀ ରାୟଙ୍କୁ ଯଦି କେହି କୌଣସି କାମରେ ଫୋନ୍ କରନ୍ତି ସେ ଫୋନ୍ ଉଠାନ୍ତି ନାହିଁ । ସେଥିପାଇଁ ବିଜେପି କର୍ମୀମାନେ ଜିଲ୍ଲା ବିଜେପି ଶିବିରରୁ ମୁହଁ ଫେରାଇବା ପାଇଁ ବାଧ୍ୟ ହୋଇଛନ୍ତି ବୋଲି କିଛି ବିଜେପି କର୍ମୀ ଅଭିଯୋଗ କରିଛନ୍ତି । ଦେଖିବାକୁ ବାକି ରହିଲା କେଉଁ ଦୁଇ ବିଜେପି ନେତ୍ରୀଙ୍କୁ ଜନସାଧାରଣ ପସନ୍ଦ କରୁଛନ୍ତି ଆଗାମୀ ଦିନରେ ।

Leave A Reply

Your email address will not be published.