xmas

ଅଙ୍ଗନବାଡି ସୁପରଭାଇଜରଙ୍କ ବିରୁଦ୍ଧରେ ମହାଦୁର୍ନିତୀ ଅଭିଯୋଗ ଆଣିଲେ କର୍ମୀ

ଫୁଲବାଣୀ, ୧୯/୧୧: ଅଙ୍ଗନବାଡି ସୁପରଭାଇଜରଙ୍କ ବିରୁଦ୍ଧରେ ମହାଦୁର୍ନୀତି ଅଭିଯୋଗ ଆଣିଛନ୍ତି କାଟିଂଗା ଅଙ୍ଗନବାଡି ସେକ୍ଟରର ସମସ୍ତ କର୍ମୀ l ବଦଳି ନହେଲେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ସମସ୍ତ କର୍ମୀ l ଏ ନେଇ ଅଂଚଳ ର ୫୫ ଜଣ କର୍ମୀ ଓ ସହାୟିକା ମିଶି ଏକ ଅଭିଯୋଗ ପତ୍ର କନ୍ଧମାଳ ଜିଲ୍ଲାପାଳଙ୍କୁ ଭେଟି ପ୍ରଦାନ କରିଛନ୍ତି l ସୁପରଭାଇଜର ଜଣକ ୩ ବର୍ଷ ହେଲା କର୍ମୀ ଓ ସହାୟିକା ମାନଙ୍କୁ ଯୋର ଜବରଦସ୍ତ ଲାଞ୍ଚ ଦାବି କରିବା, ଅଶାଳୀନ ବ୍ୟବହାର କରି ଆସୁଥିଲେ l ତେବେ ହୁଏତ ତାଙ୍କର ମାନସିକତାରେ କିଛି ପରିବର୍ତନ ଆସିବ ଭାବି ଚୁପ ବସିଥିଲେ ସମସ୍ତେ l ହେଲେ ୩ ବର୍ଷ ପରେ ବି ପରିବର୍ତନ ନ ଆସିବା ଫଳରେ ଶେଷରେ ବାଧ୍ୟ ହୋଇ ସମସ୍ତ କର୍ମୀ, ପାଚିକା ମିଶି ଏକ ବୈଠକ କରି ଏହି ନିଷ୍ପତି ନେଇଥିବା କହିଛନ୍ତି l ତେବେ ଜିଲ୍ଲାପାଳ ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଶ୍ରୀ ପୁଷ୍ପାଞ୍ଜଳି ମିଶ୍ର କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାର କଥା l

Leave A Reply

Your email address will not be published.