xmas

କଳିଙ୍ଗା ବିଇଡ କଲେଜ ପୁନଃ କାର୍ଯ୍ୟକ୍ଷମ ଦାବି କରି ଧାରଣା

ଫୁଲବାଣୀ, ୧୯/୧୧: କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଜି. ଉଦୟଗିରି ବ୍ଲକର କଳିଙ୍ଗା ଠାରେ ଥିବା ବିଇଡ କଲେଜକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ କନ୍ଧମାଳ ଜାଗରଣ ମଞ୍ଚ ଦାବି କରିଛି l ମଞ୍ଚ ପକ୍ଷରୁ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ସହ ଏକ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ମଞ୍ଚ ସଭାପତି ତଥା ଅବସରପ୍ରାପ୍ତ ପ୍ରଶାସକ ମିହିର ଚାନ୍ଦ ମଲିକ, ସମ୍ପାଦକ ଜନ ବାଦୀ ଗୌଡ଼, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ବୀରେନ୍ଦ୍ର କହଁର, ମହାପାତ୍ର ପ୍ରଧାନ ଅବସରପ୍ରାପ୍ତ ଉପ ନିର୍ଦେଶକ, ଲୋକ ସମ୍ପର୍କ ବିଭାଗ, ସଭାପତି କୁଇ ସମାଜ ସୁଦର୍ଶନ କହଁର, ସମ୍ପାଦକ ଅବନୀ କହଁର, ସୌଦାମିନୀ କହଁର, ପଞ୍ଚାନନ କହଁର, ରମାକାନ୍ତ ମଲିକ, ଗୌତମ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l ସୂଚନାଯୋଗ୍ୟ ଯେ, ଗତ ୨୦/୨୧ ବର୍ଷ ଠାରୁ କଳିଙ୍ଗା ବିଇଡ କଲେଜ ବନ୍ଦ ଅଛି l ଫଳରେ ଶତାଧିକ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ଲାଭରୁ ବଞ୍ଚିତ ହୋଇଛନ୍ତି l ସରକାର ଶିକ୍ଷାର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ କରୁଥିବା ବେଳେ ଚାଲୁଥିବା ଶିକ୍ଷାନୁଷ୍ଠାନକୁ ବନ୍ଦ କରିବା ଅତ୍ୟନ୍ତ ଦୁଃଖର ବିଷୟ ବୋଲି ସମ୍ପାଦକ ଗୌଡ଼ କହିଛନ୍ତି l ସରକାର ଏହା ପୁନଃ କାର୍ଯ୍ୟକ୍ଷମ ନ କଲେ ଆଗାମୀ ଦିନରେ ମଞ୍ଚ ପକ୍ଷରୁ
ଜୋରଦାର ଆନ୍ଦୋଳନ କରାଯିବ ବୋଲି ଗୌଡ଼ ଚେତାବନୀ ଦେଇଛନ୍ତି l

Leave A Reply

Your email address will not be published.