ଚିତ୍ରକୋଣ୍ଡା :-୧୮/୦୯ ଚିତ୍ରକୋଣ୍ଡା ପୋଲିସ, ଅବକାରୀ ବିଭାଗ, ଡି ଭି ଏଫ ମିଳିତ ଚଢଉରେ ୩୦ ଏକର ଜମିରେ ପ୍ରାୟ ୩୮,୦୦୦ ଗଞ୍ଜେଇ ଗଛ ନଷ୍ଟ କରିଛନ୍ତି। ଆଉ କିଛି ଦିନ ଗଲେ ଗଞ୍ଜେଇ ଅମଳ ହେବ। ଏହା ପୂର୍ବରୁ ଏହି ଗଞ୍ଜେଇ ଗଛକୁ ମୂଳ ପଛ କରିବାକୁ ଅଣ୍ଟା ଭିଡ଼ିଲେନି ଜିଲ୍ଲା ପ୍ରଶାସନ, ପୋଲିସ ବିଭାଗ,ଅବକାରୀ ବିଭାଗ। ଚିତ୍ରକୋଣ୍ଡା ଏସଡିପି ଓ ଆଲେକସିଅସ କିସ୍ପଟ୍ଟାଙ୍କ ନେତୃତ୍ୱରେ ଚିତ୍ରକୋଣ୍ଡା ପୋଲିସ, ଅବକାରୀ ବିଭାଗ, ଡି ଭି ଏଫ ମିଳିତ ଭାବେ ଓପରେସନ କରି ବଡପଦର ପଞ୍ଚାୟତର ଖାଳପଦର ଓ କଡୋଗୁମ୍ମା ଅଞ୍ଚଳରେ ୩୦ ଏକର ଜମିରେ ଲଗାଯାଇଥିବା ପ୍ରାୟ ୩୮,୦୦୦ ଗଞ୍ଜେଇ ଗଛକୁ ପୋଡ଼ି ନଷ୍ଟ କରିଛନ୍ତି। ଆଗାମୀ ଦିନରେ ମଧ୍ୟ ଏହିପରି ଚଢ଼ାଉ ଜାରି ରହିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ଏହି ଚଢାଉ ସମୟରେ ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ ଭାବରେ ଚିତ୍ରକୋଣ୍ଡା ଆଡିସନାଲ ତହସିଲଦାର ଅଶୋକ କୁମାର ମୁଦୁଲି ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post