xmas

ପଦ୍ମପୁରରେ ବିଜୁ ଜନତା ଦଳର ମାରାଥନ ପ୍ରଚାର

ବର୍ଷା ସିଂ ବରିହା ମୋର ଝିଅ, ମହେନ୍ଦ୍ର ବଢେ

ପଦ୍ମପୁର:- ପଦ୍ମପୁର ବିଧାନସଭାର ଉପନିର୍ବାଚନ ପ୍ରଚାର ପାଇଁ ବିଜୁ ଜନତା ଦଳ ପକ୍ଷରୁ ବିଭିନ୍ନ ଗ୍ରାମ ପଞ୍ଚାୟତରେ ମାରାଥନ ପ୍ରଚାର। ପଦ୍ମପୁର ବ୍ଲକ ଅନ୍ତର୍ଗତ ଜିଲ୍ଲା ପରିଷଦ ଜୋନ ଦୁଇର ଜମଲା, ଫଲ୍ସାପାଲି, ସର୍ଗିପଳି, ଜ୍ଞାନ ଓ ମେଳଚାଛାମୁଣ୍ଡା ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ ନିର୍ବାଚନୀ ସଭାମାନ ଅନୁଷ୍ଠିତ ହୋଯାଇଅଛି। ପର୍ଯ୍ୟବେକ୍ଷକ ପ୍ରତାପ ଜେନା ଉପସ୍ଥିତ ରହି ବିଜୁ ଜନତା ଦଳର ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ନିଜର ବକ୍ତବ୍ୟ ପ୍ରଦାନ କରିବା ସହ ଏହି ଉପନିର୍ବାଚନରେ ବିଜୁ ଜନତା ଦଳର ପ୍ରଥିନି ବର୍ଷା ସିଂ ବରିହା ଙ୍କ ପାଇଁ ଭୋଟ ନିବେଦନ କରିଥିଲେ। ବରିଷ୍ଠ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର ବଢେଇ ନିଜ ପଦବୀ ରୁ ଅବସର ନେଇ ଗତକାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପାଖରେ ବିଜୁ ଜନତା ଦଳରେ ଯୋଗଦାନ କରି ଆଜି ବିଜୁ ଜନତା ଦଳର ବିଭିନ୍ନ ସଭାରେ ବିଜେଡ଼ି ପର୍ଥିନୀ ବର୍ଷା ସିଂ ବରିହାଙ୍କୁ ନିଜର ଝିଅ ଭାବେ ସମ୍ବୋଧନ କରି ତାଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ। ଏହି ନିର୍ବାଚନୀ ପ୍ରଚାର ସଭାରେ ବରଗଡ଼ ବିଧାୟକ ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ଖଦି ବୋର୍ଡ ଅଧ୍ୟକ୍ଷ ସଂଗ୍ରାମ ପାଇକରାୟ, ବିହନ ନିଗମ ଅଧ୍ୟକ୍ଷ ବିଜୟ ନାୟକ, ରାଜ୍ୟ ଯୁଗ୍ମ ସମ୍ପାଦକ ସଂଜିତ ମହାନ୍ତି, ଶିଶିର ପରିଜା, ରୋମାଞ୍ଚ ରଞ୍ଜନ ବିଶ୍ଵାଳ ପ୍ରମୁଖ ଉପସ୍ଥିତ ରହି ବିଜୁ ଜନତା ଦଳ ପ୍ରତି ସମର୍ଥନ ପାଇଁ ନିବେଦନ କରିଥିଲେ।

Leave A Reply

Your email address will not be published.