xmas

ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ୱାରା କନ୍ଧମାଳର ଦୁର୍ଗମ ଅଞ୍ଚଳକୁ ସ୍ଥାୟୀ ପକ୍କା ରାସ୍ତା, ଗ୍ରାମବାସୀ ଖୁସ

ଫୁଲବାଣୀ, ୨୦/୧୧: ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଆର୍ଥୀକ ସହାୟତାରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଓ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଦୁର୍ଗମ ଓ ମାଓ ଇଲାକାରେ ଥିବା ଗ୍ରାମଗୁଡିକୁ ସ୍ଥାୟୀ ପିଚୁରାସ୍ତା ନିର୍ମାଣ କରାଯାଇ ଗମନାଗମନର ସୁବ୍ୟବସ୍ଥା କରାଯାଉଛି। ବିଶେଷକରି ଗ୍ରାମ୍ୟ ନିର୍ମାଣ ଡିଭିଜନ ପକ୍ଷରୁ ଏ ସବୁ ରାସ୍ତା କାମ ହାତକୁ ନିଆଯାଉଥିବା ଦେଖିବାକୁ ମିଳିଛି । ଜିଲ୍ଲାର ଜି. ଉଦୟ ଗିରୀ ବ୍ଳକର ରାଜ୍ୟ ରାଜପଥ ମାଲାନ ସୁଗା ଛକରୁ କୁରମିଙ୍ଗିଆକୁ ପ୍ରାୟ ୫. ୮୯ କିମି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି । ଏକଦା ଘଞ୍ଚ ଜଙ୍ଗଲ ଓ ପାହାଡ଼ ଅତିକ୍ରମ କରି ଲୋକେ ଖାଲ ଢିପ ରାସ୍ତା ଜୀବନକୁ ବାଜି ଲଗାଇ ଯା ଆସ କରୁଥିଲେ। ସାଇକଲ କିମ୍ବା ମୋଟର ସାଇକଲରେ ଯିବା ଆସିବା କରିବା ମଧ୍ୟ କଷ୍ଟସାଧ୍ୟ ହୋଇପଡୁଥିଲ। । ଫଳରେ କାହାର ଦେହ ଖରାପ ହେଲେ ଆମ୍ବୁଲାନ୍ସ ଭଲରେ ଆସିପାରୁନଥିଲ। ଫଳରେ ଲୋକେନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ସ୍ଥାୟୀ ରାସ୍ତା ପାଇଁ ଦୀର୍ଘ ବର୍ଷ ହେଲା ଗ୍ରାମବାସୀ ଦାବି କରୁଥିଲେ ମଧ୍ୟ ଅର୍ଥ ଅନୁଦାନ ଅଭାବରୁ ରାସ୍ତା କାମ ହୋଇପାରୁ ନ ଥିଲା। ତେବେ ବର୍ତ୍ତମାନର ଗ୍ରାମ୍ୟ ନିର୍ମାଣ ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ଇଂସୁଦେଶ ରାଉତଙ୍କ କାର୍ଯ୍ୟଦକ୍ଷତା, ନିଷ୍ଠା, ଆନ୍ତରୀକତା ଓ ଉଦ୍ୟମ ଯୋଗୁଁ ଦୁର୍ଗମ ଅଞ୍ଚଳ କୁରମିଙ୍ଗିଆକୁ ସ୍ଥାୟୀ ପିଚୁ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛିl ଫଳରେ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିଛନ୍ତି। ଗମନାଗମନର ସୁବିଧା ହେଲେ ଲୋକଙ୍କ ସାମାଜିକ ଓ ଅର୍ଥ ନୈତିକ ଅଭିବୃଦ୍ଧି ଘଟିବ ବୋଲି ଅଧିକ୍ଷଣ ଯନ୍ତ୍ରୀ ଇଂ. ରାଉତ କହିଛନ୍ତି l ଏହି ରାସ୍ତା ପାଇଁ ୩ କୋଟି ୨ ୮ ଲକ୍ଷ ୧୦ ହଜାର ଟଙ୍କା ବ୍ୟୟ ବରାଦ ରହିଥିବା ଅଧିକ୍ଷଣ ଯନ୍ତ୍ରୀ ଇଂ. ରାଉତ କହିଛନ୍ତି l ଏଥି ସହ ଆସନ୍ତା ୫ ବର୍ଷ ଯାଏ ଏହାର ରକ୍ଷଣା ବେକ୍ଷଣ କରିବେ ଠିକାଦାର ବୋଲି ଇଂ ରାଉତ କହିଛନ୍ତି l ସେହିପରି ଅଭିଜ୍ଞ ତଥା ବରୀଷ୍ଟ ଠିକାଦାର ଭାବେ ଜଣାଶୁଣା ସଂଗ୍ରାମ କେଶରୀ ପଟନାୟକ ଏହି ରାସ୍ତା କାର୍ଯ୍ୟ ଅତି ଶିଘ୍ର ସାରିବା ଲାଗି ଉଦ୍ୟମ କରୁଥିବା ଠିକାଦାର ପଟନାୟକ କହିଛନ୍ତି l ଏହି ରାସ୍ତା ହେଲେ ପୀଡ଼ିକି ମାହା, ଗାମୁଲି, କୁରମିଙ୍ଗିଆ, ମାଲାନସୁଗା ଆଦି ଗ୍ରାମର ହଜାରେରୁ ଉର୍ଧ୍ଵ ଲୋକେ ସ୍ଥାୟୀ ଗମନାଗମନର ସୁବିଧା ପାଇବେ ବୋଲି ଠିକାଦାର ପଟନାୟକ କହିଛନ୍ତି l

Leave A Reply

Your email address will not be published.