xmas

ବାଲିଗୁଡାରେ ଦୁର୍ନୀତି ବିରୋଧୀ ମଞ୍ଚ ଗଠିତ

ଫୁଲବାଣୀ, ୨୧/୧୧: ଦିନକୁ ଦିନ ସମାଜରେ ଦୁର୍ନିତୀ, ଠକେଇ, ଭ୍ରଷ୍ଟାଚାର ଆଦି ବଢି ଚାଲିଥିବାରୁ ସାଧାରଣ ଗରିବ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଲାଞ୍ଚ ନଦେଲେ କୌଣସି କାମ ହେଉନି l ଏହାକୁ ରୋକିବା ପାଇଁ କନ୍ଧମାଳ ଜ଼ିଲ୍ଲା ବାଲିଗୁଡ଼ାରେ ଦୁର୍ନୀତି ଭ୍ରଷ୍ଟାଚାର ବିରୋଧୀ ମଞ୍ଚ ଗଠନ କରାଯାଇଛି l କିଛି ବର୍ଷ ହେବ ବାଲିଗୁଡା ସରକାରୀ ତଥା ବେସରକାରୀ ସ୍ତରରେ ତଥା ତହସିଲ, ଆଇଟିଡ଼ିଏ, ବ୍ଲକ, ଏନ ସିରେ ଦୁର୍ନୀତି, ଅତ୍ୟାଚାର, ପ୍ରିୟା ପ୍ରୀତି ତୋଷଣ ଏବଂ ସହରରେ ଆତଙ୍କରାଜ ବଢ଼ି ଚାଲିଛି ତାକୁ ଅଙ୍କୁଶ ଲଗାଇବାକୁ ବାଲିଗୁଡାର ସମସ୍ତ ୱାର୍ଡର ଲୋକେ ସଂଗଠିତ ହୋଇ ଦୁର୍ନୀତି ଭ୍ରଷ୍ଟାଚାରକୁ ସମୂହ ବିରୋଧ ପାଇଁ ଅଣ୍ଟା ଭିଡିଛନ୍ତି lବାଲିଗୁଡାର ସର୍ବ ପୁରାତନ ସାହି ନୂଆ ସାହିର ମା ଦୁର୍ଗା ଆଞ୍ଚଳିକ ଦୁର୍ନୀତି ବିରୋଧୀ ଯୁବ ମଞ୍ଚର ଆଦର୍ଶରେ ଅନୁପ୍ରାଣିତ ହୋଇ ବାଲିଗୁଡାର ଭଗାମୁଣ୍ଡା ସାହିରେ ଖଜୁରୀନାଳ ଜାମପଦା, ଇଲେକ୍ଟ୍ରି ସାହିକୁ ନେଇ ମା ମହାମୟୀ ଦୁର୍ନୀତି ବିରୋଧୀ ମଞ୍ଚ ନାମରେ ସଂଗଠନ ଗଠନ ହୋଇଥିବା ସୂଚନା ମିଳିଛି l କିଛି ଖଳ ପ୍ରକୃତିର ଲୋକ ପ୍ରଶାସନକୁ ହାତ ବାରସୀ କରି ଲୋକଙ୍କୁ ଭୟଭିତ କରାଇ ସରକାରୀ ଅର୍ଥ ଲୁଟି ଚାଲିଛନ୍ତି ତାକୁ ପ୍ରତିହତ କରିବା ଏବଂ ସହରରେ ଭାଇଚାରା ସୃଷ୍ଟି କରିବା ସହିତ ସମାଜ ମଙ୍ଗଳ କାର୍ଯ୍ୟରେ ସଂଗଠନ ନିଜକୁ ନିୟୋଜିତ କରିବା ସହିତ ଅନ୍ୟାୟ ବିରୋଧ କରିବା ପାଇଁ ଏହାର ମୁଖ୍ୟ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ରହିବ ବୋଲି ସଂଗଠନର ଆବାହକ ନାରାୟଣ ଦଳପତି କହିଛନ୍ତି l ମା ମହାମୟୀ ଦୁର୍ନୀତି ବିରୋଧୀ ମଞ୍ଚର ସଭାପତି ଭାବେ ନାରାୟଣ ଦଳପତି ଉପ ସଭାନେତ୍ରୀ ଭାବେ ମୁକ୍ତା ନାୟକ ସମ୍ପାଦକ ଭାବେ ଗୁରୁଦେବ ପୂଜାରୀ ସହ ସମ୍ପାଦିକା ଭାବେ ସୁମନ୍ତୀ ମଳିକ କୋଷାଧକ୍ଷ ଭାବେ ସହିତ ଗୌଡ଼ ଟହଲିଆ ଭାବେ ପରଦେଶୀ ପାତ୍ର ଏବଂ ଜଗନ୍ନାଥ ବେହେରାଙ୍କୁ ଚୟନ କରାଯାଇଛି l ତେବେ ଏହି ମଞ୍ଚ ସମାଜରୁ ଦୁର୍ନିତୀ ହଟାଇ ଗରିବ ଲୋକଙ୍କୁ କିଭଳି ନ୍ୟାୟ ପ୍ରଦାନ କରିବ ତାହା ଆଗକୁ ଜଣାପଡିବ l

Leave A Reply

Your email address will not be published.