xmas

ତାର ଚୋରି ରାକେଟ ସକ୍ରିୟ; ପୋଲିସର ନିଷ୍କ୍ରିୟତା ଅଭିଯୋଗ

ଫୁଲବାଣୀ, ୨୧/୧୧: ଏବେ କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ଲୋକଙ୍କୁ ସ୍ଵଛ ପାନୀୟ ଜଳ ଯୋଗାଇ ଦେବା ପାଇଁ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରି ପାନୀୟ ଜଳ ଯୋଗେଇ ଦିଆଯାଉଛି l ତେବେ ପ୍ରକଳ୍ପ ଗୁଡିକରେ ଲାଗିଥିବା ଇଲେକ୍ଟ୍ରିକ ମୋଟରକୁ ପୋଲରୁ ଆସୁଥିବା ମୂଲ୍ୟବାନ ତାର ଗୁଡିକୁ ଦୁର୍ବୁତ୍ତ ମାନେ କାଟି ନେଇ ପଳାଉଥିବାରୁ ଗ୍ରାମାଞ୍ଚଳ ଲୋକେ ପାନୀୟ ଜଳ ନପାଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ପ୍ରକଳ୍ପ ନୁହେଁ ଏଭଳି ଅନେକ ପ୍ରକଳ୍ପରୁ ତାର ଚୋରି କରି ନେଇ ପଲାଇଛନ୍ତି ଦୁର୍ବୁତ୍ତ ମାନେ l ଚକାପାଦ ବ୍ଲକର ସୁନାଗୁଡା, ଶଙ୍କରାଖୋଲ, ଆରବକା, ମୁଣ୍ଡାଗାଁ ଆଦି ଅଞ୍ଚଳରୁ ତାର ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି l ଏ ନେଇ ବିଭାଗ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲେ ବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଦେଖାଯାଉଛି l ତେବେ ଚୋରିକୁ ରୋକିବା ଦିଗରେ ଅଞ୍ଚଳବାସୀ ଓ ପଞ୍ଚାୟତ ସରପଞ୍ଚଙ୍କ ସହଯୋଗ ମଧ୍ୟ ଜରୁରୀ ହୋଇପଡିଛି l ତାର ଚୋରି ସମ୍ପର୍କରେ ଅଧିକ୍ଷଣ ଯନ୍ତ୍ରୀ ଇଂ ବିକାଶ ଚନ୍ଦ୍ର ଦାଶଙ୍କୁ ଅବଗତ କରାଯାଇଛି ଆଉ ଅର୍ଥ ଅନୁଦାନ ଆସିଲେ ମରାମତି ହେବ ବୋଲି ସୂଚନା ଦେଇଛନ୍ତି ଦାୟିତ୍ୱରେ ଥିବା ଯନ୍ତ୍ରୀ l

Leave A Reply

Your email address will not be published.