ଫୁଲବାଣୀ, ୨୧/୧୧: ଫୁଲବାଣୀ ଆଈ ଟି ଡି ଏ କନଫରେନ୍ସ ହଲ୍ଲରେ ବିଶ୍ୱ ମତ୍ସ୍ୟ ଦିବସ ପାଳିତ ହୋଇଯାଇଛି l କନ୍ଧମାଳ ଅତିରିକ୍ତ ଜିଲ୍ଲା ପାଳ ବସନ୍ତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଚାରି ବର୍ଷ ତଳେ ବୌଦ୍ଧ, ଭଞ୍ଜନଗର ଓ ବାଲୁଗାଁରୁ ଜିଲ୍ଲାକୁ ମାଛ ଆସୁଥିଲା l ଏବେ ମାଛ ଜିଲ୍ଲାରେ ଉତ୍ପାଦନ ହେଉଛି l ମହିଳା ଏସଏଚଜି ଗୁଡିକ ଏବେ ମାଛ ଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି l ସରକାର ସେମାନଙ୍କୁ ସବସିଡି ଦେଉଛନ୍ତି ବୋଲି ସାହୁ କହିଥିଲେ l ଜିଲ୍ଲାରେ ଏବେ ୧୭୫ଟି ପୋଖରୀରେ ମାଛ ଚାଷ କରାଯାଉଛି l ଏହି ଅବସରରେ କ. ନୂଆଗାଁର ସିର୍ତିଗୁଡା, ବିଶିପଡା, ଏସଏଚଜିକୁ ମାଛ ଚାଷ କ୍ଷେତ୍ରରେ ପ୍ରଗତୀ ପାଇଁ ପୁରସ୍କୃତ କରାଯାଇଥିଲା l ଚକାପାଦର ଏକ ଘରୋଇ ଯୁବ ଉଦ୍ୟାଗୀ ମାଛ ଚାଷୀ ଦେବାଶିଷ ପ୍ରିୟଦର୍ଶନ ସାହୁଙ୍କୁ ବା୍ୟୋ ଫ୍ଲକ ପ୍ରଣାଳୀରେ ମାଛ ଚାଷ କରଥିବାରୁ ଉଭୟଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା l ମତ୍ସ୍ୟ ଚାଷୀଙ୍କ ପାଇଁ ଥିବା ସରକାରୀ ଯୋଜନା ସମ୍ପର୍କରେ ଜିଲ୍ଲା ମତ୍ସ୍ୟ ବିଭାଗ ଅଫିସର ପ୍ରଫୁଲ କହଁର ବୁଝାଇଥିଲେ l
Sign in
Sign in
Recover your password.
A password will be e-mailed to you.