xmas

ଏମ.ଭି-୭୯ ଡ଼ଃ ଏସ.ପି ଡିଗ୍ରୀ କଲେଜରେ ଓଡିଆ ସାହିତ୍ୟ ପାଠଚକ୍ର

ମାଲକାନଗିରି, ତା ୨୨.୧୧.୨୦୨୨: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ତାଣ୍ଡବାଇ ପଞ୍ଚାୟତରେ ଥିବା ଡଃ. ଏସ.ପି. ଡିଗ୍ରୀ କଲେଜରେ ଓଡିଆ ବିଭାଗ ତରଫରୁ ଓଡିଆ ସାହିତ୍ୟ ପାଠଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାଲକାନଗିରି କଲେଜର ଓଡିଆ ବିଭାଗର ମୁଖ୍ୟ ଅଧ୍ୟାପକ ତପନ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କଲେଜର ଅଧ୍ୟକ୍ଷା ଶ୍ରୀମତୀ ପ୍ରବାସିନୀ ମହାପାତ୍ର ସଭାପତିତ୍ଵ କରିଥିଲେ । ପାଠଚକ୍ରର ବିଷୟ ଥିଲା ଓଡିଆ ସାହିତ୍ୟର ଇତିହାସରେ ପ୍ରାଚୀନତାରୁ ଆଧୁନିକତା । ଏହି ପାଠଚକ୍ରରେ ପ୍ରଥମ ବର୍ଷର ଛାତ୍ର ଛାତ୍ରୀ ତଥା ସୁମନ, ଜୟନ୍ତ, ପିଙ୍କି, ଦିତୀୟ ବର୍ଷର ଛାତ୍ର ଛାତ୍ରୀ ସସ୍ମିତା, ଅଙ୍କିତା, ଶିଖା, ତୃତୀୟ ବର୍ଷର ଛାତ୍ର ଛାତ୍ରୀ ବିନୟ ଓ ଉତ୍ତମ ନିଜ ନିଜର ବିଷୟ ଉପସ୍ଥାପନା କରିଥିଲେ । ସଭାପତି ଶ୍ରୀମତୀ ମହାପାତ୍ର ଓଡିଆ ଭାଷା ସାହିତ୍ୟର ସୁନ୍ଦରତା ସହିତ ପାଠଚକ୍ରର ଗୁରୁତ୍ବ ସମ୍ମାନରେ କଣ ରହିଛି ତାହା ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇଥିଲେ । ମୁଖ୍ୟ ଅତିଥି ଶ୍ରୀ ବେହେରା ପାଠଚକ୍ରର ମୁଖ୍ୟ ବିଷୟ ଉପରେ ଗୁରୁତ୍ଵାରୂପ କରି ସହଜ ଓ ସରଳତାର ସହିତ ପିଲାମାନଙ୍କୁ ଉଦବୋଧନ ଦେଇଥିଲେ । ଏଥିରେ କଲେଜର ସମସ୍ତ ବିଭାଗର ଛାତ୍ର ଛାତ୍ରୀ ମାନେ ଉପସ୍ତିତ ଥିଲେ । ତା ସହିତ କଲେଜର ଇତିହାସ ବିଭାଗର ଅଧ୍ୟାପକ ତାରିଣୀ ଚରଣ ମହାନ୍ତି, ପି.ଇ.ଟି ଅମିୟ ସରକାର, ଲାଇବ୍ରେରୀ ଆସିଷାଣ୍ଟ ସନ୍ତୋଷ କୁମାର ପାତ୍ର, ଶିବୁ ଦତ୍ତ, ବ୍ରଜେନ ମିର୍ଧା ଉପସ୍ଥିତ ଥିଲେ । ଏହି ପାଠଚକ୍ରରେ ପ୍ରଥମ ବର୍ଷର ଛାତ୍ର ଛାତ୍ରୀ ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଶେଷରେ ଶିକ୍ଷା ବିଭାଗର ଡେମୋନଷ୍ଟେଟର ଲକ୍ଷ୍ମୀ ପ୍ରସାଦ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.