xmas

ମାଓବାଦୀଙ୍କ ୨୨ତମ ପିଏଲଜିଏ ସପ୍ତାହ ପାଳନ ନେଇ ପ୍ରେସ ବିଜ୍ଞପ୍ତି: ଡିସେମ୍ବର ୨ରୁ ୮ ତାରିଖ ପର୍ଯ୍ୟନ୍ତ ପିଏଲଜିଏ ସପ୍ତାହ ପାଳନ କରିବେ ନକ୍ସଲ

ମାଲକାନଗିରି,୨୮/୧୧: ଆସନ୍ତା ଡିସେମ୍ବର ୨ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପିଏଲଜିଏ ସପ୍ତାହକୁ ସମସ୍ତ ବର୍ଗର ଲୋକେ ପାଳନ କରିବା ପାଇଁ ସେଣ୍ଟ୍ରାଲ କିମିଟିର ପ୍ରବକ୍ତା ଅଭୟ ପ୍ରେସ ବିଜ୍ଞପ୍ତି ଜରିଆରେ ଆଜି ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି। ଦେଶସାରା ଚାଲିଥିବା ଏହି ସଂଘର୍ଷକୁ ଆହୁରି ବ୍ୟାପକ କରିବା ପାଇଁ ଆହ୍ବାନ ଦିଆଯାଇଛି। ଅପରେସନ ସମାଧାନକୁ କିପରି ପରାସ୍ତ କରିବେ ସେନେଇ ସମସ୍ତଙ୍କ ସହଯୋଗ କାମନା କରାଯାଇଛି। ଚଳିତ ଡିସେମ୍ବରରେ ପାଳନ ହେବାକୁ ଥିବା ଏହି ପିଏଲଜିଏ ସପ୍ତାହକୁ ୨୨ ବର୍ଷ ପୁରିବ।ସମାଧାନ ହମଲାର ମୁକାବିଲା କରିବା ସହ ଜନଯୁଦ୍ଧକୁ ଆହୁରି ବ୍ୟାପକ କରିବା ସହ ଏଥିରେ ସାମିଲ ହେବାକୁ ଆହ୍ବାନ କରାଯାଇଛି।ସେଣ୍ଟ୍ରାଲ କମିଟି ତରଫରୁ ସମସ୍ତ କ୍ରାନ୍ତିକାରୀ କମ୍ରେଡମାନଙ୍କୁ ଅଭିନନ୍ଦନ ଜଣାଯାଇଛି। ମାଓ ସଂଗଠନ ଗତ ୧୧ ମାସ ଭିତରେ ସଂଗଠନର ୧୩୨ ଜଣ କମ୍ରେଡକୁ ହରାଇଥିବା କୁହାଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାର କ୍ରାନ୍ତିକାରି ଆନ୍ଦୋଳନକୁ ମୁଳୋତ୍ପାଟନ କରିବା ପାଇଁ ସମାଧାନ ନାମକ ଯୋଜନା ଗତ ୨୦୧୭ ମସିହାରୁ ଆରମ୍ଭ କରିଛି। ଗତ ୧୧ ମାସରେ ଦେଶସାରା ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ଗରିଲା ଯୁଦ୍ଧ କରିଥିବା କୁହାଯାଇଛି। ଏହି ଯୁଦ୍ଧରେ ଶତ୍ର ପକ୍ଷରୁ ୩୧ ଜଣ ଯବାନ ମୃତ୍ୟୁବରଣ କରିଥିବା ବେଳେ ୧୫୪ ଜଣ ଯବାନ ଆହତ ହୋଇଛନ୍ତି। ୬୯ ଜଣ ପୁଲିସ ଇନଫର୍ମରକୁ ହତ୍ୟା କରାଯାଇଛି। ସେହିପରି ଶତ୍ରର ବହୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଜୀବନ୍ତ ଗୁଳି ଜବତ କରାଯାଇଛି। ଶତ୍ରୁକୁ ହରାଇବା ପାଇଁ ସଂଗଠନ ପକ୍ଷରୁ ବିଭିନ୍ନ ଆମ୍ବୁସ ଲଗାଇବା ସହ ବହୁ ଯୋଜନା କରାଯାଇଛି। କେନ୍ଦ୍ର ଏବଂ ରାଜ୍ୟ ସରକାର ତରଫରୁ କ୍ରାନ୍ତିକାରି ଆନ୍ଦୋଳନ ଚାଲୁଥିବା ଅଂଚଳରେ ଅର୍ଦ୍ଧସୈନିକ ବଳଙ୍କୁ ତୟନାତ କରୁଛି। ଡ୍ରୋନର ସହାୟତାରେ ଆନ୍ଦୋଳନକୁ ସମାପ୍ତ କରିବାକୁ ଚେଷ୍ଟା କରୁଛି। ଏଥିସହ ପ୍ରତିଦିନ ପୁଲିସ ଇନଫର୍ମର ତିଆରି କରୁଛି। ସରକାରଙ୍କର ସମାଧାନ ଯୋଜନାକୁ ପରାସ୍ତ କରିବା ସହ କ୍ରାନ୍ତିକାରୀ ଜନ ଆନ୍ଦୋଳନକୁ ଆହୁରି ତୀବ୍ର କରନ୍ତୁ। ସମାଧାନ ହମଲାକୁ ଏଥର ନଷ୍ଟ କରାଯିବ ବୋଲି ସଂଗଠନ କହିଛି। ଆଗାମୀ ଦିନରେ ସଂଗଠନ ଆହୁରି ମଜବୁତ କରିବା ସହ ପିଏଲଜିଏକୁ ଆହୁରି ଦୃଢ କରାଯିବ ବୋଲି କୁହାଯାଇଛି। ତେବେ ପିଏଲଜିଏ ସପ୍ତାହ ପାଳନ ନେଇ ନକ୍ସଲ ଏବେ ଠାରୁ ବିଭିନ୍ନ ଦୁର୍ଗମ ଅଂଚଳରେ ପୋଷ୍ଟର ଏବଂ ବ୍ୟାନର ମାରିବା ଆରମ୍ଭ କଲେଣି। ଲୋକଙ୍କୁ ନିକଟତର କରିବା ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ କଲେଣି। ତେବେ ପୁଲିସ ମଧ୍ୟ ନକ୍ସଲଙ୍କର ସମସ୍ତ ଗତିବିଧି ଉପରେ ନଜର ରଖିବା ସହ ସୀମାକୁ ସିଲ କରି ଯାଞ୍ଚକୁ କଡାକଡି କରିବ ବୋଲି ଜଣାପଡିଛି।

Leave A Reply

Your email address will not be published.