ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ତାଲିମ

ଫୁଲବାଣୀ, ୧୫/୧୨: କନ୍ଧମାଳ ଜିଲ୍ଲା ଜି ଉଦୟଗିରି ଏନଏସି ପକ୍ଷରୁ ୨ ନମ୍ବର ୱାର୍ଡର ସ୍ବୟଂ ସହାୟିକା ଗୋଷ୍ଠୀ ମହିଳା ମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଏନଏସି ଅଧ୍ୟକ୍ଷା ଶ୍ରୀମତୀ ଭାନୁ ପ୍ରଭା ମିଶ୍ର ଓ ସମ୍ମାନିତ ଅତିଥି ଭାବେ ଏନଏସି କାର୍ଯ୍ୟ ନିର୍ବହୀ ଅଧିକାରୀ ଶ୍ରୀମତୀ ଇତିଶ୍ରୀ ଷଡ଼ଙ୍ଗୀ ଯୋଗ ଦେଇ ମିଶନ ଶକ୍ତି ମାଧ୍ୟମରେ ସରକାର ଅନେକ ସୁବିଧା ସୁଯୋଗ ଦେଉଛନ୍ତି l ବିନା ସୁଧରେ ବି ପାଞ୍ଚ ଲକ୍ଷ ଯାଏ ଋଣ ଦେବାର ବ୍ୟବସ୍ଥା ଥିବା କହିଥିଲେ l ଏଣୁ ଅର୍ଥର ସୁବିନିଯୋଗ କରି ଆତ୍ମନିର୍ଭରଶୀଳ ହୋଇ ସମାଜର ମୁଖ୍ୟ ଶ୍ରୋତରେ ସାମିଲ ହେବାକୁ କହିଥିଲେ l ନୂତନ ଅଧ୍ୟକ୍ଷା ଭାବେ ଶ୍ରୀମତୀ ଭାନୁପ୍ରଭା ମିଶ୍ର ଦାଇତ୍ୱ ଗ୍ରହଣ କରିବା ପରେ ଏନଏସି ଅଞ୍ଚଳରେ ବେଶ ଉନ୍ନୟନ ମୂଳକକାର୍ଯ୍ୟ ମାନ ହାତକୁ ନିଆଯାଇଥିବା ଦେଖିବାକୁ ମିଳିଛିl ସେହିପରି ନିର୍ବାହୀ ଅଧିକାରୀ ଶ୍ରୀମତୀ ଷଡ଼ଙ୍ଗୀ ମଧ୍ୟ ଏନଏସି ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ଦିଗରେ ଦୃଷ୍ଟି ଦେଉଥିବାରୁ ଅଞ୍ଚଳବାସୀ ଖୁସି ବ୍ୟକ୍ତକରିଛନ୍ତି l ତାଙ୍କର କମ ଦିନ କାର୍ଯ୍ୟକାଳ ମଧ୍ୟରେ ସହରରେ ଡ୍ରେନ, ରାସ୍ତା, ଆଲୋକୀକରଣ, ପରିମଳ ବ୍ୟବସ୍ଥାରେ ପୂର୍ବାପେକ୍ଷା ସୁଧାର ଆସିଥିବା ଲକ୍ଷ୍ୟ କରାଯାଉଛି l

Leave A Reply

Your email address will not be published.