ବିଶ୍ଵ ଗଣିତ ଦିବସ ପାଳିତ

କୋଟପାଡ: ଆଜି କୋଟପାଡ ଉଚ୍ଚ ବାଳକ ବିଦ୍ୟାଳୟ ଠାରେ ବିଶ୍ଵ ଗଣିତ ଦିବସ ପାଳିତ ହୋଇଯାଇଛି । ଏଥିରେ ବିଧାୟିକା ଶ୍ରୀମତୀ ପଦ୍ମିନୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓ ଅତିଥି ଭାବରେ କୋଟପାଡ ଓକିଲ ସଂଘର ସଭାପତି ମଣି ପ୍ରସାଦ ପଟ୍ଟନାୟକ, ଗୋପବନ୍ଧୁ ପାଠାଗାର ସଭାପତି ଗଣେଶ ପଣ୍ଡା, ବିଧାୟକ ବ୍ଲକ୍ ପ୍ରତିନିଧି ସୁଧୀର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଅତିଥି ମାନେ ଗଣିତ ପାଠ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା ଏବଂ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସ୍କୁଲର ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ପ୍ରତିବର୍ଷ ଏପରି ପରୀକ୍ଷା କରାଯାଉଥିବାରୁ ଛାତ୍ର ଛାତ୍ରୀଙ୍କ ମନବଳ ବୃଦ୍ଧି ପାଇବା ଅଭିଭାବକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.