ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚେତନା ବଜାୟ ରଖିବା ନିମନ୍ତେ ଶ୍ରୀ ସାଇ ଚାରିଟେବୁଲ ଟ୍ରଷ୍ଟର ଶ୍ରୀ ଜଗନ୍ନାଥ ଓ ସାଇନାଥଙ୍କ ସଙ୍ଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗିତା

ଭୁବନେଶ୍ୱର: ଶ୍ରୀ ଶ୍ରୀ ଶିରିଡି ସାଇ ଚାରିଟେବଲ ଟ୍ରଷ୍ଟ ବସନ୍ତ ପୁର ଦ୍ୱାରା ବିଶିଷ୍ଟ ସାଇ ଭକ୍ତ ତଥା ସାଇ ଆଧ୍ୟାତ୍ମିକ ଚେତନା ଏବଂ ଦର୍ଶନକୁ ସମଗ୍ର ବିଶ୍ୱରେ ପ୍ରଚାର ଓ ପ୍ରସାର କରିବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ପୂଜ୍ୟ ଗୁରଜୀ ଡ଼ ଚନ୍ଦ୍ରଭାନୁ ଶତପଥୀଙ୍କ ଜନ୍ମଦିନ ପାଳନ ଅବସରରେ ସ୍କୁଲ ପିଲାମାନଙ୍କ ପାଇଁ ଏକ ଶ୍ରୀ ଜଗନ୍ନାଥ ଓ଼ ଶ୍ରୀ ସାଇନାଥଙ୍କ ଚିତ୍ରାଙ୍କନ ଓ ଭଜନ ପ୍ରତିଯୋଗିତା ୟୁନିଟ ୯ ସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି l

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର (ମଧ୍ୟ) ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ, ଭୁବନେଶ୍ୱର (ଉତ୍ତର) ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଶ୍ରୀ ପ୍ରିୟଦର୍ଶୀ ମିଶ୍ର, ଶ୍ରୀ ଶରତ ଚନ୍ଦ୍ର ଭଦ୍ର, ଟ୍ରଷ୍ଟି, ଶ୍ରୀ ଜଗନ୍ନାଥ ମନ୍ଦିର, ପୁରୀ, ଶ୍ରୀ ବିଭୁ ମହାପାତ୍ର, ସମ୍ପାଦକ, ଟଙ୍କପାଣି ସାଇ ମନ୍ଦିର ଓ ଶୁଭଲକ୍ଷ୍ମୀ ତ୍ରିପାଠୀ, ସଦସ୍ୟା, ଖୋର୍ଦ୍ଧା ଜ଼ିଲ୍ଲା ଖାଉଟି କମିଶନ, ଶ୍ରୀ ଦୁର୍ଗା ପ୍ରସାଦ ସାମନ୍ତରାୟ,, ଦୂରଦର୍ଶୀ ପତ୍ରିକାର ସମ୍ପାଦକ ପ୍ରଭୁତି ସମ୍ମାନିତ ଅତିଥିଭାବେ ଯୋଗଦାନ କରି ଶିଶୁମାନଙ୍କ ଆଧ୍ୟାତ୍ମିକ ବିକାଶ ହିଁ ପ୍ରକୃତ ବିକାଶ ବୋଲି ମତବ୍ୟକ୍ତ କରିବା ସହ ପ୍ରତିଭା ସମ୍ପର୍ଣ୍ଣ ଶିଶୁ ଚିତ୍ରଶୀଳ୍ପୀ ମାନଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରିଥିଲେ l

ସେହିପରି ଭଜନ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ଭୁବନେଶ୍ୱର (ଉତ୍ତର) ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ରୀ ସୌରଭ ନାୟକ ସଂଗୀତ ବିଚାରକ ମଣ୍ଡଳୀର ମୁଖ୍ୟ ରୂପେ ଯୋଗଦାନ କରିବା ସହ ଭଜନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରିଥିଲେ l

ଏହି କାର୍ଯ୍ୟକ୍ରମରେ ଶ୍ରୀ ଶ୍ରୀ ଶିରିଡି ସାଇ ଚାରିଟେବଲ ଟ୍ରଷ୍ଟର ପରିଚାଳନା ଟ୍ରଷ୍ଟି ଡ. ରୁଦ୍ର ମହାନ୍ତି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିବାସହ କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ସମସ୍ତ ଅତିଥିମାନଙ୍କୁ ଟ୍ରଷ୍ଟ ତରଫରୁ ସମ୍ବର୍ଦ୍ଧିତ କରିଥିଲେ l

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସହରର ବିଭିନ୍ନ ସ୍କୁଲରୁ ପାଞ୍ଚଶହରୁ ଉର୍ଦ୍ଧ ସ୍କୁଲ ଛାତ୍ର ଛାତ୍ରୀ ଯୋଗଦାନ କରି ଚିତ୍ରାଙ୍କନ ଓ ଭଜନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ସହ ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇଥିଲେ l

ଉକ୍ତ କାର୍ଯ୍ୟକ୍ରମରେ ମୁମ୍ବାଇ ର ସାଇ ଭକ୍ତ ପlରସ ଘେଲଟ ,ସଂଗୀତକାର ଶ୍ରୀ ଜ୍ଞାନ ମହାନ୍ତି, ସଂଗୀତ ଶିକ୍ଷକ ଶ୍ରୀ ଅମିତାଭ ସାହୁ, ସଂଙ୍ଗୀତ ଶିକ୍ଷୟତ୍ରୀ ଶ୍ରୀମତୀ ସୁନିତା ନାୟକ ସାମାଜିକ କର୍ମୀ ଡ଼ ଟୁନା ସାହୁ, ଯୁବ. ସଂଗଠକ ଚିନ୍ମୟ ଦାସ, ମାନସ ବସ୍ତିଆ, ଚିତ୍ର ଶିଳ୍ପୀ ସତ୍ୟ ଶେଖର ପରିଡା ଓ ଦୁଷ୍ଟିହୀନ ତାଵାଲାବlଦକ ବାଳକୃଷ୍ଣ ଦାସ ଓ ଟଷ୍ଟର ସଦସ୍ୟା ଶ୍ରୀମତୀ ଵିଥିକା ଦାସ ସଦସ୍ୟ ଦୁର୍ଗା ପ୍ରସାଦ ତ୍ରିପାଠୀ ପ୍ରଭୁତି ସଂମ୍ମାନିତ ହୋଇ ଥିଲେ l ଶେଷରେ ଟ୍ରଷ୍ଟର ସମ୍ପାଦକ ସୁନୀଲ ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ l

Leave A Reply

Your email address will not be published.