ଭୁବନେଶ୍ୱର: ରାଜ୍ୟ ଭିଜିଲାନ୍ସ ଏକାଡେମୀ ପାଇଁ ଖୁସି ଖବର । ଏକାଡେମୀକୁ ୩ ବର୍ଷ ପାଇଁ ସମ୍ନାନ ସୂଚକ ଆଇଏସ୍ଓ ସାର୍ଟିଫିକେସନ କରାଯାଇଛି । ୧୪ ଡିସେମ୍ବର ୨୦୨୨ରୁ ୧୩ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଆଇଏସ୍ଓ ସାର୍ଟିଫିକେସନ ବଳବତ୍ତର ରହିବ । ଆଣ୍ଟି କରପସନ୍ ଆଇନ୍କୁ କାର୍ଯ୍ୟକାରେ କରିବା ନେଇ ଗୁଣାତ୍ମକ ପଶିକ୍ଷଣ ଏବଂ ଉନତ ଭିତ୍ତିଭୂମି ପୂନର୍ବାର ଏହି ସମ୍ମାନ ଜନକ ସାର୍ଟିଫିକେସନ ଭିଜିଲାନ୍ସ ଏକାଡେମୀ ହାତକୁ ଆସିଛି । ସୂଚନାଯୋଗ୍ୟ ଏହି ଏକାଡେମୀ ୨୦୧୮ରେ କାର୍ଯ୍ୟକାରି ହୋଇଥିଲା । ଏଠାରେ ସର୍ବଭାରତୀୟ ଏବଂ ରାଜ୍ୟ ସ୍ତରୀୟ ସିଭିଲ ସର୍ଭିସ୍ କ୍ୟାଡର ମାନଙ୍କୁ ଟେନିଂ ଦିଆଯାଏ । ୨୦୧୮ରୁ ୨୦୨୧ ମଧ୍ୟରେ ଏଠାରେ ୪୭ଟି ଟ୍ରେନିଂ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅନେକ ଅଧିକାରୀ ଯୋଗଦେଇଥିଲେ । ଚଳିତବର୍ଷ ମୋଟ ୩୮୮ ଜଣ କ୍ୟାଡରଙ୍କୁ ଏଠାରେ ଟ୍ରେନିଂ ପ୍ରଦାନ କରାଯାଇଛି । ଯେଉଁଥିରେ ଆଇଏସ୍, ଆଇଏଫ୍ଓଏସ୍, ଓଏଏସ୍, ଓପିଏସ୍, ଓଏଫ୍ଏସ୍, ପୁଲିସ, ଭିଜିଲାନ୍ସ ବିଭାଗ ଏବଂ ଅନ୍ୟନ୍ୟ ବିଭାଗର କର୍ମଚାରୀ ସାମିଲ ଥିଲେ । ତେବେ ରାଜ୍ୟ ଭିଜିଲାନ୍ସର ଲକ୍ଷ ରହିଛି ରାଜ୍ୟ ଭିଜିଲାନ୍ସକୁ ଦୁର୍ନିତୀ ନିବାରଣ, ସ୍ୱଚ୍ଛ ଏବଂ ଗୁଡ୍ ଗଭରନେନ୍ସ ଏକ ପ୍ରଣକେନ୍ଦ୍ର ଭାବେ ପ୍ରତିଷ୍ଠିତ କରିବା । ପ୍ରମାଣ ଭିତ୍ତିକ ଜ୍ଞାନର ପ୍ରଚାର ପ୍ରଚାର, ରିସର୍ଚ୍ଚ ଏବଂ ଲିକେଜ୍ ରୋକିବା ସହିତ ଦୁର୍ନିତୀ ନିବାରଣର ଏକ ଶେଷ୍ଠ ମାଧ୍ୟମ ହେବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।
Sign in
Sign in
Recover your password.
A password will be e-mailed to you.