ଏମୟୁଜେର ସାଙ୍ଗଠାନିକ ବୈଠକ: ନୂତନ କର୍ମକର୍ତ୍ତା ଚୟନ

ମାଲକାନଗିରି, ୩୦/୧୨: ମାଲକାନଗିରି ଜିଲ୍ଲା ସାମ୍ବାଦିକ ସଂଘର ସ୍ଥାନୀୟ ଏମୟୁଜେ ଭବନରେ ଜିଲ୍ଲାର ସମସ୍ତ ସାମ୍ବାଦିକମାନଙ୍କୁ ନେଇ ସାଙ୍ଗଠାନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସଭାପତି ଦେବ ପ୍ରସାଦ ଦାସ ସଭାପତିତ୍ବ କରିଥିବା ବେଳେ ସାଧାରଣ ସଂପାଦକ ପ୍ରମେନ୍ଦ୍ର ପରିଛା ପରିଚାଳନା କରିଥିଲେ। ସଭା ଆରମ୍ଭରେ ଉପଦେଷ୍ଟା ଯିତେନ୍ଦ୍ର ବେଉରା ସଂଘର ଲକ୍ଷ୍ୟ ଓ ଉଦେଶ୍ୟ ସଂପର୍କରେ ବଖାଣିଥିଲେ। ଗତ ଦୁଇ ବର୍ଷରେ ସଂଘର ଉନ୍ନତି କ୍ଷୀପ୍ର ଗତିରେ ହୋଇଥିବା ବେଳେ ରାଜ୍ୟସ୍ତରୀୟ କର୍ମୀ ସମ୍ମିଳନୀ ତଥା ପ୍ରତିଷ୍ଠା ଦିବସର ଆୟୋଜନ କରି ସାରା ରାଜ୍ୟରେ ଏମୟୁଜେ ଚହଳ ପକାଇଥିବା କହିଥିଲେ। ଜିଲ୍ଲାରୁ ଆସିଥିବା ସାମ୍ବାଦିକମାନେ ନିଜ ନିଜ ବକ୍ତବ୍ୟରେ ସଂଘର ବିକାଶକୁ ଗୁରୁତ୍ବ ଦେବା ସହ ନିଜର ମତ ରଖିଥିଲେ। ସଂଘର ନୂତନ ଗୃହ ନିର୍ମାଣ ସହ ପରିବେଶକୁ ସରସ ସୁନ୍ଦର କରିବାରେ ଗତ ସଂଘ କମିଟିର ଅବଦାନକୁ ସମସ୍ତେ ଭୃୟସୀ ପ୍ରଶଂସା କରିଥିଲେ। ତେବେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ କିଛି ବିଭ୍ରାଟ ହୋଇଥିବା ନେଇ ମଧ୍ୟ ସାମ୍ବାଦିକମାନେ ନିଜ ମତ ରଖିଥଲେ। ତେବେ ଆଗାମୀ ଦିନରେ ଏହାକୁ ଶୃଙ୍ଖଳିତ ଢଙ୍ଗରେ କାର୍ଯ୍ୟକାରୀ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା। ପରେ ସଂଘର ନୂତନ କର୍ମକର୍ତ୍ତା ମନୋନୀତ କରାଯାଇଥିଲା। ନିର୍ବାଚନ ଅଧିକାରୀ ଭାବେ ଦେବବ୍ରତ ସାନାଙ୍କୁ ନିଯୁକ୍ତି ଦିଆଯାଇଥିଲା। ସଭାପତି ପଦବୀ ପାଇଁ ପୁନଃ ଦେବ ପ୍ରସାଦ ଦାସଙ୍କୁ ହିଁ କରାଯିବା ନେଇ ପ୍ରଥମେ ଯିତେନ୍ଦ୍ର ବେଉରା ପ୍ରସ୍ତାବ ଦେବା ପରେ ସମସ୍ତେ ଏହାକୁ ସମର୍ଥନ କରିଥିଲେ। ସେହିପରି ସାଧାରଣ ସଂପାଦକ ଭାବେ ପ୍ରମେନ୍ଦ୍ର ପରିଛା ମନୋନୀତ ହୋଇଥିବା ବେଳେ ଉପସଭାପତି ଭାବେ ସତ୍ୟନାରାୟଣ ପଣ୍ଡା, କୋଷାଧ୍ୟକ୍ଷ ଭାବେ କାମରାଜ ଜେନା, ଯୁଗ୍ମ ସଂପାଦକ ଭାବେ ବଳରାମ ପଢିଆରୀ, ଚକ୍ର ପନଟାୟକ ଓ ମହେନ୍ଦ୍ର ପାଣିଗ୍ରାହୀଙ୍କୁ ମନୋନୀତ କରାଯାଇଥିଲା। ସେହିପରି କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ କାଲିମେଳାର ଜୀବନ କୃଷ୍ଣ ଦାସ, ପଡିଆର ଶ୍ରୀନିବାସ ରାଓ, ଚିତ୍ରକୋଣ୍ଡାର ଭୋଳାନାଥ ମଲ୍ଲିକ, ବାଲିମେଳାର ରବି ରଶ୍ମି ଗୁରୁ, ମାଲକାନଗିରି ଅସିମ ବିଶ୍ବାସ ଏବଂ ଶରତ ମହାରଣାଙ୍କୁ ମନୋନୀତ କରଯାଇଥିଲା। ଆଗାମୀ ଦିନରେ ଏହି କମିଟି ସଂଘର ଉତ୍ତରତ୍ତର ଉନ୍ନତି ପାଇଁ ଚେଷ୍ଟା କରିବା ସହ ସଦସ୍ୟମାନଙ୍କ ପାଇଁ ରହିବା ଗୃହ ଏବଂ ଅନ୍ୟ ସୁବ୍ୟବସ୍ଥା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏମୟୁଜେ ଭନବକୁ ପକ୍କା ରାସ୍ତା ନଥିବାରୁ ସଭାପତି ଦେବ ପ୍ରସାଦ ଦାସ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରାଯିବା ନେଇ କହିଥିଲେ। ନୂତନ କର୍ମକର୍ତ୍ତାଙ୍କୁ ରାଜ୍ୟ ଓୟୁଜେର ସଭାପତି ପ୍ରସନ୍ନ ମହାନ୍ତି ଶୁଭେଛା ଓ ଅଭିନନ୍ଦନ ଜଣାଇଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଶିବ କିର୍କ୍ତନୀଆ, ପ୍ରସାଦ ନାୟକ, ଚନ୍ଦନ କୁମାର ବାରିକ, ଜଗନ୍ନାଥ ମାଝି, ଦୁଃଶାସନ ମହାପାତ୍ର, ବିକ୍ରମ କେଶରୀ ପାତ୍ର, ପ୍ରଶାନ୍ତ ବିହାରୀ, ରତ୍ନାକର ପ୍ରଧାନ, ବାବୁ ପୁରୋହିତ, ସୁବାଶିଷ କର, ଅରୁଣ କୁମାର ପାତ୍ର, କ୍ରିଷ୍ଣା ପଦ ରାୟ, ଦେବେନ୍ଦ୍ର, ସନ୍ତୋଷ ନାୟକ, ମୁନ୍ନା ନେତମ, ବିଜୁ ଖିଲ, ପ୍ରଶାନ୍ତ ସାହୁ, ଜଗନ୍ନାଥ ଦଳେଇ ପ୍ରମୁଖ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.