ମାଲକାନଗିରି: ମାଲକାନଗିରି ବିଜୁ ଜନତା ଦଳ ପକ୍ଷରୁ ଆଜି ନୂତନ ବର୍ଷରେ ସ୍ଥାନୀୟ ସର୍କିଟ ହାଉସ ଠାରେ ଜିଲ୍ଲା ସ୍ଥାରୀୟ ପ୍ରତିଷ୍ଠା ଦିବସ ପାଳନ ଲାଗି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି l ଏଥିରେ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ ମହୋଦୟଙ୍କ ପ୍ରତିନିଧି ଯୁବ ନେତା ପ୍ରକାଶ ମହାନ୍ତି, ମାନ୍ୟବର ସାଂସଦ ନବରଙ୍ଗପୁର ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ, ନବରଙ୍ଗପୁର ପର୍ଯ୍ୟବ୍ୟକ୍ଷକ ତଥା କେ ସି ସି ବେଙ୍କ ସଭାପତି ଶ୍ରୀଯୁକ୍ତ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ, ମାଲକାନଗିରି ଜିଲ୍ଲା ଯୁବ ଛାତ୍ର ପର୍ଯ୍ୟବ୍ୟକ୍ଷକ ହରିଶଙ୍କର ରାଉତ ଯୋଗ ଦେଇଥିଲେ l ପ୍ରଥମେ ଜିଲ୍ଲା କମିଟି ପକ୍ଷରୁ ସାଲ ଓ ଫୁଲତୋଡ଼ା ଦେଇ ଅତିଥି ମାନଙ୍କୁ ସ୍ୱାଗତ କରାଯଇଥିଲା ଆଜିର ଏହି ବୈଠକଟିର ସଭାପତିତ୍ୱ ମାନ୍ୟବର ବିଧାୟକ ଚିତ୍ରକୋଣ୍ଡା ତଥା ଜିଲ୍ଲା ସଭାପତି ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ବାକା କରିଥିବା ବେଳେ ସଭା ପରିଚାଳନା ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା କରିଥିଲେ ଓ ଶେଷରେ ସମ୍ପାଦକ ଗୋପାଳ କୃଷ୍ଣ ପଣ୍ଡା ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ l ବୈଠକରେ ନିଆ ଯାଇଥିବା ନିଷ୍ପତି ଅନୁଯାଇ ଆସନ୍ତା ଜାନୁଆରୀ ୫ ତାରିଖରେ ମାଲକାନଗିରି ନିର୍ବାଚନ ମଣ୍ଡଳୀ ଓ ୮ ତାରିଖ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରତିଷ୍ଠା ଦିବସ ପାଳନ ଲାଗି ସ୍ଥିର ହୋଇଛି l ଆଜିର ଏହି ବୈଠକରେ ଅନ୍ୟ ବରିଷ୍ଟ କର୍ମକର୍ତ୍ତାଙ୍କ ମଧ୍ୟରେ ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ତଥା ଯୁବ ସଭାପତି ଆଡ଼ମା ରାବା ପୂର୍ବତନ ବିଧାୟକ ମାନସ ମାଡକାମୀ, କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ତ୍ରିପାଠୀ, ଜିଲ୍ଲା ସାଙ୍ଗଠନିକ ସମ୍ପାଦକ ନୃସିଂହ ଚରଣ ମାହାନ୍ତି, ସାଧାରଣ ସମ୍ପାଦକ ପ୍ରଭାକାର ପ୍ରଧାନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସମାରୀ ତାଙ୍ଗୁଲ, ଉପ ଅଧ୍ୟକ୍ଷ ପତିତପାବନ ବୌଦ୍ୟ, ପୌରପରିଷଦ ଉପ ଅଧ୍ୟକ୍ଷା ଶ୍ରୀମତୀ କବିତା ମହନ୍ତ, କୋରାପୁଟ ଜୋନ ମହିଳା ସଭାନେତ୍ରୀ ଶ୍ରୀମତୀ ସୁକାନ୍ତି ବୁରୁଦା, ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ଲଷ୍ମୀପ୍ରିୟା ନାୟକ, ଜିଲ୍ଲା ଏକଜୁଟିବ ବୋଡି ମେମ୍ବର ବୁନା ରାଓ, ଛାତ୍ର ଜନତା ଦଳ ସଭାପତି ତାପସ ରଞ୍ଜନ ନାୟକ, ରାଜ୍ୟ ଯୁବ ସମ୍ପାଦକ ରାବି ରାଜେଶ, ମାଲକାନଗିରି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଗୌରୀ ପଡିଆମୀ, ପଡିଆ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଯମୁନା ମୂଷାକି, ଜିଲ୍ଲା ପରିଷଦ ସଭ୍ୟ ମୁକା ମାଡକାମୀ, ଜିଲ୍ଲା ପରିଷଦ ସଭ୍ୟା ସୁରଭି ବୌମିକ ଏବଂ ମାଲକାନଗିରି, କାଲିମେଳା, ପଡିଆ ବ୍ଲକର ବିଜୁ ଜନତା ଦଳ ଯୁବ ଜନତା ଦଳ ଛାତ୍ର ଜନତା ଦଳ, ମହିଳା ଜନତା ଦଳର ସମସ୍ତ ସଭାପତି ଓ ଅନ୍ୟ ବରିଷ୍ଟ ଯୁବ, ଛାତ୍ର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post