ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦର ମହକୁମା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଗତକାଲି ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଥିଲା । ବିଦ୍ୟାଳୟର ଜଣେ ପିଅନ ଟାଙ୍ଗିଆ ଚୋଟରେ ଶିକ୍ଷକ ମୃତ ଘଟଣାରେ ମୃତ୍ୟୁବରଣ କରିଥିବା ଶିକ୍ଷକ ନିରାକର ସେଠୀଙ୍କ ପରିବାର ତରଫରୁ ଆଜି ଶବ ବ୍ୟବଚ୍ଛେଦ ପରେ ମୃତକଙ୍କ ପରିବାର ଆଜି ଶବକୁ ନେଇ ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ଅନ୍ୟପଟେ ବିଦ୍ୟାଳୟ କତୃପକ୍ଷଙ୍କ ଏପର୍ଯ୍ୟନ୍ତ ଦେଖା ନାହିଁ। ମୃତକଙ୍କ ପରିବାର ତରଫରୁ ପରିବାରର ଭରଣପୋଷଣ ପାଇଁ ଦାବି କରି ଶିଶୁ ବିଦ୍ୟାମନ୍ଦିର ସମ୍ମୁଖରେ ଧାରଣା ବସିଛନ୍ତି। ଯେ ପର୍ଯ୍ୟନ୍ତ ମୃତକଙ୍କ ପରିବାରକୁ କ୍ଷତିପୂରଣ ନ ମିଳିବ, ସେ ପର୍ଯ୍ୟନ୍ତ ଶବକୁ ଗେଟ୍ ସମ୍ମୁଖରେ ରଖି ଅହରହ ଧାରଣା ଜାରି ରଖିବେ ବୋଲି ଜିଦ୍ ଧରିଛନ୍ତି। ଏବଂ ସେଠାରେ ବସି ରହିଛନ୍ତି । ତେବେ ଏପଟେ ଏହି ବିଭତ୍ସ ହତ୍ୟାକାଣ୍ଡର ତଦନ୍ତ ପାଇଁ ସାଇନ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି।
Sign in
Sign in
Recover your password.
A password will be e-mailed to you.