mobile header

ଗାଧୋଉଥିବା ବେଲେ ପାଣି ରେ ବୁଡି ଯାଇ ଇସ୍ରୋ ଯୁବକ ବୈଜ୍ଞାନିକ ନିହାର ରଞ୍ଜନ ପ୍ରଧାନ ଙ୍କ ମୃତ୍ଯ 

ଗାଧୋଉଥିବା ବେଲେ ପାଣି ରେ ବୁଡି ଯାଇ ଇସ୍ରୋ ଯୁବକ ବୈଜ୍ଞାନିକ ନିହାର ରଞ୍ଜନ ପ୍ରଧାନ ଙ୍କ ମୃତ୍ଯ 

ବରଗଡ଼ ― ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଝାରପାଲି ଗ୍ରାମ ର ଇସ୍ରୋ(ଭାରତୀୟ ଅନ୍ତରୀକ୍ଷ ବିଜ୍ଞାନ ଓ ପ୍ରାଦୌଗିକ ସଂସ୍ଥାନ)ରେ କାର୍ଯ୍ୟରତ ବୈଜ୍ଞାନିକ ନିହାର ରଞ୍ଜନ ପ୍ରଧାନ(୨୭)ଙ୍କ ସୋମବାର ମୃତ୍ୟୁ ହୋଇଛି। ଗ୍ରାମର ଏକ ପୋଖରୀ ରେ ଗାଧୋଉ ଥିବାବେଳେ ସେ ବୁଡ଼ି ଯାଇଥିଲେ। ବୁଡି ଯାଇଥିବା ପୋଖରୀ ରେ ସ୍ଥାନୀୟ ଲୋକେ ଦୀର୍ଘ ସମୟ ଧରି ଖୋଜା ଖୋଜି କରି  ତାଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥା ରେ ଭୁକ୍ତା ଗୋଷ୍ଟୀ ସ୍ବାସ୍ଥ୍ଯ କେନ୍ଦ୍ର କୁ ଆଣିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗତ ଶନିବାର ସେ ନିଜ ଗ୍ରାମ ଝାରପାଲିକୁ ଆସିଥିଲେ ଏବଂ ସୋମବାର ମଧ୍ୟାହ୍ନରେ ଗାଧୋଇବାକୁ ଯାଇଥିବାବେଳେ ଏହି ଘଟଣା ଘଟିଥିଲା। ତାଙ୍କ ପଛରେ ବାପା ରାଜକୁମାର ପ୍ରଧାନ, ମାତା ପଙ୍କଜିନୀ, ବଡଭାଇ ଓ ଦୁଇ ଭଉଣୀ କୁ ଛାଡି ଯାଇଛନ୍ତି। ଅମ୍ବାଭୋନା ଥାନା ରେ ଏକ ଅପମୃତ୍ଯୁ ମାମଲା ରୁଜୁ କରି ବରଗଡ ସରକାରୀ ଡାକ୍ତରଖାନା କୁ ଶବ ବ୍ୟବଚ୍ଛେଦ ସକାଶେ ପଠାଯାଇଥିଲା। 

Leave A Reply

Your email address will not be published.