ମଣ୍ଡି ଖୋଲିବା ପରେ ବି ଚାଷୀକୁ ଟୋକେନ ମିଳୁନି, ପଡୋଶୀ ରାଜ୍ୟକୁ ଧାନ ଚାଲାଣ

ମଣ୍ଡିରେ ଦଲାଲ ସକ୍ରିୟ, ଧାର୍ଯ୍ୟ ଧାନ କିଣାର ୫୦ ପ୍ରତିଶତ କ୍ରୟ ସରିଲା

ମାଲକାନଗିରି,୭/୧: ମାଲକାନଗିରି ଜିଲ୍ଲାରେ ଗତ ମାସ ୧୪ ତାରିଖରୁ ମଣ୍ଡି ଆରମ୍ଭ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଟାର୍ଗେଟର ପାଖାପାଖି ୫୦ ପ୍ରତିଶତ ଧାନ ମଣ୍ଡିରେ କିଣା ସରିଥିବା ବେଳେ ଜିଲ୍ଲାରେ ବାସ୍ତବ ସ୍ଥିତି କିନ୍ତୁ ଭିନ୍ନ ରହିଛି। ଏବେ ବି ଅନେକ ଚାଷୀଙ୍କୁ ଟୋକେନ ମିଳିନଥିବା ବେଳେ ଯେଉଁମାନଙ୍କୁ ମିଳିଛି ସେମାନଙ୍କର ଅମଳ ଫସଲର ୨୦ରୁ ୩୦ ପ୍ରତିଶତ । ଏପଟେ ମଣ୍ଡିରେ ଟାର୍ଗେଟ ସରି ସରି ଆସୁଥିବା ବେଳେ ଚାଷୀଙ୍କ ଧାନ ଘର ବାହାରେ ପଡି ରହିଛି। ଏମଭି-୪୫ ଗ୍ରାମର ଚାଷୀ ପରିତୋଷ ସରକାର ୫ ଏକର ଜମିରେ ଧାନ ଫସଲ କରିଥିବା ବେଳେ ଏ ପର୍ଯ୍ୟନ୍ତ ଟୋକେନ ମିଳିପାରି ନାହିଁ। ଘର ବାହାରେ ଧାନକୁ ଜଗି ଟୋକନ ଅପେକ୍ଷାରେ ବସିଛନ୍ତି ପରିତୋଷ।ସେହିପରି ଏମଭି-୧୧ ଗ୍ରାମର ଯାଦବ ମଣ୍ଡଳ ୫ ଏକର ଚାଷ ଜମିରେ ଧାନ ଚାଷ କରିଥିବା ବେଳେ ଟୋକେନ ଆସିଛି ମାତ୍ର ୧୬ କ୍ବିଣ୍ଟାଲର।କେବଳ ଏହି ଦୁଇ ଜଣଙ୍କର ନୁହେଁ ,ବରଂ ଜିଲ୍ଲାର ଅଧିକାଂଶ ଚାଷୀଙ୍କର ଏଭଳି ସ୍ଥିତି। କିଛି ଚାଷୀ ଶାଗ ମାଛ ଦରରେ ଦଲାଲଙ୍କୁ ଧାନଗୁଡିକ ବିକ୍ରି କରିଦେଉଥିବା ବେଳେ ପ୍ରତ୍ୟେକ ଦିନ ଟ୍ରକ ବୋଜେଇ ହୋଇ ଧାନଗୁଡିକକୁ ଆନ୍ଧ୍ର ଚାଲାଣ ହେଉଛି। ଚାଷୀ ଚାଷ ସମୟରେ ବିଭିନ୍ନ ସ୍ଥାନରୁ ଋଣ କରି ଚାଷ କରିଥିବା ବେଳେ ଧାନଗୁଡିକର ଉଚିତ ମୂଲ୍ୟ ପାଇପାରୁନଥିବାରୁ ଚିନ୍ତାରେ। ଉପଜିଲ୍ଲାପାଳ କହିଛନ୍ତି ଫେଜ ଵାଇଜ ଟୋକେନ ଗୁଡିକ ଆସୁଛି, ଆଉ ସାଟେଲାଇଟ ଓ ଡ୍ରୋନ ସର୍ଭେରେ ଚାଷୀମାନଙ୍କର ବଞ୍ଜିକରଣ କରାଯାଇଛି। ଧିରେ ଧିରେ ସମସ୍ୟାର ସମାଧାନ କରାଯିବ। କିନ୍ତୁ ସମାଧାନ କରିବା ଭିତରେ ଚାଷୀ ଶାଗ ମାଛ ଦରରେ ଧାନଗୁଡିକ ଦଲାଲ ହାତରେ ଟେକି ଦେଉଥିବା ଦେଖିବାକୁ ମିଳିଛି। ଜିଲ୍ଲାରେ ବର୍ତ୍ତମାନ ୬୬ଟି ମଣ୍ଡି ଚାଲିଛି। ଏହି ୬୬ ମଣ୍ଡିରେ ଆଜି ସୁଦ୍ଧା ୧୬ ହଜାର ୮୩୨ ଜଣ ଚାଷୀଙ୍କ ଠାରୁ ୫ ଲକ୍ଷ ୪୦ ହଜାର ୩୯୯ କ୍ବିଣ୍ଟାଲ ଧାନ ଖରିଦ କରାୟାଇଛି। ତେବେ ଜିଲ୍ଲାର କାଲିମେଳା ଲ୍ୟାମ୍ପସ ଅଧିନରେ ରହିଥିବା ଭେଜଙ୍ଗଵାଡା ମଣ୍ଡିରେ ୧୧,୭୨୫ କ୍ବିଣ୍ଟାଲ ଧାନ କିଣାଯାଇଥିବା ବେଳେ ଏମପିଭି-୮୧ ମଣ୍ଡିରେ ୧୫୫୪୧ କ୍ବିଣ୍ଟାଲ, ଏମଭି-୭୨ ମଣ୍ଡିରେ ୧୪,୬୪୧ କ୍ବିଣ୍ଟାଲ, ଉଣ୍ଡୁରୁକୁଣ୍ଡା ମଣ୍ଡିରେ ୧୦୦୦୯ କ୍ବିଣ୍ଟାଲ, ଗୁମକା ମଣ୍ଡିରେ ୮୫୮୨ କ୍ବିଣ୍ଟାଲ, ଗିରକାନବାଲି ମଣ୍ଡିରେ ୮୫୧୦ କ୍ବିଣ୍ଟାଲ, ମାନ୍ୟମକୋଣ୍ଡା ମଣ୍ଡିରେ ୧୦,୧୯୮ କ୍ବିଣ୍ଟାଲ, ଚିନ୍ତଲାଵାଡା ମଣ୍ଡିରେ ୪୪୦୫ କ୍ବିଣ୍ଟାଲ, ସାଲମାରିକୋଣ୍ଡା ମଣ୍ଡିରେ ୬୯୭୮ କ୍ବିଣ୍ଟାଲ, ଗୋମ୍ଫାକୋଣ୍ଡା ମଣ୍ଡିରେ ୯୪୮୫ କ୍ବିଣ୍ଟାଲ, ଲୁଗେଲ ମଣ୍ଡିରେ ୭୭୭୬ କ୍ବିଣ୍ଟାଲ, ପୋଟେରୁ ମଣ୍ଡିରେ ୧୨୯୫୮ କ୍ବିଣ୍ଟାଲ, କାଲିମେଳା ଲ୍ୟାମ୍ପସରେ ୮୯୮୪ କ୍ବିଣ୍ଟାଲ ଖରିଦ କରାଯାଇଛି।ସେହିପରି ବଣ୍ଡା ଲ୍ୟାମ୍ପସ ଅଧିନରେ ଥିବା ଗୋବିନ୍ଦପାଲ୍ଲୀ ମଣ୍ଡିରେ ୭୧୯୯ କ୍ବିଣ୍ଟାଲ ଖରିଦ କରାଯାଇଥିବା ବେଳେ ପୋଡାଘାଟ ମଣ୍ଡିରେ ୪୯୫୬ କ୍ବିଣ୍ଟାଲ, ଆମଲିପୁଟ ମଣ୍ଡିରେ ୪୦୪୯ କ୍ବିଣ୍ଟାଲ, ରାସବେଡା ମଣ୍ଡିରେ ୩୯୬୬ କ୍ବିଣ୍ଟାଲ, ମାଡକାପଦର ମଣ୍ଡିରେ ୭୮୫ କ୍ବିଣ୍ଟାଲ, ବଣ୍ଡା ଲ୍ୟାମ୍ପସ ତରଫରୁ ୬୪୯୩ କ୍ବିଣ୍ଟାଲ ଖରିଦ କରାଯାଇଛି। ଶିଖପାଲୀ ଲ୍ୟାମ୍ପସ ଅଧିନରେ ଥିବା ପୋଟେରୁ ମଣ୍ଡିରେ ୯୦୮୧ କ୍ବିଣ୍ଟାଲ, ମାନ୍ଦାପାଲୀ ମଣ୍ଡିରେ ୮୨୬୯ କ୍ବିଣ୍ଟାଲ, ଶଖିପାଲୀ ମଣ୍ଡିରେ ୧୦,୦୯୬ କ୍ବିଣ୍ଟାଲ ଖରିଦ କରାଯାଇଛି। ସେହିପରି କୋରକୋଣ୍ଡା ଲ୍ୟାମ୍ପସ ଅଧିନରେ ଥିବା ନୀଳାକାମ୍ବେରୁର ମଣ୍ଡିରେ ୧୨,୯୮୬ କ୍ବିଣ୍ଟାଲ, କାମଵାଡା ମଣ୍ଡିରେ ୭୧୦୬ କ୍ବିଣ୍ଟାଲ, ପିତାକାଟା ମଣ୍ଡିରେ ୧୦,୬୮୫କ୍ବିଣ୍ଟାଲ, ଦୋରାଗୁଡା ମଣ୍ଡିରେ ୯୬୩ କ୍ବିଣ୍ଟାଲ, ତାର୍ଲାକୋଟା ମଣ୍ଡିରେ ୪୪୧୯ କ୍ବିଣ୍ଟାଲ, ପୋଟ୍ରେଲ ମଣ୍ଡିରେ ୧୦,୮୯୯ କ୍ବିଣ୍ଟାଲ, ଚିତାପାରୀ ମଣ୍ଡିରେ ୮୯୨୪ କ୍ବିଣ୍ଟାଲ, ପୁରୁଣା ଚିମଟାପାଲୀ ମଣ୍ଡିରେ ୬୮୬୫ କ୍ବିଣ୍ଟାଲ, ଡୁଡାମେଟା ମଣ୍ଡିରେ ୭୧୯୩ କ୍ବିଣ୍ଟାଲ, ମାରିଵାଡା ମଣ୍ଡିରେ ୬୩୮୩ କ୍ବିଣ୍ଟାଲ, ଚିତ୍ରକୋଣ୍ଡା ମଣ୍ଡିରେ ୪୪୩ କ୍ବିଣ୍ଟାଲ, କୋରକୋଣ୍ଡା ମଣ୍ଡିରେ ୧୨,୪୨୨ କ୍ବିଣ୍ଟାଲ ଖରିଦ କରାଯାଇଛି। ସେହିପରି କୁଡୁମୁଲୁଗୁମ୍ମା ଲ୍ୟାମ୍ପସ ତରଫରୁ ସୋମନାଥପୁର ମଣ୍ଡିରେ ୯୧୭୧ କ୍ବିଣ୍ଟାଲ, ପାରକାନମାଲା ମଣ୍ଡିରେ ୪୮୮୬ କ୍ବିଣ୍ଟାଲ, କୁଡୁମୁଲୁଗୁମ୍ମା ମଣ୍ଡିରେ ୫୦୧୨ କ୍ବିଣ୍ଟାଲ ଖରିଦ କରାଯାଇଛି। ମାଥିଲି ଲ୍ୟାମ୍ପସ ଅଧିନରେ ଥିବା କିଆଙ୍ଗ ମଣ୍ଡିରେ ୫୬୫୨ କ୍ବିଣ୍ଟାଲ, ସାଲିମି ମଣ୍ଡିରେ ୫୮୭୭ କ୍ବିଣ୍ଟାଲ, ଭେଜାଗୁଡା ମଣ୍ଡିରେ ୭୩୧୩ କ୍ବିଣ୍ଟାଲ, ଦଳପତିଗୁଡା ମଣ୍ଡିରେ ୬୯୫୯ କ୍ବିଣ୍ଟାଲ, ଚେଡେଙ୍ଗା ମଣ୍ଡିରେ ୪୪୬୮ କ୍ବିଣ୍ଟାଲ, ମେକା ମଣ୍ଡିରେ ୪୧୧୮ କ୍ବିଣ୍ଟାଲ, ଧୁଙ୍ଗିଆପୁଟ ମଣ୍ଡିରେ ୪୪୭୨ କ୍ବିଣ୍ଟାଲ, ନାୟକଗୁଡା ମଣ୍ଡିରେ ୪୦୦୩ କ୍ବିଣ୍ଟାଲ, ଖଡିମାଟି ମଣ୍ଡିରେ ୪୪୪୩ କ୍ବିଣ୍ଟାଲ, କଦମଗୁଡା ମଣ୍ଡିରେ ୫୬୬୫ କ୍ବିଣ୍ଟାଲ, ମାଥିଲି ମଣ୍ଡିରେ ୧୨୫୭୩ କ୍ବିଣ୍ଟାଲ ଖରିଦ କରାଯାଇଛି। ସେହିପରି ପଡିଆ ଲ୍ୟାମ୍ପସ ଅଧିନରେ ଥିବା ସିମିଳିବାଞ୍ଝା ମଣ୍ଡିରେ ୮୫୨୬ କ୍ବିଣ୍ଟାଲ, ପୁଷୁଗୁଡା ମଣ୍ଡିରେ ୬୦୨୩ କ୍ବିଣ୍ଟାଲ, ଏମଭି-୭୯ ମଣ୍ଡିରେ ୧୫,୪୧୭ କ୍ବିଣ୍ଟାଲ, ମାଟେରୁ ମଣ୍ଡିରେ ୪୬୭ କ୍ବିଣ୍ଟାଲ, ନୀଲିଗୁଡା ମଣ୍ଡିରେ ୨୦୯୭ କ୍ବିଣ୍ଟାଲ, କାଲଦାପାଲୀ ମଣ୍ଡିରେ ୬୮୯୩ କ୍ବିଣ୍ଟାଲ, ପଡିଆ ଲ୍ୟାମ୍ପସରେ ୧୬,୫୫୬ ଖରିଦ କରାଯାଇଛି। ମାଲକାନଗିରି ଲ୍ୟାମ୍ପସ ଅଧିନରେ ଥିବା ପଦ୍ମଗିରି ମଣ୍ଡିରେ ୫୯୩୮ କ୍ବିଣ୍ଟାଲ, ଝରାପାଲୀ ମଣ୍ଡିରେ ୭୩୫୮ କ୍ବିଣ୍ଟାଲ, ପେଦାଵାଡା ମଣ୍ଡିରେ ୭୫୭୧ କ୍ବିଣ୍ଟାଲ, ଉଡୁପା ମଣ୍ଡିରେ ୪୪୫୩ କ୍ବିଣ୍ଟାଲ, ଗଙ୍ଗଲା ମଣ୍ଡିରେ ୭୭୭୦ କ୍ବିଣ୍ଟାଲ, ସେରପାଲୀ ମଣ୍ଡିରେ ୧୦,୪୩୨ କ୍ବିଣ୍ଟାଲ, ମାଲକାନଗିରି ମଣ୍ଡିରେ ୧୮,୬୯୧ କ୍ବିଣ୍ଟାଲ, ମାଳତୀ ଏସଏଚଜି ତରଫରୁ ୧୭,୯୯୩ କ୍ବିଣ୍ଟାଲ, ଓଁ ଶାନ୍ତିମାତା ଏସଏଚଜି ତରଫରୁ ୧୫,୭୧୯ କ୍ବିଣ୍ଟାଲ, ଜୟ ମା କାଳୀ ଏସଏଚଜି ତରଫରୁ ୧୨,୭୭୬ କ୍ବିଣ୍ଟାଲ, ଶିବ ପାର୍ବତୀ ଏସଏଚଜି ତରଫରୁ ୯୧୭୩ କ୍ବିଣ୍ଟାଲ ଧାନ ଖରିଦ କରାଯାଇଛି। ତେବେ ଏସଏଚଜି କିଣୁଥିବା ମଣ୍ଡିଗୁଡିକରେ ଦଲାଲ ସକ୍ରିୟ ହୋଇଛନ୍ତି। ଚାଷୀଙ୍କ ନାମରେ ଆସୁଥିବା ଟୋକେନରେ ନିଜେ କିଣିଥିବା ଧାନକୁ ବିକ୍ରି କରୁଥିବା ଜଣାପଡିଛି।ଏନେଇ ବିଭାଗୀୟ ଅଧିକାରୀ ତଦନ୍ତ କଲେ ସବୁ ସତ୍ୟ ପଦାକୁ ଆସିବ ବୋଲି କୁହାଯାଇଛି। ଭିତିରିଆ ସଲାସୁତରାରେ ଧାନ କିଣାବିକା ଚାଲିଥିବା ଅଭିଯୋଗ ହୋଇଛି। ବହୁ ଚାଷୀ ଆଜି ବି ନିଜ ଧାନ ବିକ୍ରି ରକିପାରି ନାହାନ୍ତି। ବାରମ୍ବାର ଲ୍ୟାମ୍ପସ ଏବଂ ଯୋଗାଣ ବିଭାଗ ନିକଟରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି। ଆଗାମୀ ଦିନରେ ଏନେଇ ରାଜନୈତିକ ଦଳମାନେ ଆନ୍ଦୋଳନ କରିବାକୁ ସଜବାଜ ହେଉଥିବା ଜଣାପଡିଛି।

Leave A Reply

Your email address will not be published.