ଚିତ୍ରକୋଣ୍ଡା, ୦୭/୦୧/୨୩: ଘରେ ଘରେ ପୃଷ୍ଟି ପ୍ରୟାସ ଆଜି ଆରାମ୍ବ କଲେ ଓଡିଶା ସରକାର। ରାଜ୍ୟ ସରକାରଙ୍କ ନୂଟ୍ରେସନ ଏଟ ଡୋରଷ୍ଟେପ(ଘରେ ଘରେ ପୃଷ୍ଟି) ପ୍ରଥମେ ଆଜି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନଞ୍ଚଳ ପାପରମେଟଲା ଗ୍ରାମ ପଞ୍ଚାୟତର ଯନ୍ତାପାଇ ଗ୍ରାମରେ ଶୁଭ ଆରମ୍ଭ କରଯାଇଛି। ଏହାକୁ ଶୁଭ ଆରମ୍ଭ କରିଛନ୍ତି କୃଷି, ମସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଏହି ଯନ୍ତାପାଇ ଠାରେ ମାଣ୍ଡିଆ ମଣ୍ଡି ଶୁଭାରମ୍ଭ କରାଯାଇଛି। ତତସହିତ ପୁଷ୍ଟି କର ଖାଦ୍ୟ ଯୋଗାଉ ଥିବା ଶସ୍ୟ, ପନିପରିବା ଗଛ ସ୍ୱାଭିମାନଞ୍ଚଳ ବାସୀ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରିନ୍ସପାଳ ସେକ୍ରେଟାରୀ ଅରବିନ୍ଦ ପାଢ଼ୀ, କୃଷି ବିଭାଗୀୟ ନିର୍ଦ୍ଦେଶ ପ୍ରେମଚନ୍ଦ ଚୌଧୁରୀ, ହର୍ଟିକୁଲଚାର ନିର୍ଦ୍ଦେଶକ ରୋହିତ ଲେଙ୍କା, ନବରଙ୍ଗପୁର ସାଂସଦ ରମେଶ ମାଝୀ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣଚନ୍ଦ ବାକା ଉପସ୍ଥିତ ଥିଲେ ।ଅପ-ପୃଷ୍ଟି ଦୂର କରିବା ଘରେ ଘରେ ପୃଷ୍ଟି ପ୍ରୟାସ ଆରମ୍ଭ କରାଯାଇଛି। ସାଧାରଣତ ଶିଶୁ, ସ୍ତନ୍ୟପାନ କରାଉଥିବା ମହିଳା ଓ ଗର୍ଭବତୀ ମହିଳାମାନଙ୍କୁ ଆଖି ଆଗରେ ରଖି ସ୍ୱାଭିମାନଞ୍ଚଳ ପୃଷ୍ଟିହୀନତା ଦୂର କରିହେବ।
Sign in
Sign in
Recover your password.
A password will be e-mailed to you.