କାଲିମେଳା ତା ୧୧/୦୧/୨୩: ମାଲକାନଗିରି ଜିଲ୍ଲାର କାଲିମେଳା ଥାନା ଅଧୀନରେ ଥିବା ପୋଟେରୁ ଫାଣ୍ଡି ଅନ୍ତର୍ଗତ ଏମ.ପି.ଭି: ୬ ଗ୍ରାମ ହରି ମନ୍ଦିର ପରିସରରେ ଆଜି କାଲିମେଳା ପୋଲିସ ଦ୍ବାରା ଆମ ପୋଲିସ ସମିତି ସଚେତନତା କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଅନୁଷ୍ଠିତ ହୋଇଯାଇଛି । ଏ ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କାଲିମେଳା ଥାନା ଭାରପ୍ରାପ୍ତ ଅଧିକାରୀ ସୁର୍ଯ୍ୟ ପ୍ରକାଶ ନାୟକ ଏହି କାର୍ଯ୍ୟକ୍ରମରେ ସଭାପତିତ୍ବ ଭାବେ ଦାୟିତ୍ଵ ଗ୍ରହଣ କରି କାର୍ଯ୍ୟକ୍ରମଟିକୁ ସୁଚାରୁରୂପେ ସମ୍ପାଦନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୋଟେରୁ ଫାଣ୍ଡି ଇନଚାର୍ଜ ପଦ୍ମ ପୂଜାରୀ, ହାବିଲଦାର ବନ୍ଧୁ ବିଧାର, ଏ.ଏସ.ଆଇ.ଏସ.ସି: ହେଚ: ବିଶି: ମାଝୀ, ପ୍ରଧାନୀ ଖୋରା ପ୍ରମୁଖ ଉପସ୍ଥିତ ଥଲା ବେଳେ କାଲିମେଳା ବ୍ଲକ ଅଧ୍ୟକ୍ଷା ସୁବାସୀନି ସୋଡି, ମାଲକାନଗିରିର ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ପ୍ରମିଳା ଦାସ ,ପୋଟେରୁ ଗାଁ କମିଟି ସଭାପତି ବାବାଜୀ ଚରଣ ମଲ୍ଲିକ, ମାନ୍ଦାପାଲି ଗ୍ରାମ ପଞ୍ଚାୟତର ସରପଞ୍ଚ ଇନ୍ଦ୍ରଜିତ ପଡିଆମି, ସମିତି ସଭ୍ୟା କାନଚନ ମଣ୍ଡଳ, ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଏହି କାର୍ଯ୍ୟକ୍ରମରେ ମଞ୍ଚାସିନ ଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ଉପସ୍ଥିତ ଅଞ୍ଚଳ ବାସୀଙ୍କୁ କାଲିମେଳା ଥାନା ଭାରପ୍ରାପ୍ତ ପୋଲିସ ଓ ପବ୍ଲିକର ସମ୍ପର୍କ ବିଷୟରେ ଆଲୋକପାତ କରିବା ସହିତ ଭିବିନ୍ନ ଅସାମାଜିକ କାର୍ଯ୍ୟକଳାପ ଠାରୁ ନିଜକୁ ଦୂରେଇ ରଖିବା ଓ ରାସ୍ତାରେ ହେଉଥିବା ଦୂର୍ଘଟଣା ଗୁଡ଼ିକରୁ ନିଜକୁ ନିଜ ପରିବାରବର୍ଗଙ୍କୁ ,ଓ ସାହି ପଡିଶାର ବନ୍ଧୁବାନ୍ଧବଙ୍କୁ କିପରି ରୋଡ ଏକ୍ସିଡେଣ୍ଟରୁ ସୁରକ୍ଷା କରେଇବା ସେ ନେଇ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରାଉଥିଲେ । ଓ ଗାଡ଼ି ମଟର ସାଇକେଲ ଚଲାଇଲା ବେଳେ ଯେମିତି କି ହେଲିମେଟ ମୁଣ୍ଡ ରେ ଓ ଗୋଡ଼ରେ ବୁଟ ପିନ୍ଦିବା ଯଦ୍ବାରାକି ଆମର ଦୂର୍ଘଟଣାରେ ଶରୀରର କ୍ଷତବିକ୍ଷତରୁ ରକ୍ଷା ମିଳିବ। ଓ ଏ ଅଞ୍ଚଳରରେ ବାରମ୍ବାର ଦୂର୍ଘଟଣା ହେଉଅଛି ଯାହା ଦ୍ୱାରା ଅନେକ ଧନ ଜୀବନ ନଷ୍ଟ ହେଉଅଛି ତାକୁ କେନ୍ଦ୍ର କରି କିପରି ଆମେ ଦୂର୍ଘଟଣା ରକ୍ଷା ପାଇବା ଉଦ୍ଦେଶ୍ୟରେ ଟ୍ରାଫିକ ନିୟମ ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନତା ବାର୍ତ୍ତା ଦେଇଥିଲେ। ଓ ସରକାରଙ୍କ ଭିବିନ୍ନ ଜନ ହିତକ କାର୍ଯ୍ୟ ସମ୍ପର୍କରେ ଲୋକମାନଙ୍କୁ ଆଲୋକପାତ କରିଥିଲେ । ତଥା ମହିଳା ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ, ଅତ୍ୟାଚାର, ଛୋଟ ଛୁଆ ମାନଙ୍କର ପାଇଁ ରାସ୍ତାରେ ସୁରକ୍ଷା. କଙ୍ଗାରୁ କୋର୍ଟ, ସାଇବର ଫ୍ରୋଡ ଓ ନିଶାଦ୍ରବ୍ୟ ଗଞେଇ ଚାଷ ଠାରୁ କିପରି ନିଜକୁ ନିବୃତ୍ତ ରହିବ ସେ ନେଇ ଉପସ୍ଥିତ ଜନସାଧାରଣଙ୍କୁ ଆଲୋକପାତ କରାଇଥିଲେ । ଏ ଅବସରରେ ଉପସ୍ଥିତ ଜନସାଧାରଣଙ୍କ ମଧ୍ୟରେ ମଧ୍ୟ କାହାର କିଛି କହିବାର ଥିଲେ ଇଛୁକ ଲୋକ ମାନଙ୍କୁ ମଞ୍ଚ ଉପରକୁ ନିମନ୍ତ୍ରିଣ କରି ତାଙ୍କ ମତ ନେଉଥିଲେ ପୋଲିସ ପ୍ରଶାସନ ଯେ ଆଗକୁ ଯେମିତି ପୋଲିସ ଓ ପବ୍ଲିକର ସମ୍ପର୍କ ମଜବୁତ ରହିବ। ଏହି ମହତ୍ଵ ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏ ଅବସରରେ ପୋଲିସ ଟିମ ପକ୍ଷରୁ ସୁରକ୍ଷା ରକ୍ଷା ଦୃଷ୍ଟିରୁ ପୋଲିସ ଫୋର୍ସ ମଧ୍ୟ ଏଠାରେ ଉପସ୍ଥିତ ରହିଥିଲେ ।
Sign in
Sign in
Recover your password.
A password will be e-mailed to you.