କାଳିମେଳା, ତା ୧୯/୧: ମାଲକାନଗିରି ଜିଲ୍ଲା ମୋଟୁ ବନାଞ୍ଚଳ ପକ୍ଷରୁ ଏକ କଲରାପତିଆ ବାଘ ଚମଡା ଗତକାଲି ଜବତ କରାଯିବା ସହ ଏହାକୁ ବିକ୍ରି ପାଇଁ ଯୋଜନା କରୁଥିବା ୩ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ମାନ୍ୟମକୋଣ୍ଡା ପଞ୍ଚାୟତ ନିକଟସ୍ଥ ପୋଟେରୁ କେନାଲ ଠାରେ କିଛି ବ୍ୟକ୍ତି ଏକ କଲରାପତିଆ ବାଘ ଚମଡା ବିକ୍ରି ପାଇଁ ନେଉଥିବା ଏକ ବିଶେଷ ସୂତ୍ରରୁ ଖବର ପାଇ ମାଲକାନଗିରି ବନଖଣ୍ଡ ଅଧିକାରୀ ପ୍ରତାପ କୋଟାପାଲ୍ଲୀଙ୍କ ନିର୍ଦେଶକ୍ରମେ ମୋଟୁ ବନାଞ୍ଚଳ ଅଧିକାରୀ ରଶ୍ମି ରଞ୍ଜନ ସ୍ବାଇଁଙ୍କ ନେତୃତ୍ୱରେ ବନ ପାଳ ଓ ବନରକ୍ଷୀ ମାନେ ଯାଇ ଚଢ଼ାଉ କରିଥିଲେ । ବାଘ ଚମଡା ସହ ୩ ଜଣକୁ ଗିରଫ କରି ମୋଟୁ ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିଥିଲେ ।ସେମାନଙ୍କ ଠାରୁ ଗୋଟିଏ ହୋଣ୍ଡା ସାଇନ ମୋଟର ସାଇକେଲ ଜବତ କରାଯାଇଛି । ଜବତ ଚମଡାର ଲମ୍ବ ପ୍ରାୟ ୧.୧୩ ମିଟର ହୋଇଥିବା ବେଳେ ବୟସ ୩ ବର୍ଷ ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ମୋଟୁ ଥାନା ଓ ମୋଟୁ ବନାଞ୍ଚଳ ଅନ୍ତର୍ଗତ ମାନ୍ୟମକୋଣ୍ଡା ପଞ୍ଚାୟତ ମାଙ୍ଗିପଲ୍ଲୀ ଗ୍ରାମର ମୁକେଶ ମାଡକାମୀ, ପେଣ୍ଟା ମାଡକାମୀ ଓ ଦୁଲା ମାଡକାମୀ । ଏହି ବାଘ ଚମଡା ବିକ୍ରି ପଛରେ ଆଉ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ଏବଂ ପୂର୍ବରୁ କେତୋଟି କାହାକୁ ବିକ୍ରି କରିଛନ୍ତି କି ସେ ନେଇ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଚାଲୁ ରହିଛି ।
Sign in
Sign in
Recover your password.
A password will be e-mailed to you.