ହିମାଚଳ ପ୍ରଦେଶ ଉନା ଜିଲ୍ଲା ସ୍ଥିତ ରାୟପୁର ମଇଦାନ ସରକାରୀ ବରିଷ୍ଠ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ରାଷ୍ଟ୍ରୀୟ ସେବା ଯୋଜନା (NSS) ର ୨୦୨୩ ବର୍ଷର ରାଷ୍ଟ୍ରୀୟ ଏକତା ଶିବିର ଅନୁଷ୍ଠିତ ହୋଇଥିଲା । ଏହା ଜାନୁଆରୀ ୬ ତାରିଖରୁ ୧୨ ପର୍ଯ୍ୟନ୍ତ ସାତଦିନ ଧରି ଅନୁଷ୍ଠିତ ହୋଇଥିଲା । ଏଥିରେ ୧୧ଟି ରାଜ୍ୟ ଏବଂ ପାଞ୍ଚଟି କେନ୍ଦ୍ର ଶାସିତ ଅଞ୍ଚଳରୁ ନିଯୁକ୍ତ ଛାତ୍ର ସ୍ବେଚ୍ଛାସେବୀ ମାନେ ୨୬୦ରୁ ଉର୍ଦ୍ଧ୍ବ ସଂଖ୍ୟାରେ ଯୋଗଦାନ କରିଥିଲେ । ଏହି ଶିବିରରେ ଓଡ଼ିଶା ରାଜ୍ୟରୁ ସର୍ବମୋଟ ୧୦ ଜଣ ନିଯୁକ୍ତି ପ୍ରାପ୍ତ ଛାତ୍ର ସ୍ବେଚ୍ଛାସେବୀ ଏବଂ ସନାତନ ହରିଚନ୍ଦନ ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀ ପଞ୍ଚାନନ ମଙ୍ଗରାଜଙ୍କୁ ଅଂଶଗ୍ରହଣ କରିବାର ସୁଯୋଗ ମିଳିଥିଲା । ସେମାନଙ୍କ ମଧ୍ୟରୁ ସନାତନ ହରିଚନ୍ଦନ ମହାବିଦ୍ୟାଳୟ, ମଦନପୁରର ଶିବୁ ପ୍ରଧାନ, ରାଜାମଧୁସୂଦନ ଦେବ ଡିଗ୍ରୀ ମହାବିଦ୍ୟାଳୟ ପଟିଆର ଶୁଭ୍ରଜିତ୍ ପାଢ଼ୀ, କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟର ବର୍ଷାରାଣୀ ସାହୁ, ପାରାଦୀପ ମହାବିଦ୍ୟାଳୟର ପୂର୍ଣ୍ଣିମା ଧଉଡିଆ, ବିଜୁ ପଟ୍ଟନାୟକ ମହାବିଦ୍ୟାଳୟର ଶୁଭେଚ୍ଛା ଶୁକ୍ଳା, ଶିଶୁ ଅନନ୍ତ ମହାବିଦ୍ୟାଳୟର ପ୍ରଭାସିନୀ ଭୋଳ, ସଙ୍ଗୀତ ମହାବିଦ୍ୟାଳୟର ରୋସନୀ ସାହୁ ଓ ଅଙ୍କିତା ବିଶ୍ବାଳ ଏବଂ ବି କେ କଳା ମହାବିଦ୍ୟାଳୟ ଖଣ୍ଡଗିରିର ବାସୁଦେବ ବେହେରା ଓ ସୋମନାଥ ବେହେରା ଏହି ରାଷ୍ଟ୍ରୀୟ ଶିବିରରେ ଯୋଗଦାନ କରିବାର ସୁଯୋଗ ପାଇଥିଲେ । ଓଡ଼ିଶାର ଉକ୍ତ ଶିବିରାର୍ଥୀ ମାନେ ଶତାଧିକ ଭାରତୀୟଙ୍କ ସମ୍ମୁଖରେ ଓଡ଼ିଶାର କଳା,ନୃତ୍ୟ ଗୀତ, ସଂସ୍କୃତି ଓ ପରମ୍ପରା ଆଦିର ମହତ୍ତ୍ଵ ପ୍ରଦର୍ଶନ କରାଇ ଓଡ଼ିଶା ରାଜ୍ୟକୁ ସର୍ବୋତ୍ତମ ପ୍ରଦର୍ଶିତ ରାଜ୍ୟର ପୁରସ୍କାର ହାସଲ କରିବାରେ ସହାୟକ ହେବାସହ ଓଡ଼ିଶା ରାଜ୍ୟକୁ ସର୍ବାଧିକ ସାତଟି ପୁରସ୍କାର ହାସଲ କରାଇବାରେ ସହାୟକ ହୋଇଥିଲେ ।
Sign in
Sign in
Recover your password.
A password will be e-mailed to you.