ଖୁଣ୍ଟା: ଖୁଣ୍ଟା ସ୍ଥିତ ସୁବାଷ ବୋଷ କ୍ଳବ ଆନୁକୁଲ୍ୟରେ ମହାନ ସ୍ଵାଧିନତା ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । କ୍ଳବର ସଭାପତି ଚୌଧୁରୀ ପ୍ରଶାନ୍ତ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅନ୍ୟମାନଙ୍କ ମଧ୍ୟର ବରିଷ୍ଠ ସଦସ୍ୟ ପ୍ରଦୋଷ ଦାସ, ବରିଷ୍ଠ ସାମ୍ବାଦିକ ଦେବରଞ୍ଜନ ବେହେରା, ସାମ୍ବାଦିକ ତପନ ମହାନ୍ତି, ଲୋକନାଥ ପଲେଇ, ନରେନ୍ଦ୍ର ସିଂ, ମନୋଜ ରଥଙ୍କ ସମେତ କ୍ଳବର ସମସ୍ତ ସଦସ୍ୟ ଓ ମାନ୍ୟଗନ୍ୟ ବ୍ୟକ୍ତି ମାନେ ଯୋଗ ଦେଇଥିଲେ । ଏହି ଅବସରରେ ନେତାଜୀଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରାଯିବା ସହିତ ନେତାଜୀଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିଥିଲେ । ଏବଂ ଓଡ଼ିଶାରେ ଜନ୍ମିତ ଏହି ବରପୁତ୍ରଙ୍କୁ ନେଇ ଆଜି କେବଳ ଓଡ଼ିଶା ନୁହେଁ ସମଗ୍ର ବିଶ୍ଵ ଗର୍ବିତ । ଦେଶର ସ୍ଵାଧିନତା ହାସଲରେ ତାଙ୍କର ଅବଦାନ ମହାତ୍ମା ଗାନ୍ଧୀଙ୍କ ଠାରୁ କିଛି କମ ନୁହେଁ । ସେଥିଲେ ଜଣେ ଆଜୀବନ ଯୋଦ୍ଧା ଏବଂ ତାଙ୍କର ରହସ୍ୟମୟ ଜୀବନକୁ ନେଇ ସର୍ବଦା ଆଲୋଚନାର କେନ୍ଦ୍ର ବିନ୍ଦୁ ସାଜିବେ ବୋଲି ଅତିଥିଗଣ ନିଜ ନିଜ ବ୍ୟକ୍ତବ୍ୟ ମାଧ୍ୟମରେ ସୁଚାଇ ଥିଲେ । ଏଭଳି ବୀରଙ୍କୁ ଜନ୍ମ ଦେଇ ଓଡ଼ିଶା ଆଜି ଗର୍ବିତ । ଆଜିର ଯୁବ ପିଢ଼ି ଏହି ମହାନ ବ୍ୟକ୍ତିଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀ ହେବା ପାଇଁ ଆହ୍ବାନ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.