ଜିଲ୍ଲାସ୍ତରୀୟ ଜାତୀୟ ଶିଶୁକନ୍ୟା ଦିବସ ପାଳିତ

ମାଲକାନଗିରି ୨୪/୦୧: ମାଲକାନଗିରି ବ୍ଲକ ଅନ୍ତର୍ଗତ ସିନ୍ଦ୍ରିମାଲ କସ୍ତୁରିବା ଗାନ୍ଧୀ ବାଳିକା ବିଦ୍ୟାଳୟ ଠାରେ ସମଗ୍ରଶିକ୍ଷା ତରଫରୁ ଜାତୀୟ ଶିଶୁକନ୍ୟା ଦିବସ ପାଳିତ ହୋଇଯାଇଛି। ଆୟୋଜିତ ଉଦଘାଟନୀ ସଭାରେ ଜିଲ୍ଲା ବାଳିକା ଶିକ୍ଷା ସଂଯୋଜିକା ଶକୁନ୍ତଳା ମାଝୀ ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ମାନସ କୁମାର ଜେନା, ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଡ଼ଃ ରଞ୍ଜନ କୁମାର ସ୍ୱାଇଁ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଯୋଜନା ସଂଯୋଜିକା ବିଜୟଲକ୍ଷ୍ମୀ ଚୌଧୁରୀ ଓ ପ୍ରୋଗ୍ରାମର ସତ୍ୟବ୍ରତ ମିଶ୍ର ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ କେଜିବିଭିରୁ ପ୍ରାୟ ୨୦୦ ବାଳିକା ଯୋଗଦେଇ ଚିତ୍ରାଙ୍କନ, ଆତ୍ମରକ୍ଷା କୌଶଳ, ସାଂସ୍କୃତିକ କାର୍ଯ୍ୟକ୍ରମ, ନୃତ୍ୟ, ସଙ୍ଗୀତ ଆଦି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ସମସ୍ତ ବାଳିକା ଓ ଗାଇଡ଼ ଶିକ୍ଷକଙ୍କୁ ନେଇ ଏକ ସଚେତନତା ରାଲି ଆୟୋଜନ କରାଯାଇଥିଲା। କୃତି ବାଳିକାମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ଶିକ୍ଷକ ପ୍ରମୋଦ କୁମାର ସେନାପତି ସ୍ୱାଗତ ଭାଷଣ କରିଥିଲେ। ବିଭିନ୍ନ କେଜିବିଭିରୁ ଆଶାରାଣୀ ବିଶ୍ୱାଳ, ନିବେଦିତା ସିଂ, ରଶ୍ମିତା ମହାନ୍ତି, ବାସନ୍ତୀ ପାଟଲା, ତୁକୁରାଣୀ ଜୋଦ୍ଦାର, ରେଣୁବାଳ ଆଚାର୍ଯ୍ୟ, ମାଦିନି ଟୁଡୁ, ଲାବଣ୍ୟପ୍ରଭା ଭୂୟାଁ, ସୁଷମା ମହାରଣା, ମାଳତୀ ପଣ୍ଡା ଓ ସିନ୍ଧ୍ରିମାଳ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଶେଷରେ ଶିକ୍ଷକ ପ୍ରମୋଦ କୁମାର ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.