ପୌର ପରିଷଦର ବିଭିନ୍ନ ପ୍ରକଳ୍ପକୁ ଉଦଘାଟନ କଲେ ସାଂସଦ

ମାଲକାନଗିରି,୨୫/୧: ମାଲକାନଗିରି ପୌର ପରିଷଦର ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିଛନ୍ତି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି। ଆଜି ସକାଳୁ ରମେଶ ଚନ୍ଦ୍ର ମାଝି ମାଲକାନଗିରି ଗସ୍ତ କରି ପୌର ପରିଷଦ ଅଧିନରେ ନୂତନ ଭାବେ ନିର୍ମିତ ହୋଇଥିବା ୱାର୍ଡ ନମ୍ବର ୧ର ମୁଣ୍ଡାଗୁଡା ଠାରେ ପରିଚୟ ଗୃହ, ୱାର୍ଡ ନମ୍ବର ୨ର ମାଦଲାଗୁଡାରେ ପରିଚୟ ଗୃହ, ୱାର୍ଡ ନମ୍ବର ୬ର ଗୁଣ୍ଡୁରିଗୁଡା ଠାରେ ପରିଚୟ ଗୃହ, ୱାର୍ଡ ନମ୍ବର ୧୫ର ରାମକୃଷ୍ଣ ନଗରରେ ପେଭର ରୋଡ, ୱାର୍ଡ ନମ୍ବର ୧୧ର ବାଲିସାଗର ଠାରେ ଭେଣ୍ଡିଂ ଜୋନ, ୱାର୍ଡ ନମ୍ବର ୬ର ସୁବାଷ ଛକ ଠାରେ ସାଧାରଣ ଲୋକଙ୍କ ପାଇଁ ଶୌଚାଳୟ ଓ ପାର୍କିଂ ଅଂଚଳକୁ ଶୁଭ ଉଦଘାଟନ କରିଥିଲେ। ଏହି ଉଦଘାଟନ ଉତ୍ସବରେ ସାଂସଦ ରମେଶ ଚନ୍ଦ୍ର ମାଝିଙ୍କୁ ସମସ୍ତ ଵାର୍ଡରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ମୁଣ୍ଡାଗୁଡାରେ କାଉନସେଲର ପେଣ୍ଡ୍ରା ପ୍ରସାଦ ପଣ୍ଡାଙ୍କ ତରଫରୁ ସମସ୍ତ କାର୍ଯ୍ୟକ୍ରମ କରାଯିବା ସହ ସାଂସଦଙ୍କୁ ମୁଣ୍ଡାଗୁଡାବାସୀ ସ୍ବାଗତ କରିବା ସହ ସେମାନଙ୍କର ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ। ନିଜ ପାଖରେ ସାଂସଦଙ୍କୁ ପାଇ ଲୋକେ ନିଜର ଖୁସି ଜାହିର କରିଥିଲେ। ଏହି କାର୍ଯ୍ୟକ୍ରମରେ ପୌର ପରିଷଦ ଅଧ୍ୟକ୍ଷ ମନୋଜ କୁମାର ବାରିକ, ପୂର୍ବତନ ବିଧାୟକ ମାନସ ମାଡକାମୀ, କାଉନସେଲର ପେଣ୍ଡ୍ରା ପଣ୍ଡା, ସାଂସଦ ପ୍ରତିନିଧି କାମେଶ୍ବର ରାଓ, ସାଧାରଣ ସଂପାଦକ ଗୋପାଳ କୃଷ୍ଣ ପଣ୍ଡା, ଉପା୍ଧ୍ୟକ୍ଷ କବିତା ମହନ୍ତ, ପୌର ନିର୍ବାହୀ ଅଧିକାରୀ କାହ୍ନୁଚରଣ ପଟନାୟକ ସମେତ ପୌର ପରିଷଦର ସମସ୍ତ କର୍ମଚ।ରୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.