ଭୁବନେଶ୍ୱର/ନୂଆଦିଲ୍ଲୀ ତା ୨୫.୦୧: ଗତକାଲି ଉଦୀୟମାନ ଓଡିଶୀ ନୃତ୍ୟଶିଳ୍ପୀ ସୁକନ୍ୟା ଶକ୍ତିସମ୍ପନ୍ନା ନିୟୁର୍କ ଠାରେ ପହଂଚିଛନ୍ତି I ସେଠାରୁ ସେ ଲାଟିନ ଆମେରିକା ଅଭିମୁଖେ ଯାତ୍ରା କରିବେ l ଲାଟିନ ଆମେରିକା ସ୍ଥିତ ଡୋମିନିକ ରିପବ୍ଲିକର ପ୍ରମୁଖ ମହାନଗରୀରେ ସପ୍ତାହ ବ୍ୟାପି ନୃତ୍ୟ କାର୍ଯ୍ୟକ୍ରମ ସହିତ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ନୃତ୍ୟ ସମ୍ପର୍କିତ କର୍ମଶାଳାରେ ଯୋଗଦାନ କରିବେ l ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନା ଓଡିଶୀ ନୃତ୍ୟନିପୁଣା ପଦ୍ମଶ୍ରୀ ରଞ୍ଜନା ଗହ୍ୱରଙ୍କ ନେତୃତ୍ୱରେ ସମଗ୍ର ଦେଶର ଛଅ ଜଣ ଖ୍ୟାତିସମ୍ପନ୍ନ ଭାରତୀୟ ଶାସ୍ତ୍ରୀୟ ନୃତ୍ୟାଙ୍ଗନାଙ୍କ ଗହଣରେ ଶକ୍ତି ସମ୍ପନ୍ନା ଏକମାତ୍ର ଓଡ଼ିଆ ଝିଅ l ଜାତୀୟ ସ୍ତରରେ ନୃତ୍ୟ ପ୍ରଦର୍ଶନ କରି ଢ଼େର୍ ସୁଖ୍ୟାତି ଅର୍ଜନ କରିଥିବା ଶକ୍ତିସମ୍ପନ୍ନା ସର୍ବପ୍ରଥମ ଥର ପାଇଁ ଆନ୍ତର୍ଜାତିକ ସ୍ତରରେ ନୃତ୍ୟ ପ୍ରଦର୍ଶନ କରିବେ l ଶକ୍ତିସମ୍ପନ୍ନା ସମ୍ପ୍ରତି “ନୃତ୍ୟ ନୈବେଦ୍ୟ”ର ପ୍ରତିଷ୍ଠାତା, କେନ୍ଦ୍ର ସଂଗୀତ ନାଟକ ଏକାଡେମୀ, ଓସ୍ତାଦ୍ ବିସ୍ମିଲା ଖାନ ଯୁବ ପୁରସ୍କାର ବିଜେତା ଗୁରୁ ପ୍ରଭାତ କୁମାର ସ୍ୱାଇଁଙ୍କ ଅଧୀନରେ ନୃତ୍ୟଶିକ୍ଷା ଜାରି ରଖିଛନ୍ତି l ପୁରୀ ସାମନ୍ତ ଚନ୍ଦ୍ର ଶେଖର ମହାବିଦ୍ୟାଳୟରେ ଅଧୟନରତ ମନୋବିଜ୍ଞାନ ବିଭାଗର ଦ୍ଵିତୀୟ ବର୍ଷ ସ୍ନାତକ ଛାତ୍ରୀ ଶକ୍ତି ସମ୍ପନ୍ନା କବି ରାଜନେତା ଶଙ୍କର ପରିଡା ଓ ପ୍ରାଧ୍ୟାପିକା ଶୁଭ୍ରା ନାୟକଙ୍କ ଜେଷ୍ଠ କନ୍ୟା l
Sign in
Sign in
Recover your password.
A password will be e-mailed to you.