ଖୁଣ୍ଟା: ଖୁଣ୍ଟା ଓ ଗୋପବନ୍ଧୁ ନଗର ବ୍ଳକ ଅଧିନ ବିଭିନ୍ନ ସ୍ଥାନରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ତେବେ ଗୋପବନ୍ଧୁ ନଗର ବ୍ଳକ ପକ୍ଷରୁ ବ୍ଳକସ୍ତରରେ ପ୍ରତ୍ୟକ ରାଷ୍ଟ୍ରପର୍ବ ଗୁଡିକ ବ୍ଳକର ମୁଖ୍ୟ ସ୍ଥଳ ଖୁଣ୍ଟା ମିନି ଷ୍ଟାଡିୟମ ଠାରେ ପ୍ରଶାସନ ପକ୍ଷରୁ ପାଳିତ ହୋଇ ଆସୁଥିଲା । ମାତ୍ର ଚଳିତ ବର୍ଷ ବ୍ଳକସ୍ତରୀୟ ସାଧାରଣତନ୍ତ୍ର ଦିବସ ପ୍ରଶାସନ ପାଳିନଥିବାକୁ ନେଇ ଅସନ୍ତୋଷ ଦେଖା ଦେଇଥିଲା । ଯାହାକୁ ନେଇ ମିନି ଷ୍ଟାଡ଼ିୟମ ଠାରେ ସ୍ଥାନୀୟ ସୁବାଷ ବୋଷ କ୍ଳବ ପକ୍ଷରୁ ବ୍ଳକସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଗୋପବନ୍ଧୁ ନଗର ତହସିଲଦାର ବିଶ୍ଵରଞ୍ଜନ ମହାନ୍ତି ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ବେଳେ ଛାତ୍ରଛାତ୍ରୀମାନେ ଜାତୀୟ ସଂଗୀତ ଗାନ କରିଥିଲେ । ଇତି ଅବସରରେ ତହସିଲଦାର ଶ୍ରୀ ମହାନ୍ତି ମହାମନିସ ମାନଙ୍କର ବଳିଦାନ ପାଇଁ ଦେଶ ସ୍ଵାଧିନତା ପାଇଥିଲା ବୋଲି କହିଥିଲେ । ତେବ ଦେଶ ନିଜସ୍ଵ ଢ଼ାଞ୍ଚାରେ ଚଳାଇବା ପାଇଁ ଆମ୍ବେଦକରଙ୍କ ନେତୃତ୍ଵରେ ପ୍ରଣିତ ହୋଇଥିବା ସମ୍ବିଧାନକୁ ୧୯୫୦ ମସିହା ଆଜିର ଦିନରେ ଦେଶ ଶାସନରେ ଅଙ୍ଗିକାର କରାଯାଇଥିଲା । ଏହି ପବିତ୍ର ଦିବସକୁ ମନେ ପକାଇବା ପାଇଁ ଆମେ ଦଳ ମତ ଓ ଜାତି ଧର୍ମଭାବନାରୁ ଉର୍ଦ୍ଧରେ ରହି ତ୍ରିରଙ୍ଗା ପତାକା ତଳେ ଏକତ୍ରିତ ହୋଇଥାଉ । ଯାହାକି ଆମ୍ଭମାନଙ୍କୁ ଏକତାର ସୁତ୍ରରେ ବାନ୍ଧି ରଖିବାରେ ସହାୟକ ହୋଇପାରିଥାଏ । ଏହି ଦିବସ କେବଳ ସାମହିକ ଆନନ୍ଦ ଦାୟକ ଉତ୍ସବ ନୁହେଁ । ଆମ ପାଇଁ ଆତ୍ମସମିକ୍ଷାର ଦିବସ ମଧ୍ୟ । ଏଣୁ ଆମ୍ଭେ ସମ୍ବିଧାନକୁ ନେଇ ଗର୍ବ କରିବା ସହ ଏହାକୁ ସନ୍ମାନ ଦେବା ପ୍ରତ୍ୟକ ନାଗରିକଙ୍କ ପ୍ରଥମ କର୍ତ୍ତବ୍ୟ । ସେହିପରି ଲୋକଙ୍କ ମୁହଁରେ ହସ ଫୁଟାଇବା ପାଇଁ ସଂକଳ୍ପ ନେବାର ଦିନ ମଧ୍ୟ । ତେଣୁ ଏକ ମନ, ଏକ ପ୍ରାଣ ଦେଇ ମାତୃଭୂମୀର ସେବା ପାଇଁ ଆଗେଇ ଆସିବା ସେହି ଦିନ ହିଁ ସାଧାରଣତନ୍ତ୍ର ଦିବସର ପ୍ରକୃତ ମୂଲ୍ୟାୟନ ହୋଇପାରିବ ବୋଲି ମୁଖ୍ୟ ଅତିଥି ତହସିଲଦାର ଶ୍ରୀ ମହାନ୍ତି ଯୋଗ ଦେଇଥିବା ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କୁ ଆହ୍ବାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାନ ଖୁଣ୍ଟା ପଞ୍ଚାୟତର ସରପଞ୍ଚ ସୁମୀ ହାଁସଦାଃ, ସୁବାଷ ବୋଷ କ୍ଳବର ସଭାପତି ଚୌଧୁରୀ ପ୍ରଶାନ୍ତ କୁମାର ଦାସ, ବଣିକ ସଂଘର ସଭାପତି କାହ୍ନୁ ଚରଣ ବେହେରା, ସମ୍ପାଦକ ମନୋଜ ରଥ, ଉପସଭାପତି ତରୁଣ ମହାନ୍ତି, କ୍ଳବର ବରିଷ୍ଠ ସଦସ୍ୟ ପ୍ରଦୋଷ ଦାସଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post