ମାଲକାନଗିରି: ଆଜି ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଏମ.ଭି ୬୬ ଗ୍ରାମରେ ବ୍ଲକ ଓ ୧୯ଗୋଟି ଗ୍ରାମ ପଞ୍ଚାୟତର ଆମ ଆଦମୀ ପାର୍ଟି ପକ୍ଷରୁ ବିଭିନ୍ନ କମିଟି ଗଠନ କରାଯାଇଛି । ଏହି ବୈଠକରେ ଆମ୍ ଆଦମୀ ପାର୍ଟି ଜିଲ୍ଲା ସଭାପତି କେ ଦେଶୀ ରାଜୁ ଆଚାରି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।
କାଲିମେଳା ବ୍ଲକ ସଭାପତି ଭାବେ କାର୍ତିକ ମଣ୍ଡଳ, ଉପ ସଭାପତି ପଙ୍କଜ ଵାଲା, ସମ୍ପାଦକ ପବିତ୍ର ବୈଦ୍ୟ, ସହ ସମ୍ପାଦକ ରମେଶ ମlଟlମ ଓ କାଲିମେଳା ବ୍ଲକ ସୋସିଆଲ ମିଡିଆ ଓ ଯୁବ ସଭାପତି ଭାବେ ଅଭିଳାଷ ମଣ୍ଡଳକୁ ଚୟନ କରାଯାଇଛି l
ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ସଭାପତି କେ. ଦେଶୀରାଜୁ ଅଚାରୀ, ଆଇନଜୀବୀ ତଥା ସକ୍ରିୟା କର୍ମୀ ରବିନ୍ଦ୍ର ନାଥ ମାଢି, ଦେବବ୍ରତ ମଣ୍ଡଳ, ବିଜୁଳି ସରକାର, ରାମ ଚନ୍ଦ୍ର କରମୀ ଉପସ୍ଥିତ ରହି ସଂଗଠନକୁ ସୁଦୃଢ କରି ଜନ ସାଧାରଣଙ୍କ ମୌଳିକ ସମସ୍ୟା ପାଇଁ ଆନ୍ଦୋଳନ କରିବା ଓ ଦାବି ପତ୍ର ଦେବl ଏବଂ ୭୫ ବର୍ଷ କେନ୍ଦ୍ର ଶାସନ ଓ ୨୫ ବର୍ଷ ରାଜ୍ୟ ଶାସନରେ ହୋଇଥବା ବିଫଳତାକୁ ଲୋକଲଚନକୁ ଆଣିବା ପାଇଁ ନିର୍ଦେଶ ଦେଇଥିଲେ ତଥ ସହିତ ଦିଲ୍ଲୀ ଓ ପଞ୍ଜାବରେ ଆମ ଆଦମୀ ପାର୍ଟିର ବିକାଶ ମୂଳକ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ l ଆଗାମୀ ଦିନ କାଲିମେଳା ବ୍ଲକର ପ୍ରତ୍ୟେକ ଗ୍ରାମର ସମସ୍ୟାକୁ ନେଇ ରାଜ ରାସ୍ତାରେ ଆନ୍ଦୋଳନ କରିବ ଆପ ବୋଲି ସଭାପତି କେ. ଦେଶୀ ରାଜୁ ଅଚାରୀ କହିଛନ୍ତି l