ଋଣ ଶୁଝିବା ପାଇଁ କରିବାକୁ ପଡୁଛି ଦେହ ବ୍ୟବସାୟ

ମାଲକାନଗିରି,୧୧/୨: ଶତାଧିକ ମହିଳାଙ୍କ ଋଣ ଟଙ୍କାକୁ ହଡ଼ପ କରିଥିବାର ଅଭିଯୋଗ ହୋଇଛି। ନିରୁପମା ବେପାରୀ ଆମ ସ୍ବାମୀମାନଙ୍କ ଅନୁପସ୍ଥିତିରେ ଆମର ଆଧାର କାର୍ଡ, ଭୋଟର ପତ୍ର, ବ୍ୟାଙ୍କ ଖାତା ନେଇ ସ୍ପନ୍ଦନ, ଫ୍ୟୁଜନ, ଭାରତ, ଅନ୍ନପୂର୍ଣ୍ଣା ଋଣ ପ୍ରଦାନକାରୀ ସଂସ୍ଥା ଭଳି ବିଭିନ୍ନ ବେସରକାରୀ ଋଣ ସଂସ୍ଥା ପାଖରୁ ଋଣ କରି ଟଙ୍କା ନେଇଯାଇଛି ବୋଲି ମହିଳା ମାନେ ଅଭିଯୋଗ କରିଛନ୍ତି୍। ନିରୁପମାଙ୍କୁ ବାରମ୍ବାର ଟଙ୍କା ଫେରସ୍ତ କରିବାକୁ କହିଲେ ସେ ଗାଳିଗୁଲଜ କରୁଛନ୍ତିି ଏବଂ ଆମକୁ ବିଷ ଖାଇ ମରିଯାଅ ବୋଲି କହୁଛନ୍ତି। ସେପଟେ ଋଣ ସଂସ୍ଥା ପକ୍ଷରୁ ଋଣ ଶୁଝିବାକୁ ମହିଳାଙ୍କୁ କରାଯାଉଛି ଘନଘନ ଚିଠି ଆସୁଛି ଯଥା ଶୀଘ୍ର ଋଣ ପୈଠ କର। ଶେଷରେ ବାଧ୍ୟ ହୋଇ ଏମଭି-୯୬ ଗ୍ରାମର ମହିଳା ମାନେ ବେଶ୍ୟା ବୃତ୍ତିକୁ ଆପଣେଇ ନେଇଛନ୍ତି ବୋଲି ପ୍ରକାଶ କରିଛନ୍ତି। ସେଥିରୁ ଯାହା ରୋଜଗାର ହେଉଛି ଋଣ ଶୁଝୁଛନ୍ତି।ଆଜି ୪୦ରୁ ଉର୍ଦ୍ଧ୍ବ ମହିଳା ଜିଲ୍ଲାପାଳଙ୍କୁ ଭେଟି ଏକ ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି। ଘଟଣା ଅନୁଯାୟୀ ଏମଭି-୯୬ ଗ୍ରାମର ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ଋଣ ପ୍ରଦାନ କରାଯିବ କହି ସ୍ଥାନୀୟ ୱାର୍ଡ ମେମ୍ବର ନିରୂପମା ବେପାରୀ ବିଭିନ୍ନ ସଂସ୍ଥାରୁ ଋଣ କରାଇ ଦେଇଥିଲେ। ଋଣ ଆଣି ମହିଳାମାନେ କାମ କରି ଟଙ୍କା ନିରୂପମାଙ୍କ ଦ୍ୱାରା ପୈଠ କରୁଥିଲେ। ତେବେ ନିରୂପମା ଟଙ୍କା ପୈଠ ନକରି ସବୁ ନିଜେ ଆତ୍ମସାତ କରିଥିବା ନେଇ ଅଭିଯୋଗ କରିଛନ୍ତି। ପରେ ମହିଳାମାନେ ବାଧ୍ୟ ହୋଇ ଦେହ ବେପାର କରି ଋଣ ସୁଝୁଥିବା କହିଥିଲେ। ଜିଲ୍ଲାପାଳ ତଦନ୍ତ କରାଯାଇ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶୁତି ଦେଇଥିବା ମହିଳାମାନେ କହିଛନ୍ତି।

Leave A Reply

Your email address will not be published.