ଖୁଣ୍ଟା: ଆଗକୁ ସାଧାରଣ ନିର୍ବାଚନ । ଏବେ ରାଜ୍ୟରେ ଜୋର ଧରିଛି ଚାଉଳକୁ ନେଇ ରାଜନୀତି । ଯାହାକୁ ନେଇ ରାଜ୍ୟ ଓ କେନ୍ଦ୍ର ସରକାର ହୋଇଛନ୍ତି ମୁହାଁମୁହିଁ । ପୂର୍ବରୁ ଆବାସ ଗୃହ ବଣ୍ଟନକୁ ନେଇ ବିଜେପି ପ୍ରତିବାଦ କରିଥିଲା । ଏବେ ଚାଉଳକୁ ନେଇ ବିଜେଡ଼ି ଲୋକଙ୍କ ନିକଟତର ହେବାକୁ ପ୍ରୟାସ କରିବା ସହିତ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଛି । ଯାହାକୁ ନେଇ ବାରିପଦା ନିର୍ବାଚନ ମଣ୍ଡଳୀର ଖୁଣ୍ଟା ବ୍ଳକ ଓ ଉଦଳା ନିର୍ବାଚନ ମଣ୍ଡଳୀର ଗୋପବନ୍ଧୁ ନଗର ବ୍ଳକ ଦ୍ଵୟରେ ପୃଥକ ପୃଥକ ଭାବେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଖୁଣ୍ଟା ବ୍ଳକର ପୂର୍ବତନ ଅଧ୍ୟକ୍ଷା ପୁସ୍ପଲତା ମାରାଣ୍ଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ବ୍ଳକ ଅଧ୍ୟକ୍ଷ ସୁଧନ୍ୟା ନାଏକ, ଦଳର ବ୍ଳକ ସଭାପତି ଶିଦ୍ଧନାଥ ସରେନ, ପ୍ରଭାତ ନାଏକଙ୍କ ସମେତ ବିଭିନ୍ନ ପଞ୍ଚାୟତରୁ ଶତାଧିକ ମହିଳା ପୁରୁଷ କର୍ମୀ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ବିରୋଧି ସ୍ଲୋଗାନ ମାନଦେଇ ଖୁଣ୍ଟା ବ୍ଳକ ସମ୍ମୁଖରେ ଧାରଣା ଦେଇଥିଲେ ବିକ୍ଷୋଭ ଓ ପ୍ରତିବାଦ କରିଥିଲେ । ନେତୃଗଣ କରୋନାର ପରବର୍ତ୍ତୀ ସମୟରେ ଲୋକଙ୍କ ଆର୍ଥିକ ସ୍ଥିତି ଠିକ ନଥିବା ବେଳେ ମୋଦୀ ସରକାରଙ୍କ ଏହି ସମୟରେ ଚାଉଳ କାଟି ଦେବା ଏକ ନିନ୍ଦନୀୟ ଘଟଣା ବୋଲି ଅଭିଯୋଗ ଆଣିଥିଲେ । ଏବଂ କେନ୍ଦ୍ର ସରକାରଙ୍କ ଗରିବମାରଣ ନୀତିକୁ ତୀବ୍ର ସମାଲୋଚନା କରିବା ସହ ଏହା ଏକ ଗରିବ ବିରୋଧି ସରକାର ବୋଲି ନେତୃଗଣ ନିଜ ନିଜ ବ୍ୟକ୍ତବ୍ୟ ମାଧ୍ୟମରେ ସୁଚାଇ ଥିଲେ ।ସେହିପରି ଉଦଳା ନିର୍ବାଚନ ମଣ୍ଡଳୀର ଗୋପବନ୍ଧୁ ନଗର ବ୍ଲକ ଅଧିନରେ ସଂଯୋଜକ କୃଷ୍ଣ ଦାସ, ବ୍ଳକ ଅଧ୍ୟକ୍ଷା ଝୁଲଣା ବାର ଶାଳିଆ, ବ୍ଳକ ସଭାପତି ସତ୍ୟବାନ ଉପାଧ୍ୟାୟ, ୧୪ ଓ ୧୫ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା, ବିଜୁ ଯୁବ ଜନତା ଦଳର ବ୍ଳକ ସଭାପତି ତପନ କୁମାର ମହାନ୍ତି, ମହିଳା ମୋର୍ଚ୍ଚା ସଭାପତି ଜୟନ୍ତୀ ପଣ୍ଡାଙ୍କ ସମେତ ସମିତି ସଭ୍ୟ ଓ ସରପଞ୍ଚମାନେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ବିରୋଧରେ ବିଶଦ୍ ଗାର କରିଥିଲେ । ଏବଂ ଏ ସମ୍ପର୍କରେ ଏକ ଦାବି ପତ୍ର ମହାମହିମ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ବିଡ଼ିଓଙ୍କ ଜରିଆରେ ପ୍ରଦାନ କରାଯାଇଥିବା ଜଣାଯାଇଛି ।
Sign in
Sign in
Recover your password.
A password will be e-mailed to you.